Advertisment

ପାର୍ବଣ ବେଳାରେ ପୁଣି ଟେନସନ୍ ଦେଲା କରୋନା ସଂକ୍ରମଣ

ଗୋଟିଏ ପଟେ ପୂଜା ଘଡ଼ି ତ ଅନ୍ୟପଟେ ସଂକ୍ରମଣର ଲମ୍ବା ଡିଆଁ, ଜୀବନ ଓ ଜୀବୀକାକୁ ଗୁରୁତ୍ୱ ଦେବାକୁ ପରାମର୍ଶ ଦିଆଯାଉଥିବାବେଳେ ଭୁବନେଶ୍ୱର ମାର୍କେଟ ବିଲଡିଂ ଅଞ୍ଚଳର ପୂଜା ପାଇଁ କିଣାକିଣି କରିବାକୁ ଲୋକଙ୍କ ଅସମ୍ଭବ ଭିଡ଼ ହେଲାଣି।

Covid infection

Covid infection

Advertisment

ଭୁବନେଶ୍ୱର: ପାର୍ବଣ ବେଳାରେ ପୁଣି ସଂକ୍ରମଣ ଟେନସନ୍। ରାଜ୍ୟରେ ୬୦୦ ଉପରେ କରୋନା ଗ୍ରାଫ୍। ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୬୫୨ ନୂଆ ସଂକ୍ରମିତ ଯାହାକି ଗତକାଲିର ସଂଖ୍ୟାଠାରୁ ୧୨୬ ଅଧିକ। ସେମିତି ୧୮ବର୍ଷରୁ କମ୍ ବର୍ଗରେ ବି ଆକ୍ରାନ୍ତ ହୋଇଛନ୍ତି ୯୨ଜଣ ଅଧିକ ଚିନ୍ତା ବଢ଼ାଉଛି ଖୋର୍ଦ୍ଧା ଜିଲ୍ଲା। ଖୋର୍ଦ୍ଧାରୁ ସର୍ବାଧିକ ୩୩୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ କଟକରୁ ଅଛନ୍ତି ୭୦। ଗତ ସପ୍ତାହକ ଭିତରର ଦୈନିକ ସଂକ୍ରମଣ ଟ୍ରେଣ୍ଡ ଉପରେ ନଜର ପକାଇଲେ ୫ଦିନ ହେବ ସଂକ୍ରମିତଙ୍କ ସଂଖ୍ୟା ୫ଶହ ଉପରେ ରହୁଥିଲା ହେଲେ ଆଜି ହଠାତ୍ ୬ ଶହ ଡେଇଁଛି।

Advertisment

ସେହିପରି ଦିନକରେ ୭ ଆକ୍ରାନ୍ତଙ୍କ ବି ଜୀବନ ନେଇଛି କରୋନା, ଯାହା ମଧ୍ୟରେ କେବଳ ଖୋର୍ଦ୍ଧାରୁ ୫ ଜଣ ଅଛନ୍ତି। ଯଦିଓ ଜିଲ୍ଲାଓ୍ୱାରୀ ସଂକ୍ରମଣ ସ୍ଥିତି ଉପରେ ତୀକ୍ଷ୍ନ ନଜର ରଖାଯାଇଥିବା ରାଜ୍ୟ ସ୍ବାସ୍ଥ୍ୟ ବିଭାଗ କହି ସାରିଛି, ତେବେ ପାର୍ବଣ ବେଳେ ଅଯଥା ଭିଡ଼ ନକରିବାକୁ ଓ କରୋନା ଗାଇଡଲାଇନ୍ସ ଠିକ୍ ଭାବେ ଅନୁପାଳନ କରିବାକୁ ଲୋକଙ୍କୁ ପରାମର୍ଶ ଦେଇଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ। ଏଣେ ଆସନ୍ତା ୩ ମାସ ଆମ ପାଇଁ ନିର୍ଣ୍ଣାୟକ ହୋଇଥିବାରୁ ଏଥିପାଇଁ ସତର୍କ ରହିବାକୁ ପଡ଼ିବ ବୋଲି କହିଛନ୍ତି ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର।

ଗୋଟିଏ ପଟେ ପୂଜା ଘଡ଼ି ତ ଅନ୍ୟପଟେ ସଂକ୍ରମଣର ଲମ୍ବା ଡିଆଁ, ଜୀବନ ଓ ଜୀବୀକାକୁ ଗୁରୁତ୍ୱ ଦେବାକୁ ପରାମର୍ଶ ଦିଆଯାଉଥିବାବେଳେ ଭୁବନେଶ୍ୱର ମାର୍କେଟ ବିଲଡିଂ ଅଞ୍ଚଳର ପୂଜା ପାଇଁ କିଣାକିଣି କରିବାକୁ ଲୋକଙ୍କ ଅସମ୍ଭବ ଭିଡ଼ ହେଲାଣି। କାହା ମୁହଁରେ ମାସ୍କ ଅଛି ତ କାହା ମୁହଁରେ ଆଦୌ ନାହିଁ। ସାମାଜିକ ଦୂରତ୍ୱ ତ ଜମାରୁ ନାହିଁ କହିଲେ ଚଳେ। ତେଣେ ପୁନର୍ବାର କାୟା ବଢ଼ାଉଥିବା ସଂକ୍ରମଣରେ ଲଗାମ୍ ଦେବାକୁ ଆଗୁଆ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରି ସାରିଛନ୍ତି।

Advertisment

ରାଜ୍ୟ ସରକାର ଆସନ୍ତାକାଲିଠୁ ୨୦ ତାରିଖ ପର୍ଯ୍ୟନ୍ତ ଟ୍ୱିନସିଟିରେ ରାତି ୮ଟାରୁ ଭୋର୍ ୫ଟା ଯାଏଁ ପୁଣି ନାଇଟକର୍ଫ୍ୟୁ ଲାଗୁ ହେବାକୁ ଯାଉଛି। ତେଣୁ ଏହି ସମୟରେ ଲୋକମାନେ ନିୟମ ପାଳନରେ ସହଯୋଗ କରିବାକୁ ପୂର୍ବରୁ ପୋଲିସ କମିଶନର ଅପିଲ୍ କରିସାରିଥିବାବେଳେ ଅମାନିଆଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନର ଚେତାବନୀ ଦେଇଛନ୍ତି ଡିସିପି ପ୍ରତୀକ ସିଂ

ରିପୋର୍ଟ: ଦେବାଶିଷ ମହାନ୍ତି, ହରିହର ଚାନ୍ଦ

COVID-19 Corona Corona Updates Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ