Advertisment

ରାଜ୍ୟ ପାଇଁ କେନ୍ଦ୍ର ୯୫% ଟିକା ଦେବାକୁ ନବୀନଙ୍କ ଦାବି

ମୋଦି କହିଛନ୍ତି ଯେ ଦେଶରେ ଧୀରେ ଧୀରେ ସଂକ୍ରମଣ କମୁଛି କିନ୍ତୁ ଏବେ ବି ସଚେତନ ହୋଇ ରହିବାର ଆବଶ୍ୟକତା ରହିଛି। କାରଣ ଟିକିଏ ଅସାବଧାନ ହେଲେ ଦେଶରେ ପୁଣି ଥରେ ସଂକ୍ରମଣ ବଢ଼ିବ।

ରାଜ୍ୟ ପାଇଁ କେନ୍ଦ୍ର ୯୫% ଟିକା ଦେବାକୁ ନବୀନଙ୍କ ଦାବି

Naveen Modi

Advertisment

ଭୁବନେଶ୍ୱର: ରାଜ୍ୟ ପାଇଁ ୯୫% ଟିକା ଦେବାକୁ କେନ୍ଦ୍ର ସରକାରଙ୍କ ଆଗରେ ଦାବି ରଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରଧାନମନ୍ତ୍ରୀଙ୍କ କୋଭିଡ ସମୀକ୍ଷା ବୈଠକରେ ଦାବି କଲେ ମୁଖ୍ୟମନ୍ତ୍ରୀ। ରାଜ୍ୟରେ ଗତ କେଇ ସପ୍ତାହ ହେଲା କୋଭିଡ ସ୍ଥିତିରେ ଭଲ ଉନ୍ନତି ଆସିଛି। ଉପକୂଳ ଜିଲ୍ଲା ଛାଡ଼ିଲେ ବାକି ଅଞ୍ଚଳରେ ସ୍ଥିତିରେ ଭଲ ଉନ୍ନତି ଆସିଛି ବୋଲି ନବୀନ କହିଛନ୍ତି।  ସେ ଆହୁରି କହିଛନ୍ତି ଯେ ଓଡ଼ିଶାରେ ଘରୋଇ ହସ୍ପିଟାଲ ସଂଖ୍ୟା ବହୁତ କମ୍। ଘରୋଇ ହସ୍ପିଟାଲକୁ ୨୫% ଟିକା ଆବଣ୍ଟନ ଥିବାରୁ ଓଡ଼ିଶା କୋଟା କମୁଛି। ଘରୋଇ ହସ୍ପିଟାଲକୁ ୫% ଟିକା ଦେଇ ୯୫% ରାଜ୍ୟ ସରକାରଙ୍କୁ ଦିଆଯାଉ ବୋଲି ସେ ଦାବି କରିଛନ୍ତି। ୩ୟ ୱେଭରେ ପିଲାମାନେ ପ୍ରଭାବିତ ହେବାର ଆଶଙ୍କା ରହିଛି। ତେଣୁ ୧୨ରୁ ୧୮ ବର୍ଷର ପିଲାଙ୍କୁ ଟିକାକରଣ ବ୍ୟବସ୍ଥା କରାଯାଉ ବୋଲି ନବୀନ କହିଛନ୍ତି। 

Advertisment

ପିଏମ୍‌-ସିଏମ୍‌ ସମୀକ୍ଷା ବୈଠକରେ ମୋଦି କହିଛନ୍ତି ଯେ ଦେଶରେ ଧୀରେ ଧୀରେ ସଂକ୍ରମଣ କମୁଛି କିନ୍ତୁ ଏବେ ବି ସଚେତନ ହୋଇ ରହିବାର ଆବଶ୍ୟକତା ରହିଛି। କାରଣ ଟିକିଏ ଅସାବଧାନ ହେଲେ ଦେଶରେ ପୁଣି ଥରେ ସଂକ୍ରମଣ ବଢ଼ିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଦେଶରେ ତୃତୀୟ ଲହର ରୋକିବାକୁ କଡ଼ା ପଦକ୍ଷେପ ଜରୁରୀ। ଏହାସହ ଟେଷ୍ଟ, ଟ୍ରାକ୍, ଟ୍ରିଟ୍ ଏବଂ ଟିକାକୁ ଗୁରୁତ୍ୱର ସହ ଆଗକୁ ବଢ଼ାଇବାକୁ ହେବ। ୬ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନଙ୍କୁ ଆଜି କିଛି ଏଭଳି ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

Advertisment

ପ୍ରକାଶଥାଉକି ୬ ରାଜ୍ୟରେ କରୋନା ସଂକ୍ରମଣ ବଢ଼ୁଛି । ଗତ ଦୁଇ ସପ୍ତାହରେ ଦେଶରେ ମୋଟ୍ ଆକ୍ରନ୍ତଙ୍କ ୮୦ ପ୍ରତିଶତ ଆକ୍ରାନ୍ତ ଓ ୮୪ ପ୍ରତିଶତ ମୃତ୍ୟୁ ଏହି ରାଜ୍ୟରୁ ରେକର୍ଡ ହୋଇଛି। ତେଣୁ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଚିନ୍ତା ପ୍ରକାଶ କରିଛନ୍ତି। ବିଶେଷ ଭାବେ ମହାରାଷ୍ଟ୍ର ଓ କେରଳରେ ବଢ଼ୁଥିବା ସଂକ୍ରମଣ ଏବେ ଗଭୀର ଚିନ୍ତାର କାରଣ ହୋଇଥିବା କହିଛନ୍ତି ପ୍ରଧାନମନ୍ତ୍ରୀ।

Odisha News COVID-19 PM Modi COVID-19 Vaccination Drive
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ