Dr Sasmit Patra
ଜଣକ ପରେ ଜଣେ ବିଜେଡି ନେତା ପଜିଟିଭ୍ ଚିହ୍ନଟ । ବିଜେଡିକୁ ଗ୍ରାସ କଲାଣି କରୋନା । ସାରା ଦେଶ ଏବେ କରୋନା ଜାଲରେ ଛନ୍ଦି ହେଉଥିବା ବେଳେ ଓଡ଼ିଶାରେ ବି କାୟା ବିସ୍ତାର କରୁଛି କରୋନା ମହାମାରୀ । ଏହାରି ଭିତରେ ସବୁଠୁ ବଡ଼ କଥା ହେଲା ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି ।
ତେବେ ଗତକାଲି ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ହାଇଭୋଲଟେଜ୍ ନେତା ତଥା ଝାରସୁଗୁଡ଼ା ବିଧାୟକ ନବ ଦାସ କରୋନା ସଂକ୍ରମିତ ଚିହ୍ନାଟ ହୋଇଥିଲେ । ଆଉ ଆଜି ଆଉ ଦୁଇ ଜଣ ନେତା କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରେ ଜଣେ ହେଉଛନ୍ତି ରାଜ୍ୟ ସଭା ସାଂସଦ ସସ୍ମିତ ପାତ୍ର । ଆଉ ଜଣେ ହେଉଛନ୍ତି ଭଦ୍ରକ ବିଧାୟକ ସଞ୍ଜିବ ମଲ୍ଲିକ୍ ।
ଅନ୍ୟପଟଷ ରାଜ୍ୟରେ ହୁହୁ ହୋଇ ବଢୁଥିବା କରୋନା ସଂକ୍ରମଣକୁ ଦେଖି ସାରା ରାଜ୍ୟରେ କଡ଼ାକଡ଼ି ହେଲା କରୋନା କଟକଣା । ରାଜଧାନୀ ସମେତ ସବୁ ସହରାଞ୍ଚଳରେ ଆଜିଠୁ ଲାଗୁ ହୋଇଛି ନାଇଟ କର୍ଫ୍ୟୁ ନିୟମ। ରାତି ୯ଟା ପରଠୁ ନାଇଟ୍ କର୍ଫ୍ୟୁ ଲାଗୁ ହୋଇଥିବାରୁ ପୋଲିସ ଦୋକାନ ବଜାର ବନ୍ଦ ସହ ଲୋକଙ୍କୁ ଭିଡ଼ ଜମାଇବାରୁ ନିବୃତ୍ତ ରହିବାକୁ ପରାମର୍ଶ ଦେଇଛି। ଭୁବନେଶ୍ୱରରେ ପୋଲିସ କମିଶନର ନିଜେ ସ୍ଥାନକୁ ସ୍ଥାନ ବୁଲି ସ୍ଥିତି ଅନୁଧ୍ୟାନ କରିଛନ୍ତି। ସେହିଭଳି ରାଜ୍ୟର ଅନ୍ୟ ସହରାଞ୍ଚଳରେ ମଧ୍ୟ ନାଇଟ କର୍ଫ୍ୟୁ ଆରମ୍ଭ ହୋଇଛି। ତେବେ କରୋନା ବଢୁଥିବାରୁ ନାଇଟ୍ କର୍ଫ୍ୟୁ ଲଗାଇଛନ୍ତି ସରକାର। ଏଠାରେ କହିରଖୁଛୁ, ଆଜି ଓଡ଼ିଶାରେ ଦୈନିକ କରୋନା ସଂକ୍ରମଣ ୨ ହଜାର ପାର୍ କରିଛି। ରାଜ୍ୟରେ ଗତ ୨୪ ଘଣ୍ଟାରେ ୨,୭୦୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୧,୫୭୯ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍ କେସ୍ ୧,୧୨୪ ରହିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1629714645.jpg)