Advertisment

ଆସିଲା ଓମିକ୍ରନ୍ ଭାରିଆଣ୍ଟ୍ ଆକ୍ରାନ୍ତଙ୍କ ଟ୍ରାଭେଲ୍ ହିଷ୍ଟ୍ରି

ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଉଭୟ ଆକ୍ରାନ୍ତଙ୍କ ଜିନମ୍ ସିକ୍ୟୁନ୍ସ ପରେ ସେମାନଙ୍କଠାରେ ଓମିକ୍ରନ ଭାରିଆଣ୍ଟ ଭୂତାଣୁ ରହିଥିବା ସୂଚନା ମିଳିଛି।

Travel History

Travel History

Advertisment

ବାଙ୍ଗାଲୋର: ଯାହା ଆଶଙ୍କା କରାଯାଉଥିଲା, ତାହା ହିଁ ହେଲା। ଶେଷରେ ଭାରତରେ ପ୍ରବେଶ କଲା କରୋନାର ନୂଆ ପ୍ରଜାତି ଓମିକ୍ରନ୍। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଅନୁସାରେ କର୍ଣ୍ଣାଟକରୁ ଦେଶରେ ପ୍ରଥମ ଓମିକ୍ରନ୍ ଭାରିଆଣ୍ଟ୍ ଆକ୍ରାନ୍ତ ଭାବେ ଦୁଇ ଜଣ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତ ୨ ଜଣ ପୁରୁଷ ଏବଂ ବୟସ ଯଥାକ୍ରମେ ୬୬ ଓ ୪୬ ବର୍ଷ। ଉଭୟଙ୍କ ପ୍ରାଥମିକ କଣ୍ଟାକ୍ଟ ଟ୍ରେସିଂ ଓ ଚିକିତ୍ସା ଜାରି ରହିଛି। ଉଭୟ ଆକ୍ରାନ୍ତଙ୍କଠାରେ ସାମାନ୍ୟ ଲକ୍ଷଣ ରହିଛି।

Advertisment

ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଉଭୟ ଆକ୍ରାନ୍ତଙ୍କ ଜିନମ୍ ସିକ୍ୟୁନ୍ସ ପରେ ସେମାନଙ୍କଠାରେ ଓମିକ୍ରନ ଭାରିଆଣ୍ଟ ଭୂତାଣୁ ରହିଥିବା ସୂଚନା ମିଳିଛି। ତେବେ ଓମିକ୍ରନ୍ ଭାରିଆଣ୍ଟ ସଂକ୍ରମିତଙ୍କଠାରେ ସେତେଟା ଗୁରୁତର ଲକ୍ଷଣ ପ୍ରକାଶ ପାଉନଥିବାରୁ ଏହାକୁ ନେଇ ଅଧିକ ଆତଙ୍କିତ ହେବା ବଦଳରେ ସଚେତନ ରହିବାକୁ ପରାମର୍ଶ ଦେଇଛନ୍ତି ICMR ଡିଜି ବଳରାମ ଭାର୍ଗବ।

ସେପଟେ କର୍ଣ୍ଣାଟକ ସ୍ବାସ୍ଥ୍ୟମନ୍ତ୍ରୀ କେ. ସୁଧାକର କହିଛନ୍ତି, ଓମିକ୍ରନ୍ ଭାରିଆଣ୍ଟ୍ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ୬୬ ବର୍ଷୀୟ ଆଫ୍ରିକୀୟ ନାଗରିକ ଥିଲେ। ସେ ନିଜ ଦେଶକୁ ଫେରିଯାଇଛନ୍ତି। ଅନ୍ୟ ଜଣେ ୪୬ ବର୍ଷୀୟ ଡାକ୍ତର, ତାଙ୍କର କୌଣସି ଟ୍ରାଭେଲ୍ ହିଷ୍ଟରି ନାହିଁ। ଏବେ ଡାକ୍ତର ଓ ତାଙ୍କ ସଂପର୍କୀୟଙ୍କୁ ମିଶାଇ ମୋଟ ୬ଜଣ କରୋନା ପଜିଟିଭ୍ ହୋଇ ହସ୍ପିଟାଲ ଆଇସୋଲେସନ୍‌ରେ ଅଛନ୍ତି। ସେମାନଙ୍କ ଠାରେ କୌଣସି ଜଟିଳ ଲକ୍ଷଣ ପ୍ରକାଶ ପାଇନାହିଁ। ସେମାନେ ସମସ୍ତେ ଟିକା ନେଇସାରିଥିଲେ।

Advertisment
Travel History Omicorn Covid New Variant
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ