କଟକ କୋର୍ଟ ପରେ ଅନୁଗୋଳ କୋର୍ଟ ସିଲ୍ । ଅନୁଗୋଳ ଜିଲ୍ଲା କୋର୍ଟ ପରିସର କଣ୍ଟେନମେଣ୍ଟ ଜୋନ ଘୋଷଣା । ଜିଲ୍ଲାରେ କରୋନା ସଂକ୍ରମଣ ଦୃତ ଗତିରେ ବଢୁଥିବା ବେଳେ କୋର୍ଟ ପରିସରରୁ ଏକାଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଫଳରେ ଜିଲ୍ଲା ପ୍ରଶାସନ ପକ୍ଷରୁ କୋର୍ଟ ପରିସରକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି । ଜନସାଧାରଣଙ୍କ ନିରାପତ୍ତା ଦୃଷ୍ଟିରୁ ଆଜି ସକାଳ ୭ଟାରୁ ଜାନୁୟାରୀ ୩୧ ତାରିଖ ସକାଳ ୭ଟା ପର୍ଯ୍ୟନ୍ତ ଜିଲ୍ଲା କୋର୍ଟ ପରିସରକୁ କଣ୍ଟେନ୍ମେଣ୍ଟ ଜୋନ୍ ଘୋଷଣା କରାଯାଇଥିବା ନେଇ ଅନୁଗୋଳ ଉପଜିଲ୍ଲାପାଳ ବାସୁଦେବ ଶତପଥୀ ସୂଚନା ଦେଇଛନ୍ତି ।
Also Read
ସୂଚନାଯୋଗ୍ୟ, ଗତ ୧୨ ତାରିଖରେ, ସଂକ୍ରମଣ ବଢୁଥିବାରୁ ହାଇକୋର୍ଟକୁ ୫ ଦିନ ପାଇଁ ସଟଡାଉନ୍ ଘୋଷଣା କରାଯାଇଥିଲା । ୧୭ ତାରିଖ ପର୍ଯ୍ୟନ୍ତ ହାଇକୋର୍ଟ ସମେତ ଏହାର ସମସ୍ତ କାର୍ଯ୍ୟାଳୟକୁ ସମ୍ପୂର୍ଣ୍ଣ ଭବେ ସଟଡାଉନ୍ ଘୋଷଣା କରାଯାଇଥିଲା । କୋଭିଡ ସଂକ୍ରମଣ ବୃଦ୍ଧି ପରେ ହାଇକୋର୍ଟ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଥିଲା ।
ଏପଟେ କରୋନା ସଂକ୍ରମଣ ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଥିଲେ ଯେ, ରାଜ୍ୟରେ ଆହୁରି ୨ ମାସ ସଂକ୍ରମଣ ବଢିବା ଅବସ୍ଥାରେ ରହିବ । ରାଜ୍ୟର ୪ରୁ ୫ଟି ଜିଲ୍ଲାରେ ଟିପିଆର୍ ଅଧିକ ରହିଛି । ଆଗକୁ ରୋଗୀ ସଂଖ୍ୟା ଦେଖି ବେଡ୍ ସଂଖ୍ୟା ବୃଦ୍ଧି କରାଯିବ । ମହାମାରୀର ତୃତୀୟ ଲହରକୁ ପ୍ରଶମିତ କରିବା ପାଇଁ, ଅତି କମ୍ରେ ୨ ମାସ ଲଢ଼ିବାକୁ ହେବ ସତର୍କତାର ଲଢ଼େଇ ବୋଲି ସେ କହିଛନ୍ତି ।