Advertisment

COVID-19 Update: କୋଭିଡ ମାଡ଼ିଲା; ଗାଇଡ୍ ଲାଇନ୍ ଫେରିଲା, ଅକ୍ସିଜେନ୍, ଭେଣ୍ଟିଲେଟର ମହଜୁଦ୍ ରଖିବାକୁ କେନ୍ଦ୍ରର ପରାମର୍ଶ...

ପ୍ରତିଦିନ ଶହ ଶହ ସଂଖ୍ୟାରେ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିବାରୁ ରାଜ୍ୟଗୁଡ଼ିକ ସହ ବୈଠକ ପରେ କୋଭିଡ୍ ପାଇଁ ଗାଇଡଲାଇନ୍ ଜାରି କରିଛନ୍ତି କେନ୍ଦ୍ର ସରକାର।

COVID-19 Update

COVID-19 Update

Advertisment

ସାରାଦେଶ ସହ ରାଜ୍ୟରେ ବି ଉପରମୁହାଁ କରେନା ଟ୍ରେଣ୍ଡ୍। ଦେଶରେ କୋଭିଡ୍ ପଜିଟିଭ୍ ସଂଖ୍ୟା ୫ ହଜାର ୭୫୦ ଟପିଥିବା ବେଳେ ଓଡ଼ିଶାରେ ୩୮ରେ ପହଞ୍ଚିଲାଣି। ଏସବୁ ଭିତରେ କୋଭିଡ୍‌କୁ ନେଇ ରାଜ୍ୟଗୁଡ଼ିକ ଲାଗି କେନ୍ଦ୍ର ଜାରି କରିଛି ଗାଇଡ ଲାଇନ୍ ଓ ପବ୍ଲିକ୍ ଆଡଭାଇଜରି।ରାଜ୍ୟ ତଥା ସର୍ବସାଧାରଣଙ୍କ ଲାଗି କ’ଣ ଦିଆଯାଇଛି ପରାମର୍ଶ...

Advertisment

କୋଭିଡ ମାଡ଼ିଲା, ଗାଇଡ୍ ଲାଇନ୍ ଫେରିଲା । ଜାରି ହେଲା ପବ୍ଲିକ୍ ଆଡ୍ଭାଇଜରି । ପ୍ରତିଦିନ ଶହ ଶହ ସଂଖ୍ୟାରେ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିବାରୁ ରାଜ୍ୟଗୁଡ଼ିକ ସହ ବୈଠକ ପରେ କୋଭିଡ୍ ପାଇଁ ଗାଇଡଲାଇନ୍ ଜାରି କରିଛନ୍ତି କେନ୍ଦ୍ର ସରକାର। ରାଜ୍ୟଗୁଡ଼ିକୁ ଅକ୍ସିଜେନ୍, ଆଇସୋଲେସନ ବେଡ୍, ଭେଣ୍ଟିଲେଟର ଓ ଆବଶ୍ୟକ ଔଷଧ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। କୋଭିଡ୍ ମୁକାବିଲା ଲାଗି ଅକ୍ସିଜେନ୍ ଯୋଗାଣ ବ୍ୟବସ୍ଥା ସହ ଡାକ୍ତରଖାନା କେତେ ପ୍ରସ୍ତୁତ ଅଛନ୍ତି, ତାହାର ମକ୍‌ଡ଼୍ରିଲ୍‌ ବି ହୋଇଛି। ଆଇଡିଏସପି ଜରିଆରେ ଇନ୍ଫ୍ଲୁଏନ୍ଜା ଲାଇକ୍ ଇଲନେସ୍- ଆଇଏଲଆଇ ଓ ସିଭିଅର ଆକ୍ୟୁଟ୍ ରେସ୍ପିରେଟୋରୀ ଇଲନେସ୍- 'ସାରି'ର ପରିଚାଳନା ପାଇଁ କୁହାଯାଇଛି। ଡାକ୍ତରଖାନାରେ ଭର୍ତ୍ତି ହେଉଥିବା ସବୁ 'ସାରି' କେସର ଓ ୫ ପ୍ରତିଶତ ଆଇଏଲଆଇ କେସ୍ ର କରୋନା ପରୀକ୍ଷା ଲାଗି ନିର୍ଦ୍ଦେଶ ଦିଆଯାଇଛି। ସବୁ କୋଭିଡ ପଜିଟିଭ ନମୁନାକୁ ଜିନମ ସିକ୍ବେନ୍ସିଂ ପାଇଁ ଆଇସିଏମ୍ଆରକୁ ପଠାଇବାକୁ କୁହାଯାଇଛି। 

ଅଧିକ ପଢ଼ନ୍ତୁ: ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲା ଟପ ମାଓନେତା ଭାସ୍କର

ଏପଟେ ସର୍ବସାଧାରଣଙ୍କ ପାଇଁ ମଧ୍ୟ ମାର୍ଗଦର୍ଶିକା ଜାରି କରିଛନ୍ତି କେନ୍ଦ୍ର ସରକାର। ଅସୁସ୍ଥ ଥିବା ଲୋକଙ୍କୁ ଭିଡ଼ ଜାଗାକୁ ନଯିବା ପାଇଁ ପରାମର୍ଶ ଦିଆଯାଇଥିବା ବେଳେ ହାତ ଧୋଇବା, କାଶ-ଛିଙ୍କ ହେଲେ ମୁହଁରେ ରୁମାଲ ଓ ମାସ୍କ ପିନ୍ଧିବାକୁ କୁହାଯାଇଛି। ଶ୍ବାସରୋଗୀ ଅସୁସ୍ଥ ହୋଇପଡ଼ିଲେ, ଡାକ୍ତରଖାନା ଯାଇ ଚିକିତ୍ସିତ ହେବାକୁ ପରାମର୍ଶ ଦିଆଯାଇଛି। ସେହିପରି କୋଭିଡ୍ ନେଇ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ୱେବସାଇଟ୍ କିମ୍ବା ପିଆଇବି ରିଲିଜ୍ ଭଳି ବିଶ୍ବସ୍ତ ସୂତ୍ରରୁ ଆସୁଥିବା ଖବର ବ୍ୟତୀତ ଅନ୍ୟ କୌଣସି ଗୁଜବରେ ବିଶ୍ବାସ ନ କରିବାକୁ କୁହାଯାଇଛି।

Advertisment

ଏସବୁ ଭିତରେ ଦେଶରେ ଆଜି ଚିହ୍ନଟ ହୋଇଛନ୍ତି ଆଉ ୩୯୧ ନୂଆ କୋଭିଡ୍ ପଜିଟିଭ। ଏଥିସହ ଚଳିତ ବର୍ଷ ଦେଶର ମୋଟ୍ କୋଭିଡ୍ ରୋଗୀଙ୍କ ସଂଖ୍ୟା ୫ ହଜାର ୭୫୫ରେ ପହଞ୍ଚିଛି। ବର୍ତ୍ତମାନ ସୁଦ୍ଧା କେରଳରୁ ସର୍ବାଧିକ ୧ ହଜାର ୮୦୬ ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ଏହାପଛକୁ ଗୁଜରାଟରୁ ୭୧୭, ଦିଲ୍ଲୀରୁ ୬୬୫, ପଶ୍ଚିମବଙ୍ଗରୁ ୬୨୨, ମହାରାଷ୍ଟ୍ରରୁ ୫୭୭ ଜଣ ପଜିଟିଭ ଚିହ୍ନଟ ହେଲେଣି। ସେହିପରି ଗତ ୨୪ ଘଣ୍ଟାରେ ଦେଶରେ ଆଉ ୪ ଜଣ କୋଭିଡ୍ ରୋଗୀଙ୍କ ମୃତ୍ୟୁ ସହ ଚଳିତ ବର୍ଷ ଦେଶର ମୋଟ କରୋନା ମୃତ୍ୟୁ ସଂଖ୍ୟା ୫୯ରେ ପହଞ୍ଚିଛି। ତେବେ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତ,ଏବେ ଦେଖାଦେଉଥିବା କୋଭିଡ୍କୁ ନେଇ ଭୟଭୀତ ହେବାର କୌଣସି ନାହିଁ। ତେବେ ଯେଉଁମାନେ ଆକ୍ରାନ୍ତ ହେଉଛନ୍ତି, ନିଜ ପରିବାର ଓ ପଡ଼ୋଶୀଙ୍କୁ ସୁରକ୍ଷିତ ରଖିବା ଲାଗି ନିଜକୁ ଆଇସୋଲେଟ୍ ରଖନ୍ତୁ।

ଏପଟେ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ କୋଭିଡ୍ ପଜିଟିଭ ସଂଖ୍ୟା ୩୮ରେ ପହଞ୍ଚିଲାଣି। ତେବେ କୋଭିଡ୍ ସଂକ୍ରମଣକୁ ରୋକିବା ପାଇଁ କେନ୍ଦ୍ର ପକ୍ଷରୁ ଜାରି ହୋଇଥିବା ଗାଇଡଲାଇନ ଓ ସର୍ବସାଧାରଣ ମାର୍ଗଦର୍ଶିକା ଆଗାମୀ ଦିନରେ ଏହାକୁ ରୋକିବାରେ କେତେ ସମର୍ଥ ହେଉଛି, ତାହା ଦେଖିବାକୁ ବାକି ରହିଲା।

Advertisment
COVID-19 COVID-19 Cases Corona
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ