Advertisment

ଚିହ୍ନଟ ହେଲେ ୧,୫୭୮ କରୋନା ଆକ୍ରାନ୍ତ; ଆଖି ବୁଜିଲେ ୬୮

ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦେଢ ହଜାର ତଳକୁ ଖସୁନି।  ଆଜି ପୁଣି ୧,୫୭୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଚିହ୍ନଟ ହେଲେ ୧,୫୭୮ କରୋନା ଆକ୍ରାନ୍ତ;  ଆଖି ବୁଜିଲେ ୬୮

corona virus

Advertisment

ଭୁବନେଶ୍ୱର:ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦେଢ ହଜାର ତଳକୁ ଖସୁନି।  ଆଜି ପୁଣି ୧,୫୭୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୯୧୫ କ୍ୱାରେଣ୍ଟିନରୁ ବାହାରିଥିବାବେଳେ ୬୬୩ ଲୋକାଲ କେସ ଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ କୁହାଯାଇଛି। ସେହିପରି ରାଜ୍ୟରେ ପୁଣି ୬୮ ଜଣ ରୋଗୀ ଆଖି ବୁଜିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା  ୫,୯୦୨କୁ ବୃଦ୍ଧି ପାଇଛି। 

Advertisment

ଆଜି ବି ତାଲିକାର ଉପରେ ରହିଛି ଖୋର୍ଦ୍ଧା ଜିଲ୍ଲା। ଏଠାରୁ ୨୪ ଘଣ୍ଟା ମଧ୍ୟରେ ଏଠାରୁ ବାହାରିଛନ୍ତି ୪୩୬ ରୋଗୀ। ଆଜି ଅନୁଗୁଳରୁ ୪୭, ବାଲେଶ୍ୱରୁ ୭୮, ବରଗଡ଼ରୁ ୯, ଭଦ୍ରକରୁ ୫୨, ବଲାଙ୍ଗିରରୁ ୮, ବୌଦ୍ଧରୁ ୪, କଟକରୁ ୨୧୨, ଦେବଗଡ଼ରୁ ୮,ଢେଙ୍କାନାଳରୁ ୧୯, ଗଜପତିରୁ ୧୪, ଗଂଜାମରୁ  ୨,ଜଗତସିଂହପୁରରୁ ୧୧୩, ଯାଜପୁରରୁ ୭୭, ଝାରସୁଗୁଡ଼ାରୁ ୨, କଳାହାଣ୍ଡିରୁ ୧, କନ୍ଧମାଳରୁ ୧୭,କେନ୍ଦ୍ରାପଡ଼ା- ୫୧, କେନ୍ଦୁଝର- ୧୭, କୋରାପୁଟରୁ ୧୪, ମାଲକାନଗିରିିରୁ ୧୧, ମୟୂରଭଞ୍ଜରୁ ୪୧, ନବରଙ୍ଗପୁରରୁ ୧୬, ନୟାଗଡ଼ରୁ  ୫୩, ବାଲେଶ୍ୱରରୁ  ୭୮, ଯାଜପୁରରୁ ୭୭,ନୂଆପଡ଼ାରୁ  ୨, ପୁରୀରୁ ୧୦୯, ରାୟଗଡ଼ାରୁ  ୧୪, ସମ୍ବଲପୁରରୁ  ୧୮ ଷ୍ଟେଟପୁଲରୁ ୯୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଆଜିର ସଂଖ୍ୟାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୭୭ ହଜାର ୨୬୮କୁ ବୃଦ୍ଧି ପାଇଛି। ୨୪ ଘଣ୍ଟାରେ ୭୨,୨୩୩ ସାମ୍ପଲ ଟେଷ୍ଟ ହୋଇଥିବବେଳେ ପଜିଟିଭିଟି- ୨.୧୮% ରହିଛି। 

Advertisment

ସେହପରି ରାଜ୍ୟରେ ଆଉ ୬୮ ଜଣ ରୋଗୀଙ୍କ ମୃତ୍ୟ ପରେ ମୃତକଙ୍କ ସଂଖ୍ୟା ୫,୯୦୨କୁ ବୃଦ୍ଧି ପାଇଛି । ଅନୁଗୁଳରୁ ୮, ଗଞ୍ଜାମ ଓ ଖୋର୍ଦ୍ଧାରୁ ୭ ଲେଖାଏ  ଆଖି ବୁଜଥିବାବେଳେ ବାଲେଶ୍ୱର ଓ ପୁରୀରୁ ୫ ଲେଖାଏ, କଟକ ଓ ମୟୂରଭଞ୍ଜରୁ ୪ ଲେଖାଏ, ବରଗଡ଼, ବଲାଙ୍ଗିର, କେନ୍ଦ୍ରାପଡ଼ା, କେନ୍ଦୁଝର, ନୟାଗଡ଼ରୁ ୩ ଲେଖାଏ ମୃତ, ଭଦ୍ରକ, ଜଗତସିଂହପୁର, କଳାହାଣ୍ଡି, ସମ୍ବଲପୁର, ନବରଙ୍ଗପୁରରୁ ୨ ଲେଖାଏ ମୃତ, ବୌଦ୍ଧ, ଯାଜପୁର, କନ୍ଧମାଳରୁ ଜଣେ ଲେଖାଏ କରୋନା ରୋଗୀ ଆଖି ବୁଜିଛନ୍ତି। 

Advertisment

ରାଜ୍ୟରେ କରୋନା ସ୍ଥିତି ଏପରି ଥିବାବେଳେ ଅଗଷ୍ଟ ମାସ ପାଇଁ ଆଜି ଆସିପାରେ ନୂଆ ଗାଇଡଲାଇନ୍ । ଜୁଲାଇ ପାଇଁ ଜାରି କରିଥିବା କରୋନା କଟକଣା ଆଜି ସରୁଥିବାରୁ ଅଗଷ୍ଟ ପାଇଁ ନୂଆ ଗାଇଡଲାଇନ୍ ଜାରି କରିପାରନ୍ତି ରାଜ୍ୟ ସରକାର । ଅଗଷ୍ଟରେ କାଟାଗୋରି ଏ ଜିଲ୍ଲା ଓ କାଟାଗୋରି ବି ଜିଲ୍ଲା ପାଇଁ କଣ ରହିବ କଟକଣା ତା ଉପରେ ଏବେ ସମସ୍ତଙ୍କ ନଜର ରହିବ ।

COVID-19 Odisha COVID-19 Update
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ