Advertisment

ଚୀନରେ ପୁଣି ବ୍ୟାପୁଛି କୋଭିଡ୍ ସଂକ୍ରମଣ : ଆଗକୁ ସ୍ଥିତି ଆହୁରି ଗମ୍ଭୀର ହେବା ନେଇ ବିଶେଷଜ୍ଞଙ୍କ ଆଶଙ୍କା

କଟକଣା କୋହଳ ପରେ ସଂକ୍ରମଣ ବଢୁଛି

ଅଦ୍ୟତନ ହୋଇଛି
Coronavirus Outbreak in China

Corona virus

Advertisment

ଚୀନରେ ପୁଣି ହୁ ହୁ ହୋଇ ବ୍ୟାପୁଛି କୋଭିଡ୍ ସଂକ୍ରମଣ । କୋଭିଡ୍ କଟକଣା କୋହଳ ପରେ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଏପରିକି ଦୈନିକ ୩୦ ହଜାର ନୂଆ ମାମଲା ସାମ୍ନାକୁ ଆସୁଛି । ଅନେକ ହୋଟେଲ ଏବଂ ରେଷ୍ଟୁରାଣ୍ଟରେ କର୍ମଚାରୀମାନେ କୋଭିଡ୍ ପଜିଟିଭ୍ ଚିହ୍ନଟ ପରେ ସେସବୁକୁ ବନ୍ଦ କରିବାକୁ ପଡ଼ିଛି । ଫଳରେ ବନ୍ଦ ହୋଇ ପଡିଲାଣି ବଡ଼ ବଡ଼ ବ୍ୟାବସାୟିକ ପ୍ରତିଷ୍ଠାନ । ଆଗକୁ ମଧ୍ୟ ସଂକ୍ରମଣ ଆହୁରି ବଢ଼ିପାରେ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ ଆଶଙ୍କା ପ୍ରକଟ କରିଛନ୍ତି । ଏପରି ସ୍ଥଳେ ଚୀନରେ ଗତ ଦୁଇ ବର୍ଷ ହେଲା ବ୍ୟବହାର ହୋଇ ଆସୁଥିବା କୋଭିଡ୍ ଟ୍ରେସିଂ ଆପକୁ ମୋବାଇଲରୁ ହଠାଇ ଦିଆଯାଇଛି ।

Advertisment

ମିଡିଆ ରିପୋର୍ଟ ଅନୁଯାୟୀ, ଚୀନ୍ ଏବେ ମେଡିକାଲ ଏବଂ ଆଇସିୟୁ ବେଡ୍ ସଂଖ୍ୟା ବୃଦ୍ଧି ଉପରେ ଜୋର୍ ଦେଲାଣି । ବିଭିନ୍ନ ଅନୁଷ୍ଠାନ ଓ ପ୍ରତିଷ୍ଠାନର ବହୁ ସଂଖ୍ୟାରେ କର୍ମଚାରୀ କୋଭିଡ୍ ପଜିଟିଭ୍ ବାହାରିବା ପରେ ଅନେକ ରେଷ୍ଟୁରାଣ୍ଟ ଏବଂ ହୋଟେଲ ବନ୍ଦ କରିବାକୁ ପଡ଼ିଛି । ଫଳରେ ଦେଶରେ ବେପାର ବାଣିଜ୍ୟ ଉପରେ ଏହାର ପ୍ରଭାବ ପଡ଼ିଛି । ଅନେକ କର୍ମଚାରୀ ସଂକ୍ରମଣ ଭୟରେ ବି ବାହାରକୁ କାମକୁ ଯାଉନାହାନ୍ତି । ଫଳରେ ବଡ଼ ବଡ଼ ଶିଳ୍ପ ସଂସ୍ଥା ଏବଂ ବ୍ୟାବସାୟିକ ପ୍ରତିଷ୍ଠାନ ମଧ୍ୟ ବନ୍ଦ ହେବାକୁ ବସିଲାଣି । ନିଜ ନିଜ ଅଞ୍ଚଳରେ ୬୫ ବର୍ଷ ଏବଂ ତାଠାରୁ ଅଧିକ ଆୟୁ ବର୍ଗର ଲୋକଙ୍କର ବିଶେଷ ଧ୍ୟାନ ରଖିବା ଲାଗି ବିଭିନ୍ନ ମେଡିକାଲର ଅଧିକାରୀଙ୍କୁ ଗୁରୁବାର ବସିଥିବା କ୍ୟାବିନେଟ୍ ବୈଠକରେ ନିର୍ଦ୍ଦେଶ ଦିଆଯାଇଛି । ତାସହ କୋଭିଡକୁ ନେଇ ଚିନ୍ତାରେ ପଡ଼ିଥିବା ଚୀନ୍ ନିଜର ସ୍ୱାସ୍ଥ୍ୟସେବାରେ ଆହୁରି ଉନ୍ନତି କରିବା ଲାଗି ଚେଷ୍ଟା ଆରମ୍ଭ କରିଛି ।

ଅଧିକ ପଢ଼ନ୍ତୁ: 'କରୋନା ଭୂତାଣୁକୁ ତିଆରି କରିଛି ମଣିଷ'

ଚୀନରେ ଜିରୋ କୋଭିଡ୍ ପଲିସି ବିରୋଧରେ ବ୍ୟାପକ ଜନ ଆନ୍ଦୋଳନ ପରେ କିଛି ଦିନ ପୂର୍ବରୁ ନିୟମ କୋହଳ କରାଯାଇଥିଲା । ନୂଆ କୋଭିଡ୍ ଗାଇଡ୍ ଲାଇନ୍ ଜାରି କରିଥିଲେ ଚୀନ୍ ସରକାର । ଏଥିରେ କୋଭିଡ୍ ନିୟମ ଏବଂ ଲକଡାଉନ୍ କୋହଳ କରାଯାଇଥିଲା । ଏମିତିକି ଗତ ଦୁଇ ବର୍ଷ ହେଲା ଲୋକେ ବ୍ୟବହୃତ କରୁଥିବା କୋଭିଡ ଟ୍ରେସିଂ ଆପକୁ ମଧ୍ୟ ହଟାଇ ଦିଆଯାଇଛି । କରୋନା ହଟ୍ ଜୋନରୁ କେହି ଫେରିଥିଲେ, ଲୋକେସନ୍ ଟ୍ରେସିଂ ଏହି ଆପ୍ ଜରିଆରେ ମୋବାଇଲରେ ଅନ୍ୟମାନଙ୍କୁ ସତର୍କ ମେସେଜ୍ ଯାଉଥିଲା ।

Advertisment

ହେଲେ ଏସବୁ କଟକଣା କୋହଳ ପରେ ଏବେ ପୁଣି ଥରେ ସଂକ୍ରମଣ ଦ୍ରୁତ ବେଗରେ ବ୍ୟାପିଲାଣି । ପୂର୍ବରୁ କୋଭିଡ୍ ସହ ଯୁଝୁଥିବା ବିଭିନ୍ନ ସହରରେ ସ୍ଥିତି ଅଣାୟତ ହୋଇପଡ଼ିଲାଣି । ଚୀନରେ ଏବେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି । ଏପରିକି ତାପମାତ୍ରା ଜିରୋ ଡିଗ୍ରୀରୁ ତଳକୁ ଖସିଯାଇଛି । ଏଭଳି ସ୍ଥିତିରେ ସଂକ୍ରମଣ ଆଗକୁ ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି । ନୂଆ ଗାଇଡ୍ ଲାଇନ୍ ଅନୁଯାୟୀ, ଚୀନରେ ଏବେ କରୋନା ଭାଇରସ୍ର ସଂକ୍ରମିତ ବ୍ୟକ୍ତି ହସ୍ପିଟାଲରେ ଭର୍ତ୍ତି ହେବା ପରିବର୍ତ୍ତେ ଘରେ କ୍ୱାରେଣ୍ଟିନ୍ରେ ରହି ଚିକିତ୍ସିତ ହେବା ପାଇଁ କୁହାଯାଇଛି ଯେଉଁ ଶିକ୍ଷାନୁଷ୍ଠାନରେ ସଂକ୍ରମଣର କୌଣସି ମାମଲା ସାମ୍ନାକୁ ଆସିନାହିଁ, ସେଠାରେ ଅଫଲାଇନ୍ କ୍ଲାସ୍ ଆରମ୍ଭ ପାଇଁ ଅନୁମତି ଦିଆଯାଇଛି । ଏଥିସହ ବାହାରୁ ଯାତ୍ରା କରି ଫେରିବା ପରେ ମଧ୍ୟ ଯାଞ୍ଚ ନିୟମକୁ ହଟାଇ ଦିଆଯାଇଛି ।

Coronavirus COVID-19
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ