Advertisment

ଗତକାଲି ତୁଳନାରେ ଆଜି ପୁଣି ବଢିଲା କରୋନା ସଂକ୍ରମିତଙ୍କ ସଂଖ୍ୟା; ଚିହ୍ନଟ ହେଲେ ୫୪୫ ରୋଗୀ

ତଳମୁହାଁ ହେଉଛି କରୋନା ଗ୍ରାଫ୍‌। ଧୀରେ ଧୀରେ ରାଜ୍ୟରୁ ସଂକ୍ରମିତଙ୍କ ସଂଖ୍ୟା କମୁଥିଲେ ହେଁ ଗତକାଲି ତୁଳନାରେ ଆଜି ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୫୪୫ ଜଣ ପଜିଟିଭ।

undefined

covid situation in odisha

Advertisment

ଭୁବନେଶ୍ୱର: ତଳମୁହାଁ ହେଉଛି କରୋନା ଗ୍ରାଫ୍‌। ଧୀରେ ଧୀରେ ରାଜ୍ୟରୁ ସଂକ୍ରମିତଙ୍କ ସଂଖ୍ୟା କମୁଥିଲେ ହେଁ ଗତକାଲି ତୁଳନାରେ ଆଜି ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୫୪୫ ଜଣ ପଜିଟିଭ।  ଚିହ୍ନଟଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବର୍ଗର ଅଛନ୍ତି ୭୪ ଜଣ। ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୩୧୯ ଓ ଲୋକାଲ କେସ୍ ୨୨୬ ଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଟୁଇଟ କରିଛି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୨୫ ହଜାର ୩୦୯କୁ ବୃଦ୍ଧି ପାଇଛି। 

Advertisment

ସେହିପରି ରାଜ୍ୟରେ ପୁଣି ୭ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି। ଜଗତସିଂହପୁରରୁ ୨, ଖୋର୍ଦ୍ଧା, କେନ୍ଦ୍ରାପଡ଼ା, କଟକ, ଯାଜପୁର ଓ ଗଞ୍ଜାମରୁ  ଜଣେ ଲେଖାଏଁ  ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ଜଣାଯାଇଛି। ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୮,୧୮୭କୁ ବୃଦ୍ଧି ପାଇଛି।

Advertisment

ଆଜି ରାଜ୍ୟରେ ଅନୁଗୁଳରୁ ୭ ଜଣ ପଜିଟିଭ ବାହାରିଥିବାବେଳେ ବାଲେଶ୍ୱରରେ ୪୭, ବରଗଡରୁ ଜଣେ, ଭଦ୍ରକରୁ ୧୦ ଜଣ, ବଲାଙ୍ଗିରରୁ ୨, କଟକରୁ ୭୩, ଦେଓଗଡରୁ ୪, ଢେଙ୍କାନାଳରୁ ୨, ଗଜପତରୁ ଜଣେ, ଗଞ୍ଜାମରୁ ୬, ଜଗତ୍‌ସିଂହପୁରରୁ ୩୭, ଯାଜପୁରରୁ ୨୦, ଝାରସୁଗୁଡାରୁ ୮, କଳାହାଣ୍ଡି ଓ କନ୍ଧମାଳରୁ ଜଣେ ଲେଖାଏ, କେନ୍ଦ୍ରାପଡାରୁ ୧୦, କେନ୍ଦୁଝରରୁ ୩, ଖୋର୍ଦ୍ଧାରୁ ସର୍ବାଧିକ ୨୧୮, କୋରାପୁଟରୁ ୨, ମୟୂରଭଞ୍ଜରୁ ୧୪ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି।  ସେହିପରି ନବରଙ୍ଗପୁରରୁ ୩, ପୁରୀରୁ ୬, ରାୟଗଡାରୁ ୩, ସମ୍ବଲପୁରରୁ ୩, ସୋନପୁରରୁ ୨, ସୁନ୍ଦରଗଡରୁ ୧୧ ଏବଂ ଷ୍ଟେଟ୍‌ ପୁଲ୍‌ରୁ ୫୦ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି।

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୬୫୩ ଜଣ କରୋନା ମୁକ୍ତ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ସୁସ୍ଥ ସଂଖ୍ୟା ୧୦,୧୧,୪୮୨ ଥିବା ଜଣାଯାଇଛି। ରାଜ୍ୟରେ ବର୍ତ୍ତମାନ ଆକ୍ଟିଭ ସଂଖ୍ୟା ୫୫୮୭ ରହିଛି। 

Advertisment
COVID-19 Odisha COVID19 Updates
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ