Advertisment

ରାଜ୍ୟରୁ ବାହାରିଲେ ୨,୧୮୨ କରୋନା ପଜିଟିଭ୍‌, ପୁଣି ଆଖି ବୁଜିଲେ ୬୭ ଆକ୍ରାନ୍ତ

ରାଜ୍ୟରେ କରୋନା ସଂକ୍ରମଣ ୨ ହଜାର ତଳକୁ ଖସୁନି। ସଂକ୍ରମଣ ହାର କମିଥିଲେ ହେଁ ରାଜ୍ୟରୁ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୨ ହଜାର ଉପରେ ରହୁଛି। ଆଜି ରାଜ୍ୟରୁ ନୂଆ ୨୧୮୨ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି।

ଅଦ୍ୟତନ ହୋଇଛି
ରାଜ୍ୟରୁ ବାହାରିଲେ ୨,୧୮୨ କରୋନା ପଜିଟିଭ୍‌, ପୁଣି ଆଖି ବୁଜିଲେ ୬୭ ଆକ୍ରାନ୍ତ

covid test

Advertisment

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ୨ ହଜାର ତଳକୁ ଖସୁନି। ସଂକ୍ରମଣ ହାର କମିଥିଲେ ହେଁ ରାଜ୍ୟରୁ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୨ ହଜାର ଉପରେ ରହୁଛି। ଆଜି ରାଜ୍ୟରୁ ନୂଆ ୨,୧୮୨ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟିନ୍‌ରୁ ୧,୨୫୮ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍‌ କେସ୍‌ ୯୨୪ ରହିଛ। ଏହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୫୨ ହଜାର ୧୧୧କୁ ବୃଦ୍ଧି ପାଇଛି। ରାଜ୍ୟରେ ୨୪ ଘଣ୍ଟାରେ ୭୩ ହଜାର ୨୭ ସାମ୍ପଲ ଟେଷ୍ଟ ହୋଇଥିବାବେଳେ ପଜିଟିଭିଟି ହାର ୨.୯୮% ରହିଛି। ସେହିପରି ରାଜ୍ୟରେ ପୁଣି ୬୭ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ଆଜି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ କରୋନାଜନିତ ମୋଟ ମୃତ୍ୟୁ ସଂଖ୍ୟା ୪ ହଜାର ୯୯୨କୁ ବୃଦ୍ଧି ପାଇଛି। 

Advertisment

ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂତ୍ରରୁ ମିଳିଥିବା ତଥ୍ୟ ଅନୁଯାୟୀ, ସଂକ୍ରମଣ ତାଲିକାରେ ଆଜି ବି ଖୋର୍ଦ୍ଧା ଉପରେ ରହିଛି। ଆଜି ଏହି ଜିଲ୍ଲାରୁ ୫୧୦ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଏହା ପଛରେ ରହିଛି କଟକ । କଟକରୁ ଆଜି ବାହାରିଛନ୍ତି ୩୦୮ ଜଣ କରୋନା ରୋଗୀ। ସେହିପରି  ଅନୁଗୁଳରୁ ୮୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ବାଲେଶ୍ୱରରୁ  ୧୬୧, ବରଗଡ଼ରୁ ୧୫, ଭଦ୍ରକରୁ ୭୬, ବଲାଙ୍ଗିରରୁ ୪, ବୌଦ୍ଧରୁ  ୬,  ଦେବଗଡ଼ରୁ ୧. ଢେଙ୍କାନାଳରୁ ୭୦, ଗଜପତିରୁ ୪, ଗଞ୍ଜାମରୁ ୩, ଜଗତସିଂହପୁରରୁ ୮୭ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। 

ଅନ୍ୟପକ୍ଷେ ଯାଜପୁରରୁ ୧୭୫, ଝାରସୁଗୁଡ଼ାରୁ ୯, କଳାହାଣ୍ଡିରୁ ୧୩, କନ୍ଧମାଳରୁ ୧୪, କେନ୍ଦ୍ରାପଡ଼ାରୁ ୫୫, କେନ୍ଦୁଝରରୁ ୪୪, କୋରାପୁଟରୁ ୨୮, ମାଲକାନଗିରିିରୁ ୨୫, ମୟୂରଭଞ୍ଜରୁ ୯୨, ନବରଙ୍ଗପୁରରୁ ୧୬, ନୟାଗଡ଼ରୁ ୭୫, ନୂଆପଡ଼ାରୁ ୨, ପୁରୀରୁ ୯୪, ରାୟଗଡ଼ାରୁ ୨୨, ସମ୍ବଲପୁରରୁ ୨୪, ସୁବର୍ଣ୍ଣପୁରରୁ ୧୩, ସୁନ୍ଦରଗଡ଼ରୁ  ଏବଂ ଷ୍ଟେଟପୁଲରୁ ୯୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Advertisment

ସେହିପରି ମୃତକଙ୍କ ତାଲିକାରେ ମଧ୍ୟ ଖୋର୍ଦ୍ଧା ଜିଲ୍ଲା ଉପରେ ରହିଛି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୫ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ସେହିପରି ଗଞ୍ଜାମରୁ ୮, ସୁନ୍ଦରଗଡ଼ରୁ ୭ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବାବେଳେ ମୟୂରଭଞ୍ଜ ଓ ପୁରୀରୁ ୬ ଲେଖାଏ, ବରଗଡ଼ରୁ ୪ଜଣ, ନୟାଗଡ଼ରୁ ୩, ଅନୁଗୁଳ ଓ ଭଦ୍ରକରୁ  ଜଣେ ଲେଖାଏ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।

ତେବେ କରୋନାକୁ ନେଇ  କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ୍ ଅଗ୍ରଓ୍ୱାଲ ଯାହା କହିଛନ୍ତି ଚିନ୍ତାଜନକ ନିଶ୍ଚୟ। ସେ କହିଛନ୍ତି, ଦେଶରେ ପଜିଟିଭିଟି ପ୍ରଥମ ଥର ପାଇଁ ୩ ପ୍ରତିଶତରୁ ତଳକୁ ଖସି ୨.୪ ପ୍ରତିଶତରେ ପହଞ୍ଚିଛି। ଏହାସତ୍ତ୍ୱେ କରୋନା ଭୟ ଯାଇନି । ଆମକୁ ଅଧିକ ସତର୍କ ରହିବାକୁ ହେବ । ବିଶ୍ୱର ଅନେକ ଦେଶରେ ତୃତୀୟ ଲହର ଆରମ୍ଭ ହୋଇଗଲାଣି । ଏଣୁ ସମସ୍ତେ ସତର୍କ ରହିବା ଜରୁରୀ ବୋଲି ସେ କହିଛନ୍ତି । 

Advertisment

COVID-19 Odisha COVID-19 Update
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ