Advertisment

ସଂକ୍ରମଣ ରୋକିବା ପାଇଁ କପଡ଼ା ପ୍ରସ୍ତୁତ ମାସ୍କ ଯଥେଷ୍ଟ ନୁହେଁ, ଜାଣନ୍ତୁ କିପରି ରହିବେ ସୁରକ୍ଷିତ

କରୋନା ଭାଇରସ ମହାମାରୀର ଓମିକ୍ରନ ଏକ ତୀବ୍ର ପ୍ରସାରୀ ଭୂତାଣୁ। ଯାହା ଖୁବ୍ ଶୀଘ୍ର ଜଣକଠାରୁ ଅନେକଙ୍କୁ ବ୍ୟାପିଯାଉଛି। ଦେଶରେ ଓମିକ୍ରନର ଏବେ ସାମୂଦାୟୀକ ସଂକ୍ରମଣ ହେଲାଣି। ତେବେ କରୋନା ଭାଇରସ ମହାମାରୀରୁ ବର୍ତ୍ତିବା ଲାଗି ଆମେ ବ୍ୟବହାର କରୁଥିବା ୧ ବା ୨ ଲେୟରର କପଡା ମାସ୍କ ଯଥେଷ୍ଟ ହେଉନଥିବା ଜଣାପଡିଛି। ଯଦିଓ ଏହା ଭୂତାଣୁ ପ୍ରତିରୋଧୀ ତେବେ ବେଶି ସମୟ ପର୍ଯ୍ୟନ୍ତ ନୁହେଁ ବୋଲି ଗବେଷଣାରୁ ଜଣା ପଡିଛି । କରୋନା ଭାଇରସ ମୁକାବିଲାରେ ସୋସିଆଲ ଡିଷ୍ଟାନସିଂ ସହ ମାସ୍କ ଏକ ପ୍ରମୁଖ ଅସ୍ତ୍ର ।

ଅଦ୍ୟତନ ହୋଇଛି
cutton masks is not enough to prevent infection

cutton masks is not enough to prevent infection

Advertisment

ମହାମାରୀ କରୋନା ବର୍ତ୍ତମାନ ସମଗ୍ର ବିଶ୍ୱରେ ପୁଣି ତାର କାୟା ବିସ୍ତାର କରିଲାଣି । ପୁରା ଦୁନିଆକୁ ତା ସଂକ୍ରମଣରେ କଲବଲ କଲାଣି । ହେଲେ ନିଜକୁ ଏହି ଭାଇରସ ଠାରୁ ସୁରକ୍ଷିତ ରଖିବା ପାଇଁ ସବୁଠାରୁ ଉତ୍ତମ ଏବଂ ଗୁରୁତ୍ୱପୂର୍ଣ୍ଣ ଉପାୟ ହେଉଛି ପରିଷ୍କାର ପରିଚ୍ଛନ୍ନତା । ନିଜର ଯତ୍ନ ନେବା ଏବଂ ବାରମ୍ବାର ପାଣି ଏବଂ ସାବୁନରେ ହାତ ଧୋଇବା । ଯାହା ଦ୍ୱାରା ଏହି ଭୂତାଣୁ ଶରୀରରେ ପହଞ୍ଚିବ ନାହିଁ। କରୋନା ଭାଇରସ ମୁକାବିଲା ପାଇଁ ମାସ୍କ ଏକ ପ୍ରମୁଖ ଅସ୍ତ୍ର ।

Advertisment
  • ଆପଣଙ୍କୁ ଏନ-୯୫ ଅଥବା କେଏନ-୯୫ ମାସ୍କ ସୁରକ୍ଷିତ ରଖିପାରିବ ବୋଲି ବୈଜ୍ଞାନିକ କହିଛନ୍ତି। ଏଥିରେ ସର୍ଜିକାଲ ମାସ୍କ ମଧ୍ୟ ପ୍ରଭାବୀ ହେଉଥିବା ଦେଖା ଯାଇଛି। ତେବେ ଆପଣଙ୍କୁ ଏପରି ମାସ୍କରୁ ଦୁଇଟି ଲଗାଇବାକୁ ପଡିବ।
  • ଯଦି ଆପଣ କପଡା ମାସ୍କ ପିନ୍ଧୁଛନ୍ତି ତେବେ ୩ ଲେୟାର ସିଲେଇ ହୋଇଥିବା ମାସ୍କ ପିନ୍ଧନ୍ତୁ। ଏହା ଆପଣଙ୍କୁ କେବଳ କୋଭିଡ କି ଓମିକ୍ରନ ନୁହେଁ ସବୁ ପ୍ରକାରର ଭୂତାଣୁ ସଂକ୍ରମଣରୁ ସୁରକ୍ଷା ଦେଇପାରିବ।
  • ଓମିକ୍ରନରୁ ବର୍ତ୍ତିବା ଲାଗି କେବଳ ମାସ୍କ ନୁହେଁ ଆଉ କିଛି ସତର୍କତା ମଧ୍ୟ ଅବଲମ୍ବନ କରନ୍ତୁ। ଏହି ସବୁ ସତର୍କତା ନିହାତି ବାହାରେ କୌଣସି କାମ ନଥିଲେ ଘରୁ ବାହାରନ୍ତୁ ନାହିଁ।
  • ଏହା ଛଡା ସାଙ୍ଗରେ ସାନିଟାଇଜର ରଖନ୍ତୁ ଓ ବାରମ୍ବାର ହାତକୁ ସାନିଟାଇଜ କରନ୍ତୁ। ବିନା କାରଣରେ ହାତ ମୁହଁରେ ମାରନ୍ତୁନି। ଖାଇବା ପୂର୍ବରୁ ହାତକୁ ଭଲକରି ସାବୁନରେ ଧୋଇ ଖାଦ୍ୟ ଖାଆନ୍ତୁ।
  • ଯଦି ବିନା ସାନିଟାଇଜରେ ବାରମ୍ବାର ହାତରେ ମୁହଁ, ନାକ ଓ ଆଖିକୁ ଛୁଉଁ ଥାନ୍ତି ତେବେ ଆପଣଙ୍କ ସଂକ୍ରମଣର ସମ୍ଭାବନା ଅଧିକ।
COVID-19 Mask For COVID Omicron
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ