Advertisment

ଶିଶୁଙ୍କ କରୋନା ଟିକାକୁ ମିଳିଲା ଅନୁମତି

ମୁମ୍ବାଇରେ ଦିନକରେ ୭୫୭ଟି ନୂଆ ମାମଲା ସାମ୍ନାକୁ ଆସିଛି। ୬ ମାସ ପରେ ମୁମ୍ବାଇରେ ଏହା ସର୍ବାଧିକ ସଂକ୍ରମଣ  ସେହିପରି ମହାରାଷ୍ଟ୍ରରେ ଆଜି ପୁଣି ଆଉ ଦୁଇ ଜଣ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

undefined

Vaccine for Children

Advertisment

ନୂଆଦିଲ୍ଲୀ: ଶିଶୁଙ୍କ ପାଇଁ କରୋନା ଟିକାକୁ ଅନୁମତି ମିଳିଛି। ୧୨ରୁ ୧୮ ବର୍ଷର ପିଲାଙ୍କ ପାଇଁ କରୋନା ଟିକାକୁ ଅନୁମତି ମିଳିଛି। ଭାରତ ବାୟୋଟେକ୍ ଦ୍ୱାରା ପ୍ରସ୍ତୁତ କୋଭାକ୍ସିନକୁ ଶିଶୁଙ୍କ କ୍ଷେତ୍ରରେ ଜରୁରୀ ବ୍ୟବହାର ପାଇଁ DCGI ଦେଇଛି। ଓମିକ୍ରନ୍‌କୁ ନେଇ ଚିନ୍ତା ବଢୁଥିବା ବେଳେ ୫ ଦିନରେ ଅଢ଼େଇ ଗୁଣା ହେଲାଣି ଏହି ନୂଆ ଭାରିଆଣ୍ଟ ଆକ୍ରାନ୍ତଙ୍କ ସଂଖ୍ୟା। ଏମିତିକି ୫ ରାଜ୍ୟରେ ଫେରିଲାଣି ନାଇଟ୍ କର୍ଫ୍ୟୁ। ଏପଟେ କୋଭିଡ୍ ସଂକ୍ରମଣ ହାର ଅଧିକ ଓ ଟିକାଦାନ ହାର କମ୍ ଥିବା ୧୦ଟି ରାଜ୍ୟକୁ ବିଶେଷଜ୍ଞ ଟିମ୍ ପଠାଇବାକୁ ନିଷ୍ପତ୍ତି ନେଇଛି କେନ୍ଦ୍ର। 

Advertisment

ସେହିପରି ଦିଲ୍ଲୀ ଏବଂ ମୁମ୍ବାଇରେ ସଂକ୍ରମଣ ବଢୁଛି। ଗୋଟିଏ ଦିନରେ ଦିଲ୍ଲୀରେ ଚିହ୍ନଟ ହୋଇଛନ୍ତି ୨୪୯ ଜଣ ନୂଆ ଆକ୍ରାନ୍ତ। ଜୁନ୍ ୧୩ ପରଠାରୁ ଏହା ସର୍ବାଧିକ ଦିନିକିଆ ସଂକ୍ରମଣ। କୋଭିଡ ସଂକ୍ରମଣରେ ଜଣଙ୍କ ଜୀବନ ମଧ୍ୟ ଯାଇଛି। ଏହାପରେ ଦିଲ୍ଲୀରେ ପଜିଟିଭିଟି ରେଟ୍ ୦.୪୩ ପ୍ରତିଶତକୁ ବୃଦ୍ଧି ପାଇଛି। 

ସେପଟେ ମୁମ୍ବାଇରେ ଦିନକରେ ୭୫୭ଟି ନୂଆ ମାମଲା ସାମ୍ନାକୁ ଆସିଛି। ୬ ମାସ ପରେ ମୁମ୍ବାଇରେ ଏହା ସର୍ବାଧିକ ସଂକ୍ରମଣ  ସେହିପରି ମହାରାଷ୍ଟ୍ରରେ ଆଜି ପୁଣି ଆଉ ଦୁଇ ଜଣ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା ୧୧୦ରେ ପହଁଚିଛି। ମହାରାଷ୍ଟ୍ରରେ ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧୪୮୫ ଆକ୍ରାନ୍ତ।  କେରଳରେ ମଧ୍ୟ ଦିନକରେ ୨୪୦୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Advertisment
COVID19 Omicron Cases In India Omicron Variant
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ