Advertisment

‍କ୍ଷୀପ୍ର ବେଗରେ ମାଡୁଛି କରୋନା, ଅସ୍ଥାୟୀ ହସ୍ପିଟାଲ କରିବାକୁ କହିଲା କେନ୍ଦ୍ର

ଦିନକରେ ୧୬ ହଜାରରୁ ଅଧିକ ଲୋକ ଆକ୍ରାନ୍ତ ହେବା ପରେ ଆଜି ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସଚିବଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ।

ଅଦ୍ୟତନ ହୋଇଛି
Home Isolation

Home Isolation

Advertisment

ଓମିକ୍ରନର ଦ୍ରୁତ ସଂକ୍ରମଣ ଓ ତତଜନିତ ସ୍ୱାସ୍ଥ୍ୟ ସଙ୍କଟକୁ ମୁକାବିଲା ପାଇଁ ସଜାଗ ରୁହନ୍ତୁ ରାଜ୍ୟ ସରକାର। ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଆଗୁଆ ପ୍ରସ୍ତୁତ ରଖନ୍ତୁ ମେଡିକାଲ ଭିତ୍ତିଭୂମି। ବିଶ୍ୱର ବିଭିନ୍ନ ଦେଶରେ ଓମିକ୍ରନର ଦ୍ରୁତ ସଂକ୍ରମଣ ଓ ଭାରତରେ ଗତକାଲି ଦିନକରେ ୧୬ ହଜାରରୁ ଅଧିକ ଲୋକ ଆକ୍ରାନ୍ତ ହେବା ପରେ ଆଜି ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସଚିବଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ। ଏଥିରେ ଲୋକଙ୍କୁ ସ୍ୱାସ୍ଥ୍ୟ ସୁବିଧା ଯୋଗାଇ ଦେବାକୁ ରାଜ୍ୟଗୁଡ଼ିକ ତୁରନ୍ତ ଅସ୍ଥାୟୀ ହସ୍ପିଟାଲ ନିର୍ମାଣ ପାଇଁ ନିର୍ଦ୍ଦେଶ ଦିଆଯାଇଛି।

Advertisment

ଆଗକୁ ଅଧିକ ସଂଖ୍ୟାରେ ଲୋକେ ହୋମ୍ ଆଇସୋଲେସନ୍ ରହିବା ନେଇ ଅନୁମାନ କରାଯାଉଥିବାରୁ ଏଥିପାଇଁ ବ୍ୟବସ୍ଥା କରିବାକୁ ପରାମର୍ଶ ଦିଆଯାଇଛି। ହୋମ୍ ଆଇସୋଲେସନ୍ ପ୍ରୋଟୋକଲ ଓ ଏହାର ବାସ୍ତବ କାର୍ଯ୍ୟକାରୀତା କିଭଳି କରାଯାଇ ପାରିବ, ଗ୍ରାଉଣ୍ଡରେ ତାର ଅନୁଧ୍ୟାନ ଲାଗି ସ୍ପେଶାଲ ଟିମ୍ ଗଠନ କରିବାକୁ କୁହାଯାଇଛି। ଟେଷ୍ଟିଂ, ଆମ୍ବୁଲାନ୍ସ, ହସ୍ପିଟାଲ ବେଡ୍ ଆଦି ପ୍ରସ୍ତୁତ ସହ ଲୋକମାନେ ଯେପରି ସହଜରେ ଏହି ସୁବିଧା ପାଇପାରିବେ, ସେ ନେଇ ବ୍ୟବସ୍ଥା ସହ ଜିଲ୍ଲା ଓ ଉପଖଣ୍ଡ ସ୍ତରରେ କଣ୍ଟ୍ରୋଲ ରୁମ୍ ଖୋଲିବାକୁ ନିର୍ଦ୍ଦେଶ ମିଳିଛି।

ସେହିଭଳି ପୂର୍ବରୁ ଥିବା କୋଭିଡ୍ ଡେଡିକେଟ଼େଡ୍ ହସ୍ପିଟାଲକୁ ପୁନଃ କାର୍ଯ୍ୟକ୍ଷମ କରିବା ଲାଗି ପ୍ରସ୍ତୁତ ରହିବାକୁ ମଧ୍ୟ ନିବେଦନ କରାଯାଇଛି। ସଂକ୍ରମଣ ବୃଦ୍ଧି ରୋକିବାକୁ କଣ୍ଟେନମେଣ୍ଟ କାର୍ଯ୍ୟକଳାପକୁ ଗୁରୁତ୍ୱ ଦେବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ରାଜ୍ୟମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Advertisment
Bhubaneswar Odisha Government Health Dept
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ