Advertisment

୨ ହଜାର ତଳକୁ ଖସୁନି ଦୈନିକ ସଂକ୍ରମଣ; ମୃତ୍ୟୁ ସଂଖ୍ୟା ବି ୬୦ ଉପରେ

ରାଜ୍ୟରେ ଦୈନିକ ସଂକ୍ରମଣ ୨ ହଜାର ତଳକୁ ଖସୁ ନ ଥିବାବେଳେ ମୃତ୍ୟୁ ସଂଖ୍ୟା ବି ଖସୁନି। ଏହା ଭିତରେ କରୋନା କଟକଣାକୁ କୋହଳ କରାଯାଇଛି। ଫଳରେ ଲୋକଙ୍କ ଅମାନିଆ ଭାବ ବି ବଢି ଯାଇଛି।

ଅଦ୍ୟତନ ହୋଇଛି
୨ ହଜାର ତଳକୁ ଖସୁନି ଦୈନିକ ସଂକ୍ରମଣ; ମୃତ୍ୟୁ ସଂଖ୍ୟା ବି ୬୦ ଉପରେ

covid guidelines

Advertisment

ଭୁବନେଶ୍ୱର: ରାଜ୍ୟରେ ୨,୦୦୦ ତଳକୁ କମୁନି ଦୈନିକ କରୋନା ସଂକ୍ରମଣ। ରାଜ୍ୟରୁ ସବୁ ଅଞ୍ଚଳରୁ ସଂକ୍ରମଣ ହାର କମୁଥିଲେ ହେଁ ଏବେ କଟକ ଓ ଖୋର୍ଦ୍ଧା ଜିଲ୍ଲା ଚିନ୍ତା ବଢାଇଛି। ଆଜି ରାଜ୍ୟରୁ ୨,୦୭୦ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧,୧୯୫ ଜଣ କ୍ୱାରେଣ୍ଟିନରେ ଥିବାବେଳେ ୮୭୫ ଲୋକାଲ କେସ ଥିବା ରାଜ୍ୟ ସୂଚନ ଓ ଲୋକ ସମ୍ପର୍କ ବିଭାଗ ଟ୍ୱିଟରୁ ଜଣାଯାଇଛି। ତେବେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୪୬ ପଜିଟିଭ ଚିହ୍ନଟ ହୋଇଥିବାବେଳେ କଟକରୁ ବାହାରିଛନ୍ତି ୩୧୯ ଜଣ ପଜିଟିଭ।

Advertisment

 ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ୨,୫୬୩ ଜଣ କରୋନାକୁ ମାତ ଦେଇ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟ ମୋଟ ସଂକ୍ରମିତଙ୍କ ସଂଖ୍ୟା ୯,୪୯,୯୨୯ କୁ ଛୁଇଁଥିବାବେଳେ ଆଜି ସୁଦ୍ଧା ସୁସ୍ଥ ହୋଇ ଫେରିଛନ୍ତି ୯,୨୩,୨୦୯ ଜଣ। ଏବେ ରାଜ୍ୟରେ ଆକ୍ଟିଭ କେସ ରହିଛି ୨୧,୭୪୧। ସେହିପରି ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ୬୪ ଜଣ କରୋନା ରୋଗୀ ଆଖି ବୁଜିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା୪,୯୨୫ଛୁଇଁଛି। 

ଆଜି ଅନୁଗୁଳରୁ ୫୭, ବାଲେଶ୍ୱରରୁ, ୧୭୬, ବରଗଡରୁ ୧୫, ଭଦ୍ରକରୁ ୬୬, ବଲାଙ୍ଗିରରୁ  ୭, ବୌଦ୍ଧରୁ  ୧୧, ଦେବଗଡ଼ରୁ ୩, ଢେଙ୍କାନାଳରୁ ୪୪, ଗଜପତିରୁ ୬, ଗଞ୍ଜାମରୁ ୧୨, ଜଗତସିଂହପୁରରୁ ୯୭, ଯାଜପୁରରୁ ୧୩୬, ଝାରସୁଗୁଡ଼ାରୁ ୮, କଳାହାଣ୍ଡିରୁ ୧୨, କନ୍ଧମାଳରୁ ୧୮, କେନ୍ଦ୍ରାପଡ଼ାରୁ ୭୭, କେନ୍ଦୁଝରରୁ ୫୬,  କୋରାପୁଟରୁ ୨୩ ପଜିଟିଭ ଚିହ୍ନଟ ହୋଇଛନ୍ତି। 

Advertisment

ସେହିପରି ମାଲକାନଗିରିିରୁ ୨୦, ମୟୂରଭଞ୍ଜରୁ ୮୧, ନବରଙ୍ଗପୁରରୁ ୧୧, ସମ୍ବଲପୁରରୁ ୧୬, ସୁବର୍ଣ୍ଣପୁରରୁ ୮, ସୁନ୍ଦରଗଡ଼ରୁ ୬୬ ଏବଂ ଷ୍ଟେଟପୁଲରୁ ୮୫ ଜଣ ରୋଗୀ ବାହାରିଛନ୍ତି। ୨୪ ଘଣ୍ଟାରେ ୭୦ ହଜାର ୨୪୦ ସାମ୍ପଲ ଟେଷ୍ଟ ହୋଇଥିବାବେଳେ ପଜିଟିଭିଟି ହାର ରହିଛି ୨.୯୪%।

ଅନ୍ୟପକ୍ଷେ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୨ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।  ବରଗଡ଼ରୁ ୧୦, ବାଲେଶ୍ୱରରୁ ୮, ସୁନ୍ଦରଗଡ଼ରୁ ୭ ମୃତ, ଗଞ୍ଜାମରୁ ୬, କନ୍ଧମାଳ ଓ ସମ୍ବଲପୁରରୁ ୨ ଲେଖାଏ କରୋନା ରୋଗୀ ଆଖି ବୁଜିଛନ୍ତି। ସେହିପରି, କେନ୍ଦ୍ରାପଡ଼ା, ମୟୂରଭଞ୍ଜ, ନୂଆପଡ଼ା,ପୁରୀ,ରାୟଗଡ଼ା, ବୌଦ୍ଧ ଓ କଳାହାଣ୍ଡିରୁ ଜଣେ ଲେଖାଏଁ କରୋନା ରୋଗୀ ଆଖି ବୁଜିଛନ୍ତି। 

Advertisment
COVID19 Odisha Corona Update
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ