Advertisment

ଚୀନ୍‌ରେ ଡେଲ୍ଟା ଭାରିଆଣ୍ଟ ଆତଙ୍କ ; କଡାକଡ଼ି ହେଲା ଲକଡାଉନ୍

କରୋନା ପୁଣି ଥରେ ଚାଇନାରେ କାୟା ବିସ୍ତାର କରୁଛି। ଚୀନ୍‌ର ଫୁଜିଆନ୍‌ ପ୍ରଦେଶର ଉପକୂଳବର୍ତ୍ତୀ ସିଆମେନରେ ଲକଡାଉନ୍ ଘୋଷଣା କରାଯାଇଛି। କୋଭିଡ୍-୧୯ର ଡେଲ୍ଟା ଭାରିଏଣ୍ଟ ମାମଲା ଆସିବା ପରେ ଏଠାରେ ଲୋକେ ଭୟଭୀତ ହୋଇ ଯାଇଛନ୍ତି ।

ଅଦ୍ୟତନ ହୋଇଛି
fujian province lockdown after outbreak

fujian province lockdown after outbreak

Advertisment

ବେଜିଂ: କରୋନା ପୁଣି ଥରେ ଚାଇନାରେ କାୟା ବିସ୍ତାର କରୁଛି। ଚୀନ୍‌ର ଫୁଜିଆନ୍‌ ପ୍ରଦେଶର ଉପକୂଳବର୍ତ୍ତୀ ସିଆମେନରେ ଲକଡାଉନ୍ ଘୋଷଣା କରାଯାଇଛି। କୋଭିଡ୍-୧୯ର ଡେଲ୍ଟା ଭାରିଏଣ୍ଟ ମାମଲା ଆସିବା ପରେ ଏଠାରେ ଲୋକେ ଭୟଭୀତ ହୋଇ ଯାଇଛନ୍ତି । ସଂକ୍ରମଣ ବ୍ୟାପିବାରୁ ବେଜିଂରୁ ଏଭଳି ପଦକ୍ଷେପ ନିଆଯାଇଥିବା ସୂଚନା ମିଳିଛି। ୪୫ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଏହି ସହରରେ ସଂକ୍ରମଣ ରୋକିବା ପାଇଁ ପ୍ରଶାସନ ପକ୍ଷରୁ କରୋନା କଟକଣା ନୀତି ଅତ୍ୟନ୍ତ କଡ଼ାକଡ଼ି  କରାଯାଇଛି।

Advertisment

ସୂଚନା ଅନୁଯାୟୀ, ଚୀନର ଏହି ସହରରୁ ୫୯ ଡେଲଟା ଭାରିଆଣ୍ଟ ଚିହ୍ନଟ କରାଯାଇଛି । ଏହା ପରେ ଏଠାରେ ଥିବା ସମସ୍ତ ଆବାସିକ ଅଞ୍ଚଳ ଏବଂ ଗ୍ରାମଗୁଡିକରେ କୋଭିଡ କଟକଣା କଡ଼କଡ଼ି କରାଯାଇଛି। ଗାଁ ଭିତରୁ କାହାରିକୁ ବାହାରକୁ ଯିବାକୁ କିମ୍ବା ବାହାର ଲୋକଙ୍କୁ ଗାଁ ଭିତରକୁ ଯିବାକୁ ଦିଆଯାଉ ନାହିଁ।  ସିନେମା, ବାର୍, ଜିମ୍, ଲାଇବ୍ରେରୀଗୁଡ଼ିକ ତାଲା ପକାଇ ଦିଆଯାଇଛି। ମଙ୍ଗଳବାର ସମସ୍ତ ବାଳାଶ୍ରମ, ପ୍ରାଥମିକ ଏବଂ ମାଧ୍ୟମିକ ବିଦ୍ୟାଳୟକୁ ବନ୍ଦ ମଧ୍ୟ ରଖାଯାଇଥିଲା। ଛାତ୍ରଛାତ୍ରୀ ମାନଙ୍କୁ ଅନଲାଇନ୍ କ୍ଲାସ କରିବାକୁ କୁହାଯାଇଛି। ସହରର ଦୂର ଦୂରାନ୍ତର ପର୍ଯ୍ୟନ୍ତ ବସ୍ ସେବା ମଧ୍ୟ ବନ୍ଦ କରାଯାଇଛି।

Advertisment

ଏପରିକିଏଠାରେ ଟେଷ୍ଟିଂକୁ ଜୋରଦାର କରାଯାଇଛି। ସୂଚନାଥାଉ କି, ଫୁଜିଆନା ପ୍ରାନ୍ତରେ ବର୍ତ୍ତମାନ ସୁଦ୍ଧା୧୦୩ କେସ୍‌ ସାମ୍ନାକୁ ଆସି ସାରିଛି। ପ୍ରଥମ କେସ ସ୍ଥାନୀୟ ଏକ ସ୍କୁଲରେ ନିୟମିତ ଟେଷ୍ଟିଂ ସମୟରେ ଧରାପଡ଼ିଥିଲା। ଟେଷ୍ଟିଂରେ ବିଦ୍ୟାଳୟର ୨ ଜଣ ଛାତ୍ର ପଜିଟିଭ୍‌ ଥିବା ଜଣାପଡ଼ିଥିଲା। ସେମାନଙ୍କର ବାପା ଅଗଷ୍ଟରେ ବିଦେଶରୁ ଫେରିଥିଲେ। ପିତାଙ୍କଠାରୁ ଉଭୟେ ସଂକ୍ରମିତ ହୋଇଥିବା ଅନୁମାନ କରାଯାଇଛି।  ସଂକ୍ରମିତଙ୍କ ମଧ୍ୟରେ ୧୨ ବର୍ଷରୁ କମ୍ ବୟସର ପିଲାଙ୍କ ସଂଖ୍ୟା ଅଧିକ ଥିବାର ଜଣାପଡିଛି।

Advertisment

ବିଶେଷଜ୍ଞମାନେ କହିଛନ୍ତି ଯେ, ଉହାନ ଘଟଣାରୁ ଚୀନ୍ ବହୁତ କିଛି ଶିଖିଛି। କୌଣସି ପରିସ୍ଥିତିରେ ସେହି ଘଟଣାର ପୁନରାବୃତ୍ତି କରିବାକୁ ଚାହିଁବନି ଚୀନ।  ଭାଇରସ ସଂକ୍ରମଣ ବୃଦ୍ଧି ନ ହେବା ପାଇଁ ଯଥା ସମ୍ଭବ ପଦକ୍ଷେପ ନେଇଛି। ତେଣୁ  ଡେଲଟା ଭାରିଏଣ୍ଟ ମାମଲା ଆସିବା ପରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ କଠୋର ନିଷ୍ପତ୍ତି ନିଆଯାଇଛି। ଜାତୀୟ ସ୍ୱାସ୍ଥ୍ୟ ଦଳର ବିଶେଷଜ୍ଞଙ୍କ ଅନୁଯାୟୀ ସେ ଏହି ନୂତନ ମାମଲାଗୁଡ଼ିକୁ 'ସ୍ପଏଲର ରିସ୍କ' ଭାବରେ ଦେଖୁଛନ୍ତି। ପୁଟିଆନ୍ ସହର ଏହି ଭୂତାଣୁର କେନ୍ଦ୍ରସ୍ଥଳ ହୋଇଥିବା କୁହାଯାଉଛି । ତେଣୁ ଅଧିକାରୀଙ୍କ କହିବାନୁସାରେ, ଆବାସିକ ଅଞ୍ଚଳ, ବିଦ୍ୟାଳୟ ଓ କାରଖାନାରୁ ଅଧିକ ମାମଲା ରୁଜୁ ହେବାର ଆଶଙ୍କା ରହିଛି।

COVID-19 Delta Variant
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ