Advertisment

ଚିନ୍ତା ବଢାଇଲା କେରଳ; ଦିନକରେ ବାହାରିଲେ ୩୧ ହଜାର କରୋନା ସଂକ୍ରମିତ

ଦେଶରେ ଆସିଲା କି କରୋନାର ତୃତୀୟ ଲହର ? କାହିଁକି ଏତେ ବଢିଗଲା ସଂକ୍ରମିତଙ୍କ ସଂଖ୍ୟା ?

ଅଦ୍ୟତନ ହୋଇଛି
Covid 19 in India

Covid 19 in India

Advertisment

ନୂଆଦିଲ୍ଲୀ:ଦେଶରେ କରୋନା ସଂକ୍ରମଣ ମାମଲା ପୁଣି ଥରେ ଭୟଙ୍କର ରୂପ ନେଉଛି ।  ସଂକ୍ରମିତଙ୍କ ସଂଖ୍ୟା ଯେପରି ଦ୍ରୁତ ଗତିରେ ବଢି ଚାଲିଛି ତାହାକୁ ଦେଖିଲେ ମନରେ ଭୟ ଆସୁଛି- ତୃତୟ ଲହର ଆସିଗଲା କି ? ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ୪୬ ହଜାର ୧୬୪ ନୂଆ ମାମଲା ସାମ୍ନାକୁ ଆସିଛି।  ସେହିପରି ୨୪ ଘଣ୍ଟା ମଧ୍ୟରେ ୬୦୭ ଜଣଙ୍କର  ମୃତ୍ୟୁ ଘଟିଛି। ତେବେ ସବୁଠାରୁ ଚିନ୍ତାଜନକ କଥା ହେଉଛି, କ୍ରମାଗତ ଦ୍ୱିତୀୟ ଦିନ ପାଇଁ କରୋନାଜନିତ ମୃତ୍ୟୁ ସଂଖ୍ୟା ୬୦୦ରୁ ଅଧିକ ହୋଇଯାଇଛି। ଏଥି ସହିତ, ଗତ ୫୫ ଦିନ ମଧ୍ୟରେ, ପ୍ରଥମ ଥର ପାଇଁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ସବୁଠାରୁ ଚିନ୍ତାର କାରଣ ହୋଇଛି କେରଳ। ସାରା ଦେଶରୁ ୪୬ ହଜାର ରୋଗୀ ଚିହ୍ନଟ ହୋଇଥିବାବେଳେ କେବଳ କେରଳର ସଂଖ୍ୟା ହେଉଛି ୩୧ ହଜାର। 

Advertisment

 ୧୩ ଦିନ ମଧ୍ୟରେ ପ୍ରଥମ ଥର ପାଇଁ ଦେଶରେ ନୂତନ ମାମଲା ସଂଖ୍ୟା ୪୦  ହଜାର ଅତିକ୍ରମ କରିଛି। ତେବେ ଏହି ସମୟ ମଧ୍ୟରେ ୩୪, ୧୫୯ ଜଣ ଆରୋଗ୍ୟ ଲାଭ କରିଛନ୍ତି। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩,୨୫,୫୮,୫୩୦କୁ ବୃଦ୍ଧି ପାଇଛି।  ଏଥିମଧ୍ୟରୁ ୩,୧୭,୮୮,୪୪୦ ଜଣ କରୋନାକୁ ମାତ୍‌ ଦେଇ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ଦେଶରେ ଆକ୍ଟିଭ ସଂଖ୍ୟା ୩,୩୩, ୭୨୫ ରହିଛି। ଅନ୍ୟପକ୍ଷେ ଆଜିର ମୃତକଙ୍କ ସଂଖ୍ୟାକୁ ମିଶାଇଲେ ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା  ୪,୩୬,୩୬୫ରେ ପହଞ୍ଚିଛି। ଏହା ସହିତ ଗତ ୨୪ ଘଣ୍ଟା ମଧ୍ୟରେ  ସଂକ୍ରମିତଙ୍କ ସଂଖ୍ୟା ୧୧, ୩୯୮ ବୃଦ୍ଧି ପାଇଛି।

Advertisment

ସେହିପରି ୨୪ ଘଣ୍ଟା ମଧ୍ୟରେ ୮୦, ୪୦, ୪୦୭ ଜଣ କରୋନା ଟିକା ନେଇଛନ୍ତି। ବର୍ତ୍ତମାନ ସୁଦ୍ଧା ଦେଶରେ ୬୦, ୩୮,୪୬,୪୭୫ ଜଣଙ୍କୁ ଟିକା ପ୍ରଦାନ କରାଯାଇଛି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ କହିବା ଅନୁଯାୟୀ, ଦେଶରେ କୋଭିଡି ଟିକାକରଣ ବୁଧବାର ସୁଦ୍ଧା ୬୦ କୋଟି ଅତିକ୍ରମ କରିସାରିଛି। ସେ ଏକ ଟ୍ୱିଟ କରି କହିଛନ୍ତି, ଦେଶରେ ୧୦ କୋଟି ଟିକାକରଣ କରିବା ପାଇଁ ୮୫ ଦିନ ଲାଗିଥିଲା। ଏହାର ପରେ ୨୦ କୋଟି ପାର କରିବାକୁ ୪୫ ଦିନ ଏବଂ ୩୦ କୋଟି କୋଟି ଛୁଇଁବାକୁ ୨୯ ଦିନ ଲାଗିଥିଲା। 

ତେବେ ଚିନ୍ତା ବଢାଇଛି କେରଳ। କେରଳରେ ୩ ମାସ ବ୍ୟବଧାନ ପରେ ହଠାତ୍‌ ସଂକ୍ରମିତଙ୍କ ସଂଖ୍ୟା ଆଶାତୀତ ବୃଦ୍ଧି ପାଇଛି। ଗୋଟିଏ ଦିନରେ ଅର୍ଥାତ କେବଳ କେରଳରୁ ୩୦ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସଂକ୍ରମର ହାର ୧୯ ପ୍ରତିଶତ ବୃଦ୍ଧି ପାଇଛି। ସରକାରୀ ସୂଚନା ଅନୁଯାୟୀ, ବୁଧବାର ରାଜ୍ୟରେ ୩୧, ୪୪୫ ଜଣ କୋଭିଡ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ କୋଭିଡ ସଂକ୍ରମିତଙ୍କ ସଂଖ୍ୟା ୩୮, ୮୩, ୪୨୯ଛୁଇଁଛି। ସେହିପରି ୨୧୫ ଜଣ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁ ୧୯, ୯୭୨ରେ ପହଞ୍ଚିଛି। ଗତଥର କେରଳରେ ମେ’ ୨୦ ତାରିଖ ସର୍ବାଧିକ ସଂକ୍ରମିତ ଚିହ୍ନଟ ହୋଇଥିଲେ । ସଂକ୍ରମିତଙ୍କ ସଂଖ୍ୟା ୩୦, ୪୯୧ ଥିଲା।

Advertisment

ଏଠି କହିରଖିବୁ, ୧୨ରୁ ୨୩ ତାରିଖ ପର୍ଯ୍ୟନ୍ତ ୧୦ ଦିନ ଧରି କେରଳରେ  ଓନମ ପର୍ବ ପାଳିତ ହୋଇଥିଲା। ଏହି ପର୍ବ ପରେ ହଠାତ କୋଭିଡ୍ ସଂକ୍ରମଣ ବଢିଯାଇଛି। ଗତ ମେ ୨୦ରେ ପରେ ବୁଧବାର ସଂକ୍ରମଣ ଏତେମାତ୍ରାରେ ବୃଦ୍ଧି ପାଇଛି। ଏଥିପାଇଁ ଓନମ୍‌କୁ ଦାୟୀ କରାଯାଉଛି। ସଂକ୍ରମଣ ବଢୁଥିବାରୁ ଏହାକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି। ବିରୋଧୀ ସିଧାସଳଖ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନଙ୍କୁ ଦାୟୀ କରିଛନ୍ତି।  

COVID-19 India COVID19 Updates
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ