Advertisment

ପୁଣି  ୧,୯୪୮ କରୋନା ପଜିଟିଭ ଚିହ୍ନଟ, ୬୭ ଆଖି ବୁଜିଲେ

ରାଜ୍ୟରେ କରୋନା ସଂକ୍ରମଣ ହାର ସ୍ଥିର ରହିଛି। ଦୈନିକ ୨ ହଜାର ପାଖାପାଖି ସଂକ୍ରମିତ ଚିହ୍ନଟ ହେଉଛନ୍ତି। ମୃତ୍ୟୁ ସଂଖ୍ୟା ମଧ୍ୟ ୬୦ ତଳକୁ ଖସୁନି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ୧,୯୪୮ କରୋନା ପଜିଟିଭ ବାହାରିଛନ୍ତି।

ଅଦ୍ୟତନ ହୋଇଛି
ପୁଣି  ୧,୯୪୮ କରୋନା ପଜିଟିଭ ଚିହ୍ନଟ, ୬୭ ଆଖି ବୁଜିଲେ

corona updates odisha

Advertisment
Advertisment

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ହାର ସ୍ଥିର ରହିଛି। ଦୈନିକ ୨ ହଜାର ପାଖାପାଖି ସଂକ୍ରମିତ ଚିହ୍ନଟ ହେଉଛନ୍ତି। ମୃତ୍ୟୁ ସଂଖ୍ୟା ମଧ୍ୟ ୬୦ ତଳକୁ ଖସୁନି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ୧,୯୪୮ କରୋନା ପଜିଟିଭ ବାହାରିଛନ୍ତି।  କ୍ୱାରେଣ୍ଟିନରେ ୧,୧୨୦ ଜଣ ଥିବାବେଳେ ଲୋକାଲ କଣ୍ଟାକ୍ଟସ ଅଛନ୍ତି ୮୨୮ଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ କୁହାଯାଇଛି।

ସେହିପରି ରାଜ୍ୟରେ ଆଉ ୬୭ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୦ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ରାଜ୍ୟରେ  କରୋନାଜନିତ ମୋଟ ମୃତ୍ୟୁ ସଂଖ୍ୟା ୫ ହଜାର ୩୦୮କୁ ବୃଦ୍ଧି ପାଇଛି। 

Advertisment

ଆଜି ବି ରାଜ୍ୟରୁ ସର୍ବାଧିକ ଆକ୍ରାନ୍ତ ଖୋର୍ଦ୍ଧା ଜିଲ୍ଲାରୁ ବାହାରିଛନ୍ତି। ଏଠାରୁ ୪୮୦ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ତା ତଳେ ରହିଛି କଟକ।ଏଠାରୁ ୨୭୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାବ୍ୟତୀତ ଅନୁଗୁଳରୁ  ୮୫, ବାଲେଶ୍ୱରରୁ ୯୮, ବରଗଡ଼ରୁ ୧୭, ଭଦ୍ରକରୁ ୫୯, ବଲାଙ୍ଗିରରୁ ୭, ବୌଦ୍ଧରୁ ୪, ଦେବଗଡ଼ରୁ ୫, ଢେଙ୍କାନାଳରୁ ୩୪, ଗଜପତିରୁ ୪, ଗଞ୍ଜାମରୁ ୬, ଜଗତସିଂହପୁରରୁ ୧୧୩ ଯାଜପୁରରୁ ୧୧୫, ଝାରସୁଗୁଡ଼ାରୁ ୬, କଳାହାଣ୍ଡିରୁ ୪, କନ୍ଧମାଳରୁ ୧୯, କେନ୍ଦ୍ରାପଡ଼ାରୁ ୧୧୨, କେନ୍ଦୁଝରରୁ ୨୧, କୋରାପୁଟରୁ ୭, ମାଲକାନଗିରିିରୁ ୨୪, ମୟୂରଭଞ୍ଜରୁ ୬୭, ନବରଙ୍ଗପୁରରୁ ୯, ନୟାଗଡ଼ରୁ ୮୮, ନୂଆପଡ଼ାରୁ ୨, ପୁରୀରୁ  ୮୩, ରାୟଗଡ଼ାରୁ ୧୮, ସମ୍ବଲପୁରରୁ ୨୫, ସୁବର୍ଣ୍ଣପୁରରୁ ୧୨, ସୁନ୍ଦରଗଡ଼ରୁ ୪୭ ରୋଗୀ ଚିହ୍ନଟ ହୋଇଛନ୍ତି। ସେହପରି  ଷ୍ଟେଟପୁଲରୁ ବାହାରିଛନ୍ତି ୯୯ ଜଣ। 

ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୬୧ ହଜାର ୯୩୪କୁ ବୃଦ୍ଧି ପାଇଛି। ରାଜ୍ୟରେ ୨୪ ଘଣ୍ଟାରେ ୭୯ ହଜାର ୩୭୨ ସାମ୍ପଲ ଟେଷ୍ଟ ହୋଇଛି। ରାଜ୍ୟରେ କରୋନାକୁ ମାତ ଦେଇଛନ୍ତି ୯,୩୬,୯୫୦। ଆକ୍ଟିଭ କେସ ଅଛି ୧୯,୬୨୩।

Advertisment

ସେହିପରି ବାଲେଶ୍ୱରରୁ ୮, ବରଗଡ଼ରୁ ୭ ଓ ନବରଙ୍ଗପୁରରୁ ୬, ଅନୁଗୁଳ, ପୁରୀ ଓ ରାୟଗଡ଼ାରୁ ୫ ଲେଖାଏ, ଢେଙ୍କାନାଳରୁ ୪, କନ୍ଧମାଳ ଓ ମୟୂରଭଞ୍ଜରୁ ୨ ଲେଖାଏ, କଳାହାଣ୍ଡି, କେନ୍ଦ୍ରାପଡ଼ା, ନୂଆପଡ଼ାରୁ ଜଣେ ଲେଖାଏ କରୋନା ରୋଗୀ ଆଖି ବୁଜିଛନ୍ତି।

ସୂଚନାଥାଉ କି,  ଭୁବନେଶ୍ୱର ଓ କଟକରେ ଚିନ୍ତାଜନକ ସ୍ଥିତିରେ କରୋନା । ବିଶେଷ କରି ଆଇସିୟୁ ଓ ଭେଣ୍ଟିଲେଟରରେ ଥିବା ଆକ୍ରାନ୍ତଙ୍କ ସଂଖ୍ୟା ଯଥେଷ୍ଟ ଅଧିକ ରହିଛି । ୨ ଦିନ ତଳେ ରାଜଧାନୀରେ ଆକ୍ଟିଭ କେସ୍ ଥିଲା ୧୪୯୪ । ତେବେ ଭୁବନେଶ୍ୱରର ବିଭିନ୍ନ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି ୮୦୧ କୋଭିଡ୍ ଆକ୍ରାନ୍ତ । ଅର୍ଥାତ ଅଧାରୁ ଅଧିକ ଆକ୍ରାନ୍ତଙ୍କୁ ଦରକାର ହେଉଛି ହସ୍ପିଟାଲ ବେଡ୍ । ସେମାନଙ୍କ ମଧ୍ୟରୁ ୫୫୨ ଜଣ ଆଇସିୟୁରେ ଥିବା ବେଳେ ୯୯ ଜଣ ଅଛନ୍ତି ଭେଣ୍ଟିଲେଟରରେ । ଦୁଇ ସପ୍ତାହ ତଳେ ଏହି ସଂଖ୍ୟା ଯଥେଷ୍ଟ କମ୍ ଥିଲା ।

ସେହିପରି କଟକରେ ମଧ୍ୟ ସ୍ଥିତି ଉଦ୍‌ବେଗଜନକ । ପୁରା ଜିଲ୍ଲାରେ ଏବେ ୨ ହଜାର ୫୫୯ ଆକ୍ଟିଭ୍ କେସ୍ ଥିବା ବେଳେ କେବଳ କଟକ ମହାନଗରରେ ଅଛନ୍ତି ୧୨୨୦ ଆକ୍ରାନ୍ତ । ଜିଲ୍ଲାର ବିଭିନ୍ନ କୋଭିଡ୍ ହସପିଟାଲ୍‌ରେ ଏବେ ୧ ହଜାର ୨୮ଜଣ ଭର୍ତ୍ତି ହୋଇଛନ୍ତି । ଚିନ୍ତାଜନକ କଥା ହେଲା ମୋଟ୍ ୮୫୩ ଆଇସିୟୁ ବେଡ୍‌ରୁ ୫୯୩ରେ ରୋଗୀ ଚିକିତ୍ସିତ ହେଉଛନ୍ତି । ସେହିଭଳି ୧୬୯ରୁ ୧୩୧ ଭେଣ୍ଟିଲେଟରରେ ରୋଗୀ ଅଛନ୍ତି । ଅର୍ଥାତ ଆଇସିୟୁର ୭୦ ପ୍ରତିଶତ ବେଡ୍‌ରେ ରୋଗୀ ଥିବା ବେଳେ ଭେଣ୍ଟିଲେଟର ଖାଲି ଅଛି ମାତ୍ର ୨୨ ପ୍ରତିଶତ ।

COVID-19 Odisha Corona Update
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ