Advertisment

ସମ୍ମୁଖ ଯୋଦ୍ଧା ଓ ବୟସ୍କଙ୍କୁ ଦିଆଯିବ ବୁଷ୍ଟର ଡୋଜ୍

ବିଶ୍ୱର ଅନେକ ଦେଶରେ ଓମିକ୍ରନ୍ ବଢ଼ିଛି। ଭାରତରେ ବି ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହେଲେଣି। ଏହା ସତର୍କ ରହିବାର ସମୟ, ସାବଧାନ ରହିବା।

Booster Dose

Booster Dose

Advertisment

ନୂଆଦିଲ୍ଲୀ: ୧୫ରୁ ୧୮ ବର୍ଷର ପିଲାଙ୍କୁ କରୋନା ଟିକା ଦିଆଯିବ। ଜାନୁଆରୀ ୩ରୁ ୧୫ରୁ ୧୮ ବର୍ଷର ପିଲାଙ୍କୁ ଟିକା ଦିଆଯିବ। ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧନ ବେଳେ ଏହା ଘୋଷଣା କରିଛନ୍ତି। ସମ୍ମୁଖ ଯୋଦ୍ଧା ଓ ବୟସ୍କଙ୍କୁ ବୁଷ୍ଟର ଡୋଜ୍ ଦିଆଯିବ। ୬୦ ବର୍ଷରୁ ଊର୍ଦ୍ଧ୍ୱ ଲୋକଙ୍କୁ, ଗୁରୁତର ରୋଗୀଙ୍କୁ ବୁଷ୍ଟର ଡୋଜ୍ ଦିଆଯିବ। ଜାନୁଆରୀ ୧୦ ତାରିଖରୁ ବୁଷ୍ଟର ଡୋଜ୍ ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି।

Advertisment

ଏହାସହ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବିଶ୍ୱର ଅନେକ ଦେଶରେ ଓମିକ୍ରନ୍ ବଢ଼ିଛି। ଭାରତରେ ବି ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହେଲେଣି। ଏହା ସତର୍କ ରହିବାର ସମୟ, ସାବଧାନ ରହିବା। ଭୟଭୀତ ନହୋଇ ମାସ୍କ ବ୍ୟବହାର କରିବା। ୧.୪୦ ଲକ୍ଷ ଆଇସିୟୁ ବେଡ୍, ୫ ଲକ୍ଷ ଅକ୍ସିଜେନ୍ ବେଡ୍ ଅଛି। ୬୧%ରୁ ଅଧିକ ଲୋକ ଡବଲ୍ ଡୋଜ୍ ଟିକା ନେଇଛନ୍ତି। ଏଯାଏଁ ୧୪୧ କୋଟି ଜୋଡ୍ ଟିକା ଦିଆଯାଇଛି। କରୋନା ଯାଇନଥିବାରୁ ତେଣୁ ସତର୍କ ରହିବା ଜରୁରୀ।

: ଶିଶୁଙ୍କ ପାଇଁ କରୋନା ଟିକାକୁ ଅନୁମତି ମିଳିଛି। ୧୨ରୁ ୧୮ ବର୍ଷର ପିଲାଙ୍କ ପାଇଁ କରୋନା ଟିକାକୁ ଅନୁମତି ମିଳିଛି। ଭାରତ ବାୟୋଟେକ୍ ଦ୍ୱାରା ପ୍ରସ୍ତୁତ କୋଭାକ୍ସିନକୁ ଶିଶୁଙ୍କ କ୍ଷେତ୍ରରେ ଜରୁରୀ ବ୍ୟବହାର ପାଇଁ DCGI ଦେଇଛି। ଓମିକ୍ରନ୍‌କୁ ନେଇ ଚିନ୍ତା ବଢୁଥିବା ବେଳେ ୫ ଦିନରେ ଅଢ଼େଇ ଗୁଣା ହେଲାଣି ଏହି ନୂଆ ଭାରିଆଣ୍ଟ ଆକ୍ରାନ୍ତଙ୍କ ସଂଖ୍ୟା। ଏମିତିକି ୫ ରାଜ୍ୟରେ ଫେରିଲାଣି ନାଇଟ୍ କର୍ଫ୍ୟୁ। ଏପଟେ କୋଭିଡ୍ ସଂକ୍ରମଣ ହାର ଅଧିକ ଓ ଟିକାଦାନ ହାର କମ୍ ଥିବା ୧୦ଟି ରାଜ୍ୟକୁ ବିଶେଷଜ୍ଞ ଟିମ୍ ପଠାଇବାକୁ ନିଷ୍ପତ୍ତି ନେଇଛି କେନ୍ଦ୍ର। 

Advertisment
COVID19 Omicron Variant Omicron Cases In India
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ