ଏୟାରପୋର୍ଟରେ ପାଦ ଥୋଇଲେ କରୋନା ଟେଷ୍ଟ ବାଧ୍ୟତାମୂଳକ !

ଡବଲ ଡୋଜ୍ ଟିକା କିମ୍ବା ନେଗେଟିଭ ରିପୋର୍ଟ ଥିଲେ ବି ପୁଣି ଥରେ ଟେଷ୍ଟ କରିବା ବାଧ୍ୟତାମୂଳକ । ଟେଷ୍ଟ ରିପୋର୍ଟ ଆସିବା ପର୍ଯ୍ୟନ୍ତ ଯାତ୍ରୀ ହୋମ୍ ଆଇସୋଲେସନରେ ରହିବେ ।

Bhubaneswar Airport

ଏଣିକି ଭୁବନେଶ୍ୱର ଏୟାରପୋର୍ଟରେ ପାଦ ପକାଇଲେ ହେବ କରୋନା ଟେଷ୍ଟ । ଯେତେ ଯାତ୍ରୀ ଆସିବେ ସମସ୍ତେ କରୋନା ଟେଷ୍ଟ କରିବା ବାଧ୍ୟତାମୂଳକ । ଭୁବନେଶ୍ୱର ଏୟାରପୋର୍ଟ ପାଇଁ ଏଭଳି କଡ଼ା ଗାଇଡଲାଇନ ଜାରି କରିଛି ବିଏମ୍‌ସି (BMC) । ଭୁବନେଶ୍ୱରକୁ ଆସୁଥିବା ସବୁ ଯାତ୍ରୀଙ୍କ RT-PCR ଟେଷ୍ଟ ପାଇଁ ନିର୍ଦ୍ଦେଶ BMC ନିର୍ଦେଶ ଦେଇଛି ।

ଡବଲ ଡୋଜ୍ ଟିକା କିମ୍ବା ନେଗେଟିଭ ରିପୋର୍ଟ ଥିଲେ ବି ପୁଣି ଥରେ ଟେଷ୍ଟ କରିବା ବାଧ୍ୟତାମୂଳକ । ଟେଷ୍ଟ ରିପୋର୍ଟ ଆସିବା ପର୍ଯ୍ୟନ୍ତ ଯାତ୍ରୀ ହୋମ୍ ଆଇସୋଲେସନରେ ରହିବେ । ଯଦି ରିପୋର୍ଟ ପଜିଟିଭ ଆସେ, ତେବେ ପର ମୂହୁର୍ତ୍ତରେ ପ୍ରୋଟୋକଲ ଅନୁସାରେ ପରବର୍ତ୍ତୀ ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି କହିଛି ବିଏମ୍‌ସି । ଏହି ବ୍ୟବସ୍ଥା ଆସନ୍ତାକାଲିଠାରୁ ଲାଗୁ ପାଇଁ ନୋଟିସ କରିଛି (Bhubaneswar Municipal Corporation) ବିଏମ୍‌ସି ।

ସୂଚନାଯୋଗ୍ୟ, ଗତକାଲି ସନ୍ଧ୍ୟାରେ ରାଜ୍ୟ ସରକାରଙ୍କ ପକ୍ଷରୁ ମଧ୍ୟ ନୂଆ କୋଭିଡ୍‌ ଗାଇଡ୍‌ଲାନ୍‌ ଜାରି କରାଯାଇଛି । ସାରା ବିଶ୍ୱରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢ଼ୁଥିବା ବେଳେ ଭାରତରେ ମଧ୍ୟ ସ୍ଥିତି ଖରାପ ହେଲାଣି । ଏମିତିକି ଓଡ଼ିଶାରେ ମଧ୍ୟ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ତେବେ ଏହାରି ଭିତରେ ରାଜ୍ୟ ସରକାରଙ୍କ ପକ୍ଷରୁ କରୋନା ଗାଇଡ୍‌ଲାଇନ୍‌ ଜାରି କରାଯାଇଛି । ଏହି କଟକଣା ଜାନୁଆରୀ ୭ରୁ ଫେବ୍ରୁଆରି ପହିଲା ପର୍ଯ୍ୟନ୍ତ ବଳବତ୍ତର ରହିବ ।

ଅନ୍ୟପଟେ ରାଜ୍ୟରେ ଆରମ୍ଭ ହୋଇସାରିଛି ତୃତୀୟ ଲହର ! ଏନେଇ ପରୋକ୍ଷରେ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱତନ୍ତ୍ର ରିଲିଫ୍‌ କମିଶନର ପ୍ରଦୀପ ଜେନା । ସେ କହିଛନ୍ତି ଦେଶ ତଥା ରାଜ୍ୟରେ ଦୈନିକ ସଂକ୍ରମଣ ବଢ଼ି ଚାଲିଛି । ଏମିତିକି ଡବଲ ଡୋଜ୍ ଟିକା ନେଇଥିବା ବ୍ୟକ୍ତି ବି ସଂକ୍ରମିତ ହେଉଛନ୍ତି । ଏବେ କୋଭିଡ୍‌ର ଆଉ ଏକ ଲହର ପ୍ରକ୍ରିୟା ଆରମ୍ଭ ହୋଇଛି । ତେଣୁ ରାଜ୍ୟ ସରକାର କରୋନା ସଂକ୍ରମଣକୁ ବ୍ରେକ୍‌ ଦେବା ପାଇଁ କଟକଣା ଲାଗୁ କରିଛନ୍ତି । ତେବେ ନୂଆ ଗାଇଡ୍‌ଲାଇନ୍‌ ନିୟମ ଅନୁଯାୟୀ..