ଖୁବ୍‌ଶୀଘ୍ର ବଜାରକୁ ଆସିବ ୫ରୁ ୧୨ ବର୍ଷର ପିଲାଙ୍କ ପାଇଁ କୋର୍ବେଭାକ୍ସ ଟିକା

ପିଲାଙ୍କୁ ଏହି ଟିକା ଦେବାକୁ ଡିସିଜିଆଇର ଅନୁମତି ଲୋଡ଼ିଛି କର୍ବେଭାକ୍ସ ଟିକା ପ୍ରସ୍ତୁତକାରୀ କମ୍ପାନୀ । ବାୟୋଲୋଜିକାଲ୍ ଇ’ ଟିକାର ଜରୁରୀକାଳୀନ ବ୍ୟବହାର ଲାଗି ଅନୁମତି ଲୋଡ଼ିଛି ଏହି କମ୍ପାନୀ ।

Corbevax

୫ରୁ ୧୨ ବର୍ଷର ଶିଶୁଙ୍କୁ କରୋନା ଟିକା ଦେବାକୁ ପ୍ରସ୍ତୁତ ହେଲା କର୍ବେଭାକ୍ସ ଟିକା । ପିଲାଙ୍କୁ ଏହି ଟିକା ଦେବାକୁ ଡିସିଜିଆଇର ଅନୁମତି ଲୋଡ଼ିଛି କର୍ବେଭାକ୍ସ ଟିକା ପ୍ରସ୍ତୁତକାରୀ କମ୍ପାନୀ । ବାୟୋଲୋଜିକାଲ୍ ଇ’ ଟିକାର ଜରୁରୀକାଳୀନ ବ୍ୟବହାର ଲାଗି ଅନୁମତି ଲୋଡ଼ିଛି ଏହି କମ୍ପାନୀ ।

ଶିଶୁଙ୍କୁ ଏହି ଟିକା ପ୍ରଦାନ ନେଇ କମ୍ପାନୀ ପକ୍ଷରୁ ସମସ୍ତ ତଥ୍ୟ ରଖାଯାଇଛି । ୫ରୁ ୧୨ ବର୍ଶରୁ ଶିଶୁଙ୍କୁ ଏହି ଟିକା ପ୍ରଦାନ କରାଯିବ । ଖୁବଶୀଘ୍ର DCGI ଟିକାର ବ୍ୟବହାର ନେଇ ନିଷ୍ପତ୍ତି ନେବ । ଟିକାର ସୁରକ୍ଷା ଏବଂ ରୋଗ ପ୍ରତିରୋଧକାରୀ ଶକ୍ତି ସୃଷ୍ଟି କରୁଥିବା ତଥ୍ୟର ସମୀକ୍ଷା ପରେ ଅନୁମତି ପ୍ରଦାନ କରାଯିବ ବୋଲି ସୂଚନା ରହିଛି । ଟିକାର ଦର ଟିକସକୁ ବାଦ ଦେଲେ ୧୪୫ ଟଙ୍କା ଧାର୍ଯ୍ୟ କରାଯାଇଛି । ଏହାକୁ ନିର୍ଦ୍ଧାରିତ ବ୍ୟବଧାନରେ ୨ ଥର ନେବାକୁ ହେବ । ବାୟୋଲୋଜିକାଲ ଇ କମ୍ପାନୀଠାରୁ ସରକାର ପ୍ରାୟ ୫ କୋଟି ଡୋଜ୍ କ୍ରୟ କରିଥିବା ସୂଚନା ରହିଛି ।

ଅନ୍ୟପଟେ ଦେଶରେ ଏବେ କରୋନା ସଂକ୍ରମଣ କାବୁରେ ରହିଛି । ତେବେ ସଂକ୍ରମଣ ନିୟନ୍ତ୍ରଣରେ ରହିଥିଲେ ମଧ୍ୟ ଏହା ସମ୍ପୂର୍ଣ୍ଣ ରୂପେ ଆମକୁ ଛାଡ଼ି ଯାଇନାହିଁ । ତେଣୁ ପୁଣି ଏକ କରୋନା ଟିକାକୁ ଅନୁମତି ମିଳିବା ନିହାତି ଭାବେ ଖୁସି ଖବର । ସାରା ଦେଶରେ ଏବେ ମଧ୍ୟ ଟିକାକରଣ ଜାରି ରହିଛି । ଏମିତିରେ ଭାରତ ସରକାର ବାୟୋଲୋଜିକାଲ-ଇ’ର କୋର୍ବେଭାକ୍ସକୁ ଅନୁମତି ଦେଇଥିଲେ ।

ଗତବର୍ଷ ଡିସେମ୍ବରରରେ କରୋନାର ବୁଷ୍ଟର ଡୋଜ ପାଇଁ ହ୍ରାଇଦ୍ରାବାଦର କମ୍ପାନୀ ବାୟୋଲୋଜିକାଲ ଇ.ଲିମିଟେଡକୁ କୋର୍ବେଭାକ୍ସ ଭାକ୍ସିନ ଟ୍ରାଏଲ ପାଇଁ ମଞ୍ଜୁରୀ ମିଳିଥିଲା । ପ୍ରତି ମାସରେ ୧୦ କୋଟି ଟିକା ପ୍ରସ୍ତୁତ ପାଇଁ ଲକ୍ଷ୍ୟ ରଖାଯାଇଥିବା ସଂସ୍ଥା ପକ୍ଷରୁ କୁହାଯାଇଛି ।

ସେପଟେ ଆସିବ କି କରୋନାର ଚତୁର୍ଥ ଲହର ? କାରଣ ଓମିକ୍ରନକୁ ନେଇ ସ୍ଥିତିରେ ସୁଧାର ଆସୁଥିବା ବେଳେ ଏହାର ପରବର୍ତ୍ତୀ ଭ୍ୟାରିଆଣ୍ଟକୁ ନେଇ ଚେତାବନୀ ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । 

ବିଶ୍ୱରୁ ଟଳିନାହିଁ ବୈଶ୍ୱିକ ମହାମାରୀ କରୋନାର ଭୟାବହତା । ଶତାବ୍ଦୀର ସଂକ୍ରମଣ ସମୟେ ସମୟେ ରୂପ ବଦଳାଇ ନୂଅ ନୂଆ ଚ୍ୟାଲେଞ୍ଜ ସୃଷ୍ଟି କରୁଛି । କରୋନାର ଏଣ୍ଡେମିକ୍ ସ୍ଥିତି ନେଇ ଆକଳନ ମଧ୍ୟରେ ବିଶ୍ୱବାସୀଙ୍କୁ ପୁଣି ସଂକ୍ରମଣ ନେଇ ସତର୍କ କରାଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ଓମିକ୍ରନ ମହାମାରୀ କରୋନାର ଶେଷ ଭାରିଏଣ୍ଟ ନୁହେଁ । ଆଗକୁ ବିପଦ ବି ବଢ଼ିପାରେ ଆଉ ତା ସହ ଭାଇରସ ତା ରୂପ ବଦଳାଇ ନୂଆ ରୂପରେ ଆସିପାରେ ବୋଲି WHO ପକ୍ଷରୁ ସତର୍କ କରାଯାଇଛି ।