Advertisment

ଚିନ୍ତା ବଢ଼ାଉଛି କରୋନା: ଶିଶୁଙ୍କ ଦୈନିକ ସଂକ୍ରମଣ ଶହେ ଉପରେ

ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ତଥ୍ୟ କହୁଛି, ପ୍ରଥମ ଓ ଦ୍ୱିତୀୟ ଲହରରେ ବି କରୋନାରେ ଶିଶୁ ସଂକ୍ରମିତ ହୋଇଛନ୍ତି। ଏପରିକି ପ୍ରାଣ ବି ହରାଇଛନ୍ତି ଏକାଧିକ ଶିଶୁ ଏବଂ କିଶୋର। ପ୍ରଥମ ଲହରରେ ୧୩ ଓ ଦ୍ୱିତୀୟ ଲହରରେ ୨୩ ଶିଶୁ ଓ କିଶୋରଙ୍କ ମୃତ୍ୟୁ ହୋଇଛି। ତେଣେ ଆନ୍ତର୍ଜାତିକ ଓ ଜାତୀୟ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଆକଳନ, ତୃତୀୟ ଲହରରେ ଆହୁରି ଅଧିକ ଶିଶୁ ଆକ୍ରାନ୍ତ ହେବେ।

ଚିନ୍ତା ବଢ଼ାଉଛି କରୋନା:  ଶିଶୁଙ୍କ ଦୈନିକ ସଂକ୍ରମଣ ଶହେ ଉପରେ

covid19

Advertisment

ଭୁବନେଶ୍ୱର: ଚିନ୍ତା ବଢ଼ାଉଛି ଶିଶୁ ଓ କିଶୋରଙ୍କୁ କରୋନା ସଂକ୍ରମଣ। ଶୂନରୁ ୧୮ ବର୍ଷ ପିଲା ସଂକ୍ରମିତ ହେଉଛନ୍ତି ଦୈନିକ। ଅଗଷ୍ଟ ୧୫ରୁ ଆଜି ଯାଏଁ, ଦୈନିକ ସଂକ୍ରମଣ ତଥ୍ୟକୁ ଯଦି ଦେଖିବା, ତେବେ ୧୭ ତାରିଖ ବ୍ୟତୀତ ବାକି ୫ ଦିନ ଶହେ ଉପରେ ରହୁଛି ଟ୍ରେଣ୍ଡ। ଗତକାଲି ଭଳି ଆଜି ବି ୧୨୮ ସଂକ୍ରମିତଙ୍କ ତଥ୍ୟ ସାମ୍ନାକୁ ଆସିଛି। ସେପଟେ ରାଜ୍ୟର ବିଭିନ୍ନ କୋଭିଡ୍ ହସ୍ପିଟାଲ୍‌ରେ ଚିକିତ୍ସାଧିନ ଅଛନ୍ତି କରୋନା ସଂକ୍ରମିତ ଶିଶୁ। ବୁର୍ଲା ଭୀମସାର୍‌ର ୨ ନମ୍ବର କୋଭିଡ୍ ହସ୍ପିଟାଲ୍‌ରେ ୩ ଶିଶୁଙ୍କ ମଧ୍ୟରୁ ୨ ଜଣ ସୁସ୍ଥ ହୋଇଥିବାବେଳେ ବ୍ରହ୍ମପୁର ଏମ୍‌କେସିଜି କୋଭିଡ୍-୧ ହସ୍ପିଟାଲରେ ଗତକାଲିଠାରୁ ଏକ ୪ ମାସର ଶିଶୁ ଭର୍ତ୍ତି ହୋଇଥିବା ମେଡ଼ିକାଲ୍ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

Advertisment

ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ତଥ୍ୟ କହୁଛି, ପ୍ରଥମ ଓ ଦ୍ୱିତୀୟ ଲହରରେ ବି କରୋନାରେ ଶିଶୁ ସଂକ୍ରମିତ ହୋଇଛନ୍ତି। ଏପରିକି ପ୍ରାଣ ବି ହରାଇଛନ୍ତି ଏକାଧିକ ଶିଶୁ ଏବଂ କିଶୋର। ପ୍ରଥମ ଲହରରେ ୧୩ ଓ ଦ୍ୱିତୀୟ ଲହରରେ ୨୩ ଶିଶୁ ଓ କିଶୋରଙ୍କ ମୃତ୍ୟୁ ହୋଇଛି। ତେଣେ ଆନ୍ତର୍ଜାତିକ ଓ ଜାତୀୟ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଆକଳନ, ତୃତୀୟ ଲହରରେ ଆହୁରି ଅଧିକ ଶିଶୁ ଆକ୍ରାନ୍ତ ହେବେ। ତେଣୁ ରାଜ୍ୟ ସରକାରଙ୍କ ଗାଇଡ଼ଲାଇନ ଅନୁସାରେ ପିକ୍ ସଂକ୍ରମଣକୁ ଦୃଷ୍ଟିରେ ରଖି କଟକ ଶିଶୁଭବନ ସମେତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ସବ୍-ଡିଭିଜନାଲ ହସ୍ପିଟାଲ, ସିଏଚସିଗୁଡ଼ିକରେ ଶିଶୁଙ୍କ ଲାଗି ସ୍ୱତନ୍ତ୍ର ବେଡ୍ ବ୍ୟବସ୍ଥା ହୋଇଛି। କୋଭିଡ ହସ୍ପିଟାଲ ଗୁଡ଼ିକରେ ବି ଶିଶୁଙ୍କ ଲାଗି ବେଡ୍ ସଂରକ୍ଷଣ କରାଯାଇଛି ବୋଲି ଡିଏମ୍ଇଟି କହିଛନ୍ତି। ସେହିପରି କଟକ ଶିଶୁଭବନରେ କୋଭିଡ ଏକସିଲେନ୍ସି ସେଣ୍ଟର ହେବ।ଯେଉଁଥିରେ ୪୦ଟି ଜେନେରାଲ ବେଡ୍ ସହ ୧୦ଟି ଆଇସିୟୁ ବେଡ୍ ହେବ ବୋଲି ସୂଚନା ମିଳିଛି। 

ଶିଶୁଙ୍କୁ କରୋନା ଭୟ ଭିତରେ ସ୍କୁଲ୍ ଖୋଲିଥିଲେ ବି ଅଧିକାଂଶ ପିଲା କିନ୍ତୁ ମାଡୁନାହାନ୍ତି ସ୍କୁଲ ବାରଣ୍ଡା। ଏ ହେଉଛି ଆଦିବାସୀ ବହୁଳ ସୁନ୍ଦରଗଡ଼ ଜିଲ୍ଲା କୋଇଡା ଅଞ୍ଚଳର ଏକ ସରକାରୀ ସ୍କୁଲ। କୋଭିଡ୍ ଗାଇଡଲାଇନ୍ ଅନୁଯାୟୀ ଦଶମ ଏବଂ ନବମ ଶ୍ରେଣୀର କ୍ଲାସ୍ ଆରମ୍ଭ ହୋଇଛି। କିନ୍ତୁ କରୋନା ଭୟରେ ଅଧିକାଂଶ ଅଭିଭାବକ ସ୍କୁଲ ଛାଡୁନଥିବାରୁ ପିଲାଙ୍କୁ। ଫଳରେ ଉପସ୍ଥାନ ରହୁଛି ମାତ୍ର ୪୦ ପ୍ରତିଶତ। ନବରଙ୍ଗପୁର ଜିଲ୍ଲା ତାରାଗାଁ ହାଇସ୍କୁଲ୍‌ରେ ବି ସମାନ ଅବସ୍ଥା। କରୋନା ଭୟରେ ଏଠି ୬୦ରୁ ୭୦ ପ୍ରତିଶତକୁ ଖସିଯାଇଛି ଦୈନିକ ଉପସ୍ଥାନ। ତେବେ ବିଭାଗୀୟ ମନ୍ତ୍ରୀ କହିଛନ୍ତି, ସ୍କୁଲ୍ ଆସୁନଥିବା ପିଲା ୟୁଟ୍ୟୁବ୍‌ରେ ପାଠ ପଢ଼ିବେ। 

Advertisment
Odisha News Coronavirus Corona 3rd Wave
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ