Advertisment

୨୪ ଘଣ୍ଟାରେ ଚିହ୍ନଟ ହେଲେ ୬୩୦ କରୋନା ପଜିଟିଭ , ପିଲାଙ୍କ ସଂଖ୍ୟା ୧୧୬

700 ତଳକୁ ଖସିଲା କରୋନା ସଂକମଣ। । ହେଲେ ସଂକ୍ରମିତ ପିଲାଙ୍କ ସଂଖ୍ୟା ୧୦୦ ତଳକୁ ଖସୁନି । ସେହିପରି ୮ ରୋଗୀଙ୍କର ଆଜି ମୃତ୍ୟୁ ଘିଛି।

ଅଦ୍ୟତନ ହୋଇଛି
undefined

covid 19

Advertisment

ଭୁବନେଶ୍ୱର: ଆଜି ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ୭୦୦ ତଳକୁ ଖସିଛି। ହେଲେ ସଂକ୍ରମିତ ପିଲାଙ୍କ ସଂଖ୍ୟା ୧୦୦ ତଳକୁ ଖସୁନି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୬୩୦ ଜଣ ପଜିଟିଭ ବାହାରିଛନ୍ତି। ସେହିପରି ଆଜି ପିଲାଙ୍କ ସଂଖ୍ୟା ରହିଛି ୧୧୬। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୩୬୮ ଜଣ ଥିବାବେଳେ ଲୋକାଲ କେସ୍ ରହିଛି ୨୬୨ । ସେହିପରି ରାଜ୍ୟରେ ଆଉ ୮ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୮,୦୯୨କୁ ବୃଦ୍ଧି ପାଇଛି। 

Advertisment

ଆଜି  ଚିହ୍ନଟ ହୋଇଥିବା କରୋନା ରୋଗୀଙ୍କ ମଧ୍ୟରୁ ବଲାଙ୍ଗିରରୁ ୩, ବୌଦ୍ଧରୁ୧, କଟକଚ ୧୧୮, ଦେବଗଡ଼ରୁ ୪
ଢେଙ୍କାନାଳରୁ ୧୨, ଗଜପତିରୁ ୩, ଗଂଜାମରୁ ୩, ଜଗତସିଂହପୁରରୁ ୧୧, କେନ୍ଦ୍ରାପଡ଼ାରୁ ୮, କେନ୍ଦୁଝରରୁ ୪, ଖୋର୍ଦ୍ଧାରୁ ୨୨୧, କୋରାପୁଟରୁ ୯
କେନ୍ଦ୍ରାପଡ଼ାରୁ ୮, କେନ୍ଦୁଝରରୁ ୪, ଖୋର୍ଦ୍ଧାରୁ ୨୨୧, କୋରାପୁଟରୁ ୯, ମାଲକାନଗିରିରୁ ୪, ମୟୂରଭଂଜରୁ ୨୦, ନବରଙ୍ଗପୁରରୁ ୨, ଯାଜପୁରରୁ ୩୨, ଝାରସୁଗୁଡ଼ାରୁ ୧, କଳାହାଣ୍ଡିରୁ ୧, କନ୍ଧମାଳରୁ ୨ ନୟାଗଡ଼ରୁ ୧୭, ନୂଆପଡ଼ାରୁ ୧, ପୁରୀରୁ ୧୬, ରାୟଗଡ଼ାରୁ ୭, ସମ୍ବଲପୁରରୁ ୧୩, ସୁନ୍ଦରଗଡ଼ରୁ ୨୨ଏବଂ ଷ୍ଟେଟପୁଲ୍‌ରୁ ୫୩ ପଜିଟିଭ ବାହାରିଛନ୍ତି।

ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୧୫ ହଜାର ୭୧୩କୁ ବୃଦ୍ଧି ପାଇଛି। ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୬୮୯ ଜଣ ଆକ୍ରାନ୍ତ କରୋନା ମୁକ୍ତ ହୋଇଛନ୍ତି। ଏହାକୁ ମିଶାଇ ମୋଟ ୧୦,୦୦,୫୪୮ ଜଣ କରୋନାକୁ ମାତ ଦେଇ ସାରିଲେଣି। ରାଜ୍ୟରେ ଆକ୍ଟିଭ କେସ ରହିଛି ୭୦୨୦।

Advertisment

ସେହିପରି କଟକରୁ ୨ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି ।  ବାଲେଶ୍ୱର, ଢେଙ୍କାନାଳ, ଜଗତସିଂହପୁର, ଯାଜପୁର, ମାଲକାନଗିରି ଓ ମୟୂରଭଞ୍ଜରୁ  ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। 

Advertisment

ଦେଶରେ କରୋନାସ୍ଥିତି ଦେଖିଲେ,  ଦିନକରେ ୩୩,୩୭୬ ପଜିଟିଭ ଚିହ୍ନଟ ହୋଇଥିବାବେଳେ  ୩୦୮ ଜଣ ଆଖି ବୁଜିଛନ୍ତି। କେବଳ କେରଳରେ ୨୫,୦୧୦ ଆକ୍ରାନ୍ତ ଓ ୧୭୭ ମୃତ। ଆଜିର ସଂଖ୍ୟାକୁ ମିଶାଇ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୩,୩୨,୦୮,୩୩୦କୁ ବୃଦ୍ଧି ପାଇଛି। ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୪,୪୨,୩୧୭କୁ ବୃଦ୍ଧି। ରାଜ୍ୟରେ ମୋଟ ଆକ୍ଟିଭ୍ ସଂଖ୍ୟା ୩,୯୧,୫୧୬ ଥିବାବେଳେ ସୁସ୍ଥ ହେଲେଣି ୩,୨୩,୭୪,୪୯୭ ଜଣ।  

ଦେଶରେ କରୋନାର ପ୍ରଭାବ ଛାଡ଼ୁ ନ ଥିବାବେଳେ ତୃତୀୟ ଲହରରେ ପିଲାଙ୍କ ସଂକ୍ରମଣକୁ ନେଇ ଭୟ ରହିଛି। ଏ ନେଇ ସ୍ୱାସ୍ଥ୍ୟ ବିଶେଷଜ୍ଞ ନିରଜ ମିଶ୍ର କହିଛନ୍ତି, କେରଳରେ ଓଣମ ଓ ବକରିଦ୍ ପାଳନ ପାଇଁ ଅନୁମତି ମିଳିଥିଲା । ତାହାର ପରିଣାମ ଆଜି ଦେଖିବାକୁ ମିଳୁଛି। ସେଠାରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢ଼ିଛି। ଏଣୁ ପର୍ବ ପାଳନ ହେଉ ହେଲେ ବଡ଼ ଆଡ଼ମ୍ବରରେ ପାଳନ ନ କରାଗଲେ ଭଲ । ଯେତେ କମ୍ ଲୋକଙ୍କୁ ନେଇ ପର୍ବ ପାଳନ କରିହେବ, ତାହା କରିବା ଉଚିତ ବୋଲି ଡା.ନିରଜ ମିଶ୍ର କହିଛନ୍ତି । ଏଣୁ ପାର୍ବଣ ଋତୁ ପାଇଁ ଜାରି ହୋଇଥିବା କଟକଣା କଡ଼ାକଡ଼ି ଭାବେ ପାଳନ ହେବା ଆବଶ୍ୟକ ବୋଲି ସେ କହିଛନ୍ତି 

COVID-19
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ