Advertisment

କୋଭିଡ୍ ନିୟମ ଭାଙ୍ଗିଲେ ଗଣିବେ ୫୦୦ ଟଙ୍କା ଫାଇନ୍‌

ରାଜ୍ୟରେ କରୋନା ସଂକ୍ରମଣ ଧୀରେ ଧୀରେ ବୃଦ୍ଧି ପାଉଛି। ଯେଉଁମାନେ କୋଭିଡ୍ ନିୟମ ଭାଙ୍ଗିବେ ୫୦୦ ଟଙ୍କା ଜରିମାନା ଗଣିବେ ବୋଲି BMC କହିଛି।

ଅଦ୍ୟତନ ହୋଇଛି
Fine on Covid norm violators

Fine on Covid norm violators

Advertisment

ରାଜ୍ୟରେ କରୋନା ସଂକ୍ରମଣ ଧୀରେ ଧୀରେ ବୃଦ୍ଧି ପାଉଛି। ତେଣୁ ଲୋକମାନେ ସତର୍କ ରହିବା ସହ କୋଭିଡ୍‌ ଗାଇଡ୍‌ଲାଇନ୍‌ ପାଳନ କରିବାକୁ ପରାମର୍ଶ ଦିଆଯାଇଛି। 

Advertisment

ସର୍ବସାଧାରଣ ସ୍ଥାନରେ ୨ ମିଟର ଦୂରତା, ଭିଡ଼ରୁ ନିବୃତ୍ତ ରହିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି। ଏହାସହ ଘରୁ ବାହାରିଲେ ସଠିକ୍‌ ଭାବେ ମାସ୍କ ପିନ୍ଧିବା ସୁନିଶ୍ଚିତ କରିବା ଲାଗି BMC(ଭୁବନେଶ୍ୱର ମହାନଗର ନିଗମ) ପକ୍ଷରୁ କୁହାଯାଇଛି।

ଏଥିସହ ଯେଉଁମାନେ କୋଭିଡ୍ ନିୟମ ଭାଙ୍ଗିବେ ୫୦୦ ଟଙ୍କା ଜରିମାନା ଗଣିବେ ବୋଲି BMC କହିଛି। 

Advertisment

ଓଡ଼ିଶାରେ ଦୈନିକ କରୋନା ସଂକ୍ରମଣ ଆଜି ବି ୪ ହଜାର ପାର୍‌ କରିଛି। ରାଜ୍ୟରେ ଗତ ୨୪ ଘଣ୍ଟାରେ ୪,୮୨୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୨,୮୨୩ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍ କେସ୍ ୨,୦୦୬ ରହିଛି। 

Advertisment
Bhubaneswar COVID19 COVID Guidelines Violation COVID Norm Violation
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ