Advertisment

୭୬୨ କରୋନା ସଂକ୍ରମିତଙ୍କ ମଧ୍ୟରୁ ପିଲା ବାହାରିଲେ ୧୦୨

ଗତକାଲି ତୁଳନାରେ ଆଜି ରାଜ୍ୟରେ ବଢିଛି କରୋନା ସଂକ୍ରମଣ। ଗତକାଲି ଦୈନିକ ସଂକ୍ରମଣ ୬୩୮ ଥିବାବେଳେ ଆଜି ୭୦୦ ଟପିଛି। ଗତ ୨୪ ଘଣ୍ଟା ମଧ୍ୟରେ ୭୬୨ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

ଅଦ୍ୟତନ ହୋଇଛି
covid 19

covid 19

Advertisment

ଭୁବନେଶ୍ୱର: ଗତକାଲି ତୁଳନାରେ ଆଜି ରାଜ୍ୟରେ ବଢିଛି କରୋନା ସଂକ୍ରମଣ। ଗତକାଲି ଦୈନିକ ସଂକ୍ରମଣ ୬୩୮ ଥିବାବେଳେ ଆଜି ୭୦୦ ଟପିଛି। ଗତ ୨୪ ଘଣ୍ଟା ମଧ୍ୟରେ ୭୬୨ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନରେ ୪୪୩ ଜଣ ଥିବାବେଳେ ଲୋକାଲ କେସ୍ ରହିଛି ୩୧୯ । ଚିହ୍ନଟଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବର୍ଗର ଅଛନ୍ତି ୧୦୨ ଜଣ । ଏ ନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଟୁଇଟ କରିଛି। 

Advertisment

ମିଳିଥିବା ତଥ୍ୟରୁ ଆଜି ଅନୁଗୁଳରୁ ୨୦ ଜଣ ସଂକ୍ରମିତ ବାହାରିଥିବାବେଳେ  ବାଲେଶ୍ୱରରୁ ୧୭, ବରଗଡ଼ରୁ ୧୩, ଭଦ୍ରକରୁ ୯, ବଲାଙ୍ଗିରରୁ ୨, କଟକରୁ ୧୧୯, ଦେବଗଡ଼ଚ ୧, ଢେଙ୍କାନାଳରୁ ୯, ଗଜପତିରୁ ୧, ଗଂଜାମରୁ ୪, ଜଗତସିଂହପୁରରୁ ୨୪, ଯାଜପୁରରୁ ୧୯, ଝାରସୁଗୁଡ଼ାରୁ ୪, କଳାହାଣ୍ଡିରୁ ୧, କନ୍ଧମାଳରୁ ୧, କେନ୍ଦ୍ରାପଡ଼ାରୁ ୨୧
କେନ୍ଦୁଝରରୁ ୭, ଖୋର୍ଦ୍ଧାରୁ ୩୧୪, କୋରାପୁଟରୁ ୬, ମାଲକାନଗିରିରୁ ୧, ମୟୂରଭଂଜରୁ ୨୯, ନବରଙ୍ଗପୁରରୁ୨, ନୟାଗଡ଼ଚ ୩, ନୂଆପଡ଼ାରୁ ୩, ପୁରୀରୁ ୧୬, ସମ୍ବଲପୁରରୁ ୭, ସୁବର୍ଣ୍ଣପୁରରୁ  ୩, ସୁନ୍ଦରଗଡ଼ରୁ ୨୬ ଓ ଷ୍ଟେଟ ପୁଲ୍‌ରୁ ୫୨ ଜଣ ବାହାରିଛନ୍ତି।

Advertisment

ଏହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୧୩ ହଜାର ୫୬୭କୁ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୭୨୭ ଜଣ ସୁସ୍ଥ ହୋଇ ଫେରିଛନ୍ତି। ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା ୯,୯୭,୭୯୦। ସେହିପରି ଆକ୍ଟିଭ କେସ୍‌ ୬୯୦୦ ଥିବା ଜଣାଯାଇଛି। 

ସେହିପରି ରାଜ୍ୟରେ ଆଉ ୮ ଜଣ କରୋନା ରୋଗୀ ଆଖି ବୁଜିଛନ୍ତି। ଢେଙ୍କାନାଳ ଓ ଖୋର୍ଦ୍ଧାରୁ ୨ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବାବେଳେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୮,୦୭୦କୁ ବୃଦ୍ଧି ପାଇଛି।

Advertisment

ଅନ୍ୟପକ୍ଷେ  ସ୍କୁଲଗୁଡ଼ିକରେ କରୋନା ସଂକ୍ରମଣ ବଢୁଥିବାରୁ ଓ ଛାତ୍ରଛାତ୍ରୀ ଏଥିରେ ଆକ୍ରାନ୍ତ ହେଉଥିବାର ଖବର ପରେ ଓସେପା ପକ୍ଷରୁ ଗଠନ କରାଯାଇଛି କୋଭିଡ ମନିଟରିଂ ସେଲ୍ ।  ଯୁଗ୍ମ ନିର୍ଦ୍ଦେଶିକା ଆରତୀ ରାଉତଙ୍କୁ ମୁଖ୍ୟ କୋଭିଡ କଂପ୍ଲାଏନ୍ସ ଦାୟିତ୍ୱ ଦିଆଯାଇଥିବା ବେଳେ ଉପନିର୍ଦ୍ଦେଶିକା କଳ୍ପନା ହାଁସଦା ହୋଇଛନ୍ତି ସହକାରୀ କଂପ୍ଲାଏନ୍ସ ଅଫିସର ।

ଜିଲ୍ଲାସ୍ତରରେ ମଧ୍ୟ କୋଭିଡ ମନିଟରିଂ ସେଲ୍ ଗଠନ ପାଇଁ ସବୁ ଡିଇଓଙ୍କୁ କୁହାଯାଇଛି।  ନବମ, ଦଶମ, ଏକାଦଶ ଓ ଦ୍ୱାଦଶ ପିଲାଙ୍କ ଦୈନିକ ଉପସ୍ଥାନ ରଖିବାକୁ ସ୍କୁଲଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି । ଏଥି ସହିତ କୋଭିଡ ସଂପର୍କିତ ଅନ୍ୟ କାର୍ଯ୍ୟର ତଦାରଖ କରିବାକୁ ମଧ୍ୟ କୁହାଯାଇଛି  । ସ୍କୁଲର ଦୈନିକ କୋଭିଡ ତଥ୍ୟ ସଂଗ୍ରହ କରି ଏସ୍‌ପିଡି ଓସେପାକୁ ପଠାଇବାକୁ ନିର୍ଦ୍ଦେଶ ଦିଆଯାଇଛି।

ଏଠି କହରଖିବୁ, ଦେଶରେ୨୪ ଘଣ୍ଟାରେ ୩୭,୮୭୫ ପଜିଟିଭ ଚିହ୍ନଟ ହୋଇଛନ୍ତି। ୩୬୯ଜଣଙ୍କ ମୃତ୍ୟୁ ଘଟିଛି।ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୩୦,୯୬,୭୧୮ ଥିବାବେଳେ ମୋଟ ମୃତ୍ୟୁ ସଂଖ୍ୟା ୪,୪୧,୪୧୧କୁ ବୃଦ୍ଧି ପାଇଛି। ଦେଶରେ  ଆକ୍ଟିଭ୍ କେସ ୩,୯୧,୨୫୬ ରହିଛି । ବର୍ତ୍ତମାନ ସୁଦ୍ଧା ସୁସ୍ଥ ହେଲେଣି ୩,୨୨,୬୪,୦୫୧ ରୋଗୀ।

COVID-19 Odisha COVID-19 Update
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ