Advertisment

ଆଜି ବି ସଂକ୍ରମିତଙ୍କ ସଂଖ୍ୟା ଦେଢ ହଜାର ଉପରେ, ଆଖି ବୁଜିଲେ ୬୯

ରାଜ୍ୟରେ କରୋନା ସଂକ୍ରମଣ ଦୈନିକ ହାର ଦେଢ ହଜାର ତଳକୁ ଖସୁ ନାହିଁ। ଆଜି ବି ସଂକ୍ରମଣ ହାର ୧୭ ଶହ ଉପରେ ରହିଛି।

ଅଦ୍ୟତନ ହୋଇଛି
ଆଜି ବି ସଂକ୍ରମିତଙ୍କ ସଂଖ୍ୟା ଦେଢ ହଜାର ଉପରେ, ଆଖି ବୁଜିଲେ ୬୯

corona positive in odisha

Advertisment

ଭୁବନେଶ୍ୱର  ରାଜ୍ୟରେ କରୋନା ସଂକ୍ରମଣ ଦୈନିକ ହାର ଦେଢ ହଜାର ତଳକୁ ଖସୁ ନାହିଁ। ଆଜି ବି ସଂକ୍ରମଣ ହାର ୧୭ ଶହ ଉପରେ ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ୧୭୦୩ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନରେ ୯୮୮ ଜଣ ଥିବାବେଳେ  ଲୋକାଲ କେସ୍ ୭୧୫ ରହିଛି। ଏ ନେଇ ସୂଚନା ଦେଇଛନ୍ତି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ। 

Advertisment

ସେହିପରି ରାଜ୍ୟରେ ପୁଣି ୬୯ କରୋନା ରୋଗୀ ଆଖି ବୁଜିଥିବା ସ୍ୱାସ୍ଥ୍ୟ ବିଭାଗ ସୂତ୍ରରୁ ଜଣାଯାଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା   ୫୭୦୩କୁ ବୃଦ୍ଧି ପାଇଛି। 

Advertisment

 ସଂକ୍ରମଣ ତାଲିକାର ଉପରେ ଆଜି ରହିଛି ଖୋର୍ଦ୍ଧା। ତେବେ ଗତକାଲି ତୁଳନାରେ ଆଜି ସଂକ୍ରମଣ ହ୍ରାସ ପାଇଛି। ଗତକାଲି ଖୋର୍ଦ୍ଧ ଜିଲ୍ଲାରେ  ସଂକ୍ରମିତଙ୍କ ସଂଖ୍ୟା ୫ ଶହ ଉପରେ ଆଜି ରହିଛି  ୩୮୬। ସେହିପରି ଅନୁଗୁଳରୁ ୫୯, ବାଲେଶ୍ୱରରୁ ୮୮, ବରଗଡ଼ରୁ ୬, ଭଦ୍ରରୁ ୭୦, ବଲାଙ୍ଗିରରୁ ୩, ବୌଦ୍ଧରୁ ୪, କଟକରୁ ୨୪୦, ଦେବଗଡ଼ରୁ ୯,  ଢେଙ୍କାନାଳରୁ ୫୨,  ଗଜପତିରୁ ୩, ଗଂଜାମରୁ ୧୦, ଜଗତସିଂହପୁରରୁ ୫୧, ଯାଜପୁରରୁ ୮୫, ଝାରସୁଗୁଡ଼ାରୁ ୫, କଳାହାଣ୍ଡିରୁ ୧୨, କନ୍ଧମାଳରୁ ୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

Advertisment

ସେହିପରି କେନ୍ଦ୍ରାପଡ଼ାରୁ ୧୪୯, କେନ୍ଦୁଝରରୁ ୨୮, ଖୋର୍ଦ୍ଧାରୁ  ୩୮୬, କୋରାପୁଟରୁ ୫, ମାଲକାନଗିରିିରୁ ୪, ମୟୂରଭଞ୍ଜରୁ ୬୨, ନବରଙ୍ଗପୁରରୁ ୪, ନୟାଗଡ଼ରୁ ୪୬
ନୂଆପଡ଼ାରୁ ୩, ପୁରୀରୁ୧୩୯, ରାୟଗଡ଼ାରୁ ୩୩, ସମ୍ବଲପୁରରୁ ୧୫, ସୁବର୍ଣ୍ଣପୁରରୁ ୧୦, ସୁନ୍ଦରଗଡ଼ରୁ ୪୩ ଓ  ଷ୍ଟେଟପୁଲରୁ  ୭୧ ଜଣ ବାହାରିଛନ୍ତି। 

ଆଜିର ସଂଖ୍ୟାକୁ ମିଶାଇଲେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୭୨ ହଜାର ୫୧୭କୁ ବୃଦ୍ଧି ପାଇଛି। ୨୪ ଘଣ୍ଟାରେ ୭୮ ହଜାର ୭୪୦ ସାମ୍ପଲ ଟେଷ୍ଟ ହୋଇଥିବାବେଳେ ପଜିଟିଭିଟି ରେଟ୍‌ ୨.୧୬% ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ୧୮୬୫ ଜଣ କରୋନାକୁ ମାତ୍‌ ଦେଇ ସୁସ୍ଥ ହୋଇଛନ୍ତି। ରାଜ୍ୟରେ ବର୍ତ୍ତମାନ ପଜିଟିଭ ସଂଖ୍ୟା ୯,୬୭,୫୪୮ ଥିବାବେଳେ ବର୍ତ୍ତମାନସୁଦ୍ଧା ସୁସ୍ଥ ହୋଇଛନ୍ତି ୯,୪୩,୦୬୯ ଜଣ। ଏବେ ଆକ୍ଟିଭ କେସ ଅଛି ୧୮,୯୧୪।

ସେହିପରି ମୃତକଙ୍କ ତାଲିକାରେ ଉପରେ ରହିଛି ଖୋର୍ଦ୍ଧା । ଏହି ଜିଲ୍ଲାରୁ ସର୍ବାଧିକ ୧୪ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବାବେଳେ ସୁନ୍ଦରଗଡ଼ରୁ ୧୦, ଅନୁଗୁଳରୁ ୯, ଢେଙ୍କାନାଳରୁ ୮, ଝାରସୁଗୁଡ଼ାରୁ ୫ ଆକ୍ରନ୍ତଙ୍କ ମୃତ୍ୟୁ ଘଟିଛି।  

COVID-19 Odisha Covid News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ