Advertisment

ରାଜଧାନୀରେ ଏହି ସବୁ ଅଞ୍ଚଳ ହେଲା କଣ୍ଟେନମେଣ୍ଟ ଜୋନ୍‌

ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା କମୁଥିବାବେଳେ ଖୋର୍ଦ୍ଧା ଜିଲ୍ଲାରେ ସଂକ୍ରମଣ କମୁନି। ବିଶେଷ କରି ରାଜଧାନୀରେ ସଂକ୍ରମିତଙ୍କ ସଂଖ୍ୟା ସମସ୍ତଙ୍କ ଚିନ୍ତା ବଢାଇଛି। ଏପରି ସ୍ଥିତିରେ ରାଜଧାନୀର ଦୁଇଟି ଅଞ୍ଚଳରେ କଣ୍ଟେନମେଣ୍ଣ ଜୋନ୍‌ ଘୋଷଣା କରାଯାଇଛି।

ଅଦ୍ୟତନ ହୋଇଛି
ରାଜଧାନୀରେ ଏହି ସବୁ ଅଞ୍ଚଳ ହେଲା କଣ୍ଟେନମେଣ୍ଟ ଜୋନ୍‌

containment zones at bhubaneswar

Advertisment

ଭୁବନେଶ୍ୱର: ରାଜଧାନୀରେ କରୋନା ସଂକ୍ରମଣ ଚିନ୍ତା ବଢାଇଛି। ରାଜ୍ୟରେ ସଂକ୍ରମଣ ହାର ହ୍ରାସ ପାଇଥିଲେ ହେଁ ଖୋର୍ଦ୍ଧା ଜିଲ୍ଲା ଏବେ ବି ତାଲିକାର ଉପରେ ରହିଛି। ଆଉ ସବୁଠାରୁ ଅଧିକ ପଜିଟିଭ ବାହାରୁଛନ୍ତି ରାଜଧାନୀରୁ। ଏବେ ଖୋର୍ଦ୍ଧା ଓ କଟକ ଜିଲ୍ଲା ଫୋକସ୍‌ରେ ଥିବାବେଳେ ରାଜଧାନୀରେ ପୁଣି ଫେରିଛି କଣ୍ଟେନମେଣ୍ଟ ଜୋନ୍‌ । ରାଜଧାନୀର ଖଣ୍ଡଗିରି ପରେ ଏବେ ରସୁଲଗଡରେ ଜାରି କରାଯାଇଛି ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ।
ଗତକାଲି ଖଣ୍ଡଗିରି ସତ୍ୟସାଇ ଏନକ୍ଲେଭ  HIG 11ରୁ ୬୧ ଯାଏ କଣ୍ଟେନମେଣ୍ଟ ଜୋନ କରାଯାଇଛି। ସେହିପରି ରସୁଲଗଡ ନିକଟରେ ଥିବା ଗୁଞ୍ଜନ ପ୍ୟାଲେସ୍‌ ଆପାର୍ଟମେଣ୍ଟର ବ୍ଲକ-ବି କୁ ବିଏମସି ପକ୍ଷରୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି। ଏସବୁ ଅଞ୍ଚଳରୁ ଅଧିକ କୋଭିଡ ପଜିଟିଭ ବାହାରି ଥିବାରୁ ବିଏମ୍‌ସି ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଛି। ନିୟମ ଅନୁଯାୟୀ, ଏହି ଅଞ୍ଚଳରେ  ଲୋକେ ବାହାରକୁ ବାହାରି ପାରିବେ ନାହିଁ କିମ୍ବା ବାହାର ଲୋକ ସେହି ଅଞ୍ଚଳକୁ ଯାଇ ପାରିବେ ନାହିଁ। କଣ୍ଟେନମେଣ୍ଟ ଜୋନକୁ ଅତ୍ୟାବଶ୍ୟକ ଏବଂ ମେଡିକାଲ ସାମଗ୍ରୀ ଯୋଗାଇ ଦେବ ବିଏମ୍‌ସି।
ସାରା ରାଜ୍ୟରେ କମୁଛି ସଂକ୍ରମଣ ହେଲେ କଟକ-ଭୁବନେଶ୍ୱର ସ୍ଥିତିରେ ଆସୁନି ସୁଧାର। ଯାହାକୁ ନେଇ ଟେନସନ୍‌ରେ ରାଜ୍ୟ ସରକାର। ଏବେ ରାଜ୍ୟରୁ ଚିହ୍ନଟ ହେଉଥିବା ମୋଟ୍ ପଜିଟିଭ୍ କେସ୍‌ର ପ୍ରାୟ ୪୦ ପ୍ରତିଶତ କେବଳ କଟକ ଓ ଭୁବନେଶ୍ୱରରୁ ଚିହ୍ନଟ ହେଉଥିବା ମୁଖ୍ୟଶାସନ ସଚିବ ସୂଚନା ଦେଇଛନ୍ତି। ଖୋର୍ଦ୍ଧା ଜିଲ୍ଲାର ଗ୍ରାମାଞ୍ଚଳ ଅପେକ୍ଷା ରାଜଧାନୀ ଭୁବନେଶ୍ୱରରୁ ବେଶ୍ ଅଧିକ ପଜିଟିଭ୍ ବାହାରୁଛନ୍ତି। ତେବେ କଟକ ଜିଲ୍ଲାରେ ସ୍ଥିତି ଓଲଟା । କଟକ ସହର ତୁଳନାରେ ଗ୍ରାମାଞ୍ଚଳରେ ପଜିଟିଭ୍ କେସ୍ ଅଧିକ।

Advertisment

ଭୁବନେଶ୍ୱରରେ ଏବେ ଆକ୍ଟିଭ୍ କେସ୍ ସଂଖ୍ୟା ରହିଛି ୧୧୬୪। ଏଠାରେ ଜୁଲାଇ ୧୨ରେ ୨୭୧, ୧୩ରେ ୨୯୫ ଓ ୧୪ରେ ୩୨୭ ପଜିଟିଭ୍ ଚିହ୍ନଟ ହୋଇଥିଲେ। ସେପଟେ କଟକ ଜିଲ୍ଲାରେ ଆକ୍ଟିଭ କେସ୍ ରହିଛି ୩, ୧୯୧। ଜିଲ୍ଲାରେ ୧୩ ତାରିଖରେ ୨୨୦, ୧୪ରେ ୨୮୩ ଓ ଆଜି ୩୨୩ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଯାହାକୁ ନେଇ ବଢ଼ିଛି ସରକାରଙ୍କ ଚିନ୍ତା। ଉଦବେଗର ବିଷୟ ହେଲା, ଡବଲ୍ ଡୋଜ୍ ଟିକା ନେବା ପରେ ବି ଭୁବନେଶ୍ୱରରେ ଅନେକ କରୋନାରେ ସଂକ୍ରମିତ ହେଉଛନ୍ତି। ସେମାନେ ଗୁରୁତର ନହେଲେ ମଧ୍ୟ ଅନ୍ୟମାନଙ୍କୁ ସଂକ୍ରମିତ କରୁଥିବା ମୁଖ୍ୟଶାସନ  ସଚିବ କହିଛନ୍ତି।

Advertisment
COVID-19 Odisha Corona Update
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ