Advertisment

୨୩ରୁ ଭୁବନେଶ୍ୱରରେ ଖୋଲିବ ସମସ୍ତ ଧର୍ମାନୁଷ୍ଠାନ

୨୩ ତାରିଖରୁ ଭୁବନେଶ୍ୱରରେ ସମସ୍ତ ମସଜିଦ୍, ଚର୍ଚ୍ଚ ଓ ଗୁରୁଦ୍ୱାର ଖୋଲିବାକୁ ଅନୁମତି ମିଳିଛି। ତେବେ ଏସବୁ ଧାର୍ମିକ ସ୍ଥଳରେ ଏକକାଳୀନ ୨୫ରୁ ଅଧିକ ଭକ୍ତଙ୍କୁ ଭିତରକୁ ଛଡ଼ାଯିବ ନାହିଁ। ରୀତିନୀତି ପାଇଁ ନିୟୋଜିତ ହେବାକୁ ଥିବା ପୂଜକଙ୍କ ଆରଟିପିସିଆର ଟେଷ୍ଟ ନେଗେଟିଭ୍ ଥିବା ସହ କୋଭିଡ୍ ଟିକାର ୨ଟି ଯାକ ଡୋଜ୍ ନେଇଥିବା ଜରୁରୀ।

ଅଦ୍ୟତନ ହୋଇଛି
୨୩ରୁ ଭୁବନେଶ୍ୱରରେ ଖୋଲିବ ସମସ୍ତ ଧର୍ମାନୁଷ୍ଠାନ

Lingaraj Temple

Advertisment

ଭୁବନେଶ୍ୱର: କୋଭିଡ୍ ପ୍ରୋଟୋକଲ୍ ଭିତରେ ଅଗଷ୍ଟ ୨୩ରୁ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଖୋଲିବ ସମସ୍ତ ଧର୍ମାନୁଷ୍ଠାନ। ଏ ନେଇ ସୋମବାର ବିଏମ୍‌ସି ପକ୍ଷରୁ ଜାରି ହୋଇଛି ମାର୍ଗଦର୍ଶିକା। ତେବେ ମନ୍ଦିର ଖୋଲିଲେ କୌଣସି ଭକ୍ତ ଭୋଗ ନେଇ ଯାଇପାରିବେ ନାହିଁ, କି ଗର୍ଭଗୃହ ଭିତରକୁ ଯାଇ ଦର୍ଶନ କରିପାରିବେ ନାହିଁ। ଲିଙ୍ଗରାଜ ମନ୍ଦିର ଖୋଲିବା ଉପରେ ମନ୍ଦିର ପ୍ରଶାସନ ଚୂଡ଼ାନ୍ତ ନିଷ୍ପତ୍ତି ନେବେ।

Advertisment

ଲିଙ୍ଗରାଜ ମନ୍ଦିର ଖୋଲିଲେ ଏକକାଳୀନ ଶହେରୁ ଅଧିକ ଭକ୍ତ ଯିବେ ନାହିଁ। କେବଳ ସିଂହଦ୍ୱାର ଓ ଆଡ଼କାଠ ପାଖରୁ ଭକ୍ତଙ୍କୁ ମହାପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ ଅନୁମତି ମିଳିବ। ସାହାଣମେଲା ଦର୍ଶନ ଓ ଗର୍ଭଗୃହ ଦର୍ଶନ ସମ୍ପୂର୍ଣ୍ଣ ବାରଣ କରାଯାଇଛି। ଭକ୍ତଙ୍କ ମଧ୍ୟରେ ଦୂରତ୍ୱ ରକ୍ଷା ପାଇଁ ବିଏମ୍‌ସି ପକ୍ଷରୁ ବ୍ୟାରିକେଡିଂ ବ୍ୟବସ୍ଥା ହେବ।

୨୩ ତାରିଖରୁ ଭୁବନେଶ୍ୱରରେ ସମସ୍ତ ମସଜିଦ୍, ଚର୍ଚ୍ଚ ଓ ଗୁରୁଦ୍ୱାର ଖୋଲିବାକୁ ଅନୁମତି ମିଳିଛି। ତେବେ ଏସବୁ ଧାର୍ମିକ ସ୍ଥଳରେ ଏକକାଳୀନ ୨୫ରୁ ଅଧିକ ଭକ୍ତଙ୍କୁ ଭିତରକୁ ଛଡ଼ାଯିବ ନାହିଁ। ରୀତିନୀତି ପାଇଁ ନିୟୋଜିତ ହେବାକୁ ଥିବା ପୂଜକଙ୍କ ଆରଟିପିସିଆର ଟେଷ୍ଟ ନେଗେଟିଭ୍ ଥିବା ସହ କୋଭିଡ୍ ଟିକାର ୨ଟି ଯାକ ଡୋଜ୍ ନେଇଥିବା ଜରୁରୀ।

Advertisment

ଶ୍ରଦ୍ଧାଳୁମାନେ ବାଧ୍ୟତାମୂଳକ ଭାବେ ମାସ୍କ ପିନ୍ଧିବା ସହ ୬ଫୁଟ୍ ଦୂରତା ବଜାୟ ରଖିବା ଜରୁରୀ। ପ୍ରବେଶ ଓ ପ୍ରସ୍ଥାନ ପଥରେ ଧର୍ମାନୁଷ୍ଠାନ କର୍ତ୍ତୃପକ୍ଷ ହାତଧୁଆ ସହ ସାନିଟାଇଜ୍ ବ୍ୟବସ୍ଥା କରିବେ। ଧର୍ମାନୁଷ୍ଠାନ ପରିସରରର ଭିତରେ ଓ ବାହାରେ ଛେପ ପକାଇବା ନିଷେଧ କରାଯାଇଛି। ଅସୁସ୍ଥ ଓ ବୃଦ୍ଧ ବ୍ୟକ୍ତିଙ୍କ ସହ ଗର୍ଭବତୀ ଏବଂ ୧୮ ବର୍ଷରୁ କମ୍ ବୟସ୍କଙ୍କୁ ଧର୍ମାନୁଷ୍ଠାନ ନଆସିବାକୁ ପରାମର୍ଶ ଦିଆଯାଇଛି। 

Odisha News BMC Bhubaneswar Smart City
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ