ଭୁବନେଶ୍ୱର: କରୋନା ସଂକ୍ରମଣ ବଢୁଥିବାରୁ କଟକଣା କଡ଼ା କଲେ ସରକାର। ଆସନ୍ତା ୧୦ରୁ ରାଜ୍ୟର ସମସ୍ତ କଲେଜ, ୟୁନିଭର୍ସିଟି ବନ୍ଦ। ମେଡିକାଲ କଲେଜ, ନର୍ସିଂ କଲେଜ ବ୍ୟତୀତ ସବୁ କଲେଜ ବନ୍ଦ ହୋଇଛି। କଲେଜ, ୟୁନିଭର୍ସିଟି ବନ୍ଦ ନେଇ SRCଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି।
ଚାଲୁ ରହିଥିବା ସବୁ ଅଫଲାଇନ୍ ପରୀକ୍ଷା ଚାଲୁ ରଖିବାକୁ ଅନୁମତି ଦିଆଯାଇଛି। କଲେଜ, ୟୁନିଭର୍ସିଟିର ସମସ୍ତ ଶିକ୍ଷକ, କର୍ମଚାରୀ ଡ୍ୟୁଟି କରିବେ। ଅଫଲାଇନ୍ରେ ଚାଲୁଥିବା ସମସ୍ତ କୋଚିଂ ବନ୍ଦ, ଅନଲାଇନ୍ରେ ଚାଲିବ।