Covid 19 Odisha Updates
ଭୁବନେଶ୍ୱର: ରାଜ୍ୟରେ ଆଜି ପୁଣି ୬୦୨ ପଜିଟିଭ ଚିହ୍ନଟ ହୋଇଛନ୍ତି। ଚିହ୍ନଟଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୭୯ ଆକ୍ରାନ୍ତ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏଥିସହିତ ରାଜ୍ୟରେ ଆଉ ୭ ଜଣ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି।
Also Read
ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୩୫୩ ଉଦ୍ଧାର ହୋଇଥିବାବେଳେ ଲୋକାଲ କେସ୍ ୨୪୯ ଥିବା ଜଣାଯାଇଛି। ଚିହ୍ନଟଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୨୬୬ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଅନୁଗୁଳରୁ ୬, ବାଲେଶ୍ୱରରୁ ୨୪, ଭଦ୍ରକରୁ ୭, ବଲାଙ୍ଗିର, ବୌଦ୍ଧରୁ ୧, କଟକରୁ ୭୪, ଦେବଗଡରୁ ୨, ଢେଙ୍କାନାଳରୁ ୭, ଗଜପତିରୁ ୬, ଗଞ୍ଜାମରୁ ୮, ଜଗତସିଂହପୁରରୁ ୩୪, ଜାଜପୁରରୁ ୧୬, ଝାରସୁଗୁଡାରୁ ୧, କଳାହାଣ୍ଡିରୁ ୩, କନ୍ଧମାଳରୁ ୨, କେନ୍ଦ୍ରାପଡାରୁ ୩, କେନ୍ଦୁଝରରୁ ୧, କୋରାପୁଟରୁ ୨, ମୟୂରଭଞ୍ଜରୁ ୧୯, ନୟାଗଡରୁ ୮, ପୁରୀରୁ ୧୩, ରାୟଗଡାରୁ ୪, ସମ୍ବଲପୁରରୁ ୨୩, ସୋନପୁରରୁ ୩, ସୁନ୍ଦରଗଡରୁ ୫ ଏବଂ ଷ୍ଟେଟପୁଲରୁ ୬୩ ଜଣ ଚିହ୍ନଟ ହୋଇଛନ୍ତି।
ଆଜିର ସଂଖ୍ୟାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୨୩ ହଜାର ୭୩୫କୁ ବୃଦ୍ଧି ପାଇଛି। ଆଜି ୪୯୪ ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୧୦,୦୯,୫୮୨ଜଣ ସୁସ୍ଥ ହୋଇଥିବାବେଳେ ଆକ୍ଟିଭ କେସ ଅଛି ୫୯୩୦।
ସେହିପରି ଖୋର୍ଦ୍ଧାରୁ ୨, ଜଗତସିଂହପୁର ଓ କଟକରୁ ଜଣେ, ଭଦ୍ରକ, ବାଲେଶ୍ୱର ଓ ଅନୁଗୁଳରୁ ମଧ୍ୟ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ୮,୧୭୦କୁ ବୃଦ୍ଧି ପାଇଛି।
Also Read
ସୂଚନାଥାଉ କି, ଦେଶରେ କମୁଛି କରୋନା ଗ୍ରାଫ୍। ଗତ ୨୪ ଘଣ୍ଟାରେ ଦେଶରେ ୨୯,୬୧୬ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨୯୦ ଜଣଙ୍କ ପ୍ରାଣ ନେଇଛି ମହାମାରୀ । ତେବେ ଆଜିର ସଂକ୍ରମଣକୁ ମିଶାଇ ଦେଶରେ ମୋଟ୍ ୩୬,୨୪,୦୦୦ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପହଞ୍ଚିଥିବା ବେଳେ ୪,୪୬,୬୫୮ରେ ପହଞ୍ଚିଛି ମୃତକଙ୍କ ସଂଖ୍ୟା। ଏହାସହ ଗତ ୨୪ ଘଂଟା ମଧ୍ୟରେ ୨୮,୦୪୬ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଅର୍ଥାତ୍ ୪୪୯୬ ସକ୍ରିୟ ମାମଲା ହ୍ରାସ ପାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us