କିଏ ନେବ ବୁଷ୍ଟର ଡୋଜ୍‌ ? ସ୍ପଷ୍ଟ କଲେ ସରକାର..

୬୦ ବର୍ଷରୁ ଅଧିକ ବୟସ୍କ ବହୁବିଧ ରୋଗାକ୍ରାନ୍ତ ବ୍ୟକ୍ତିଙ୍କୁ ବୁଷ୍ଟର୍ ଡୋଜ୍ ନେବା ପାଇଁ ଲୋଡ଼ା ନାହିଁ କୌଣସି ମେଡିକାଲ୍ ସାର୍ଟିଫିକେଟ୍ ।

Booster Dose

କରୋନା ଟିକାର ବୁଷ୍ଟର୍ ଡୋଜ୍ ବା ପ୍ରିକସନ୍ ଡୋଜ୍ ସଂପର୍କରେ କେନ୍ଦ୍ରର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ୬୦ ବର୍ଷରୁ ଅଧିକ ବୟସ୍କ ବହୁବିଧ ରୋଗାକ୍ରାନ୍ତ ବ୍ୟକ୍ତିଙ୍କୁ ବୁଷ୍ଟର୍ ଡୋଜ୍ ନେବା ପାଇଁ ଲୋଡ଼ା ନାହିଁ କୌଣସି ମେଡିକାଲ୍ ସାର୍ଟିଫିକେଟ୍ । ଜାନୁଆରୀ ୧୦ ଠାରୁ ସେମାନଙ୍କୁ ପ୍ରିକସନ୍ ଡୋଜ୍ ଦିଆଯିବାକୁ ଥିବା ବେଳେ, ଦ୍ୱିତୀୟ ଡୋଜ୍ ନେବାର ୯ ମାସ ବା ୩୯ ସପ୍ତାହ ପରେ ଏହି ଟିକା ନେଇପାରିବେ । ତେବେ ଏହା ପୂର୍ବରୁ ସେମାନଙ୍କୁ ଡାକ୍ତରଙ୍କ ପରାମର୍ଶ ନେବାକୁ କୁହାଯାଇଛି । ଏସଂପର୍କରେ ଚିଠି ଲେଖିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ।

ଏହି ଚିଠିରେ ଆଉ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ସଂପର୍କରେ ମଧ୍ୟ ଉଲ୍ଲେଖ କରାଯାଇଛି । ଯଥା ନିର୍ବାଚନ କାର୍ଯ୍ୟରେ ନିୟୋଜିତ ବ୍ୟକ୍ତିଙ୍କୁ କୋଭିଡ ସମ୍ମୁଖ ଯୋଦ୍ଧା ବା ଫ୍ରଣ୍ଟଲାଇନ୍‌ ଓ୍ୱାର୍କର୍ ବର୍ଗରେ ସାମିଲ କରାଯାଇଛି । ୧୫ରୁ ୧୮ ବର୍ଷର କିଶୋରମାନେ ଟିକା ନେବା ପାଇଁ କୋ-ଓ୍ୱିନ୍ ପୋର୍ଟାଲ୍‌ରେ ପଞ୍ଜୀକରଣ କରିପାରିବେ । ଏଥିସହ ଟିକାକରଣ କେନ୍ଦ୍ରରେ ଓ୍ୱାକ୍-ଇନ୍ ରେଜିଷ୍ଟ୍ରେସନ୍ ସୁବିଧା ମଧ୍ୟ ରହିବ । ପ୍ରାପ୍ତ ବୟସ୍କ ଓ କିଶୋରଙ୍କ ଟିକା ଯେପରି ଭ୍ୟାକ୍ସିନେସନ୍ ସେଣ୍ଟରରେ ମିଶିନଯାଏ, ସେଥିପାଇଁ ଅଲଗା ଅଲଗା ସ୍ଥାନ ଓ ସେସନ୍‌ରେ ଟିକାକରଣ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।