Advertisment

ଅଫିସରଙ୍କ ଉପରେ ଦାୟିତ୍ୱ ଛାଡିଲେ, ତାଗିଦ୍ କଲେ ମୁଖ୍ୟମନ୍ତ୍ରୀ

ପରିସ୍ଥିତି ନିୟନ୍ତ୍ରଣାଧୀନ, ତଥାପି ଆତ୍ମସନ୍ତୋଷ ନୁହେଁ। ଅଧିକ ସତର୍କ ହିଁ ଆମକୁ ସୁରକ୍ଷିତ ରଖିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସବୁ ଅଧିକାରୀ ଏହାକୁ ମୂଳ ଦାୟିତ୍ୱର ଅଂଶ ଭାବେ ଜ୍ଞାନ କରନ୍ତୁ।

ଅଦ୍ୟତନ ହୋଇଛି
ଅଫିସରଙ୍କ ଉପରେ ଦାୟିତ୍ୱ ଛାଡିଲେ, ତାଗିଦ୍ କଲେ ମୁଖ୍ୟମନ୍ତ୍ରୀ

CM Naveen Pattnaik

Advertisment

ଭୁବନେଶ୍ୱର: ସ୍ୱାସ୍ଥ୍ୟସେବାରେ ଲୋକଙ୍କୁ ଯେଭଳି ଅସୁବିଧା ନହୁଏ, ଏ ନେଇ ତାଗିଦ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କୋଭିଡ଼ ମୁକାବିଲା ସମୀକ୍ଷା ଅବସରରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି ଯେ- ସ୍ଥାନୀୟ ସରକାରୀ ଅଧିକାରୀଙ୍କ ମୂଳ ଦାୟିତ୍ୱ ସ୍ବାସ୍ଥ୍ୟ ସେବା। ଜିଲ୍ଲା ହସ୍ପିଟାଲ ଠାରୁ ସିଏଚ୍‌ସି ପର୍ଯ୍ୟନ୍ତ ସବୁଠି ନଜର ରଖିବା ମୂଳ ଦାୟିତ୍ୱ। ଥାନା ଆଇଆଇସିଙ୍କ ଠାରୁ ବିଡିଓ, ତହସିଲଦାର ପର୍ଯ୍ୟନ୍ତ ଏହା ସମସ୍ତଙ୍କ ଦାୟିତ୍ୱ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Advertisment

ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ- ସବୁ ଅଧିକାରୀ ଏହାକୁ ମୂଳ ଦାୟିତ୍ୱର ଅଂଶ ଭାବେ ଜ୍ଞାନ କରନ୍ତୁ।  ପରିସ୍ଥିତି ନିୟନ୍ତ୍ରଣାଧୀନ, ତଥାପି ଆତ୍ମସନ୍ତୋଷ ନୁହେଁ। ଅଧିକ ସତର୍କ ହିଁ ଆମକୁ ସୁରକ୍ଷିତ ରଖିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। 

କରୋନାର ଦ୍ୱିତୀୟ ଲହରରେ ଓଡ଼ିଶାରେ ସଂକ୍ରମିତଙ୍କ ମଧ୍ୟରୁ ୯୩% ଡେଲ୍‌ଟା ଭାଇରସ୍ ଦ୍ୱାରା ସଂକ୍ରମିତ ବୋଲି ILS ନିର୍ଦ୍ଦେଶକ ଅଜୟ ପରିଡ଼ା ଏଭଳି ସୂଚନା ଦେଇଛନ୍ତି ା ଡେଲ୍‌ଟା ଭାଇରସ ଯୋଗୁ ଓଡ଼ିଶାରେ ଅଧିକ ସଂଖ୍ୟକ ପଜିଟିଭ ହୋଇଛନ୍ତି। ସେହିପରି ସାରା ଦେଶରେ ୬୫ ହଜାର ସିକୁଏନ୍ସିଂ ହୋଇଛି। ସେଥିରୁ ୯୬% ଲୋକ ଡେଲ୍‌ଟା ଭାଇରସ୍ ଦ୍ୱାରା ସଂକ୍ରମିତ ହୋଇଥିବା ଜଣାପଡ଼ିଥିବା ILS ନିର୍ଦ୍ଦେଶକ କହିଛନ୍ତି।

Advertisment

କରୋନାର ପ୍ରଥମ ଲହରରେ ଭାଇରସ୍‌ ମଣିଷ ଦେହରେ ୧୫ ଦିନ ସକ୍ରିୟ ରହୁ ଥିବାବେଳେ ୨ୟ ଲହରରେ ଏହା ୩ ସପ୍ତାହରୁ ଅଧିକ ରହୁଥିବା ILS ନିର୍ଦ୍ଦେଶକ କହିଛନ୍ତି। ସେହିପରି ଲୋକେ କଟକଣା ମାନୁ ଥିବାରୁ କିଛି ଜିଲ୍ଲାରେ ଧୀରେ ଧୀରେ ସଂକ୍ରମଣ କମୁଥିବା ସେ କହିଛନ୍ତି। ତେବେ ଲୋକଙ୍କର ବ୍ୟବହାର, ଟିକାକରଣ ଏବଂ ଭାଇରସ୍ ଯଦି ରୂପ ବଦଳାଏ, ତେବେ ୩ୟ ଲହର ଆସିପାରେ ବୋଲି ସେ ସତର୍କ କରାଇଛନ୍ତି।

Advertisment
Odisha News COVID-19 Odisha Government Covid Third Wave
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ