Advertisment

ଶିକ୍ଷାନୁଷ୍ଠାନ କ୍ୟାମ୍ପସକୁ ପୁଣି କରୋନା ଭୟ

ଗୋଟେ ପଟେ ପାଠ ପଢ଼ାରେ ସ୍ୱାଭାବିକତା ଆଣିବାକୁ ପ୍ରୟାସ। ଅନ୍ୟପଟେ ସଂକ୍ରମଣର ଭୟ। ଏହା ଭିତରେ ସନ୍ତୁଳନ ରଖି, କେମିତି ଆଗକୁ ବଢ଼ିହେବ, ତାହା ଏବେ ସମସ୍ତଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ।

ଅଦ୍ୟତନ ହୋଇଛି
Corona Tension in institution

Corona Tension in institution

Advertisment

ଭୁବନେଶ୍ୱର: ଶିକ୍ଷାନୁଷ୍ଠାନରେ କରୋନା ଟେନସନ୍। ସଂକ୍ରମଣର ଭୟ ଘାରିଛି ସ୍କୁଲ ଓ କଲେଜ ପିଲାଙ୍କୁ ସୁନ୍ଦରଗଡ଼ର ସେଣ୍ଟ ମେରୀ ଗାର୍ଲସ ହାଇସ୍କୁଲ ହଷ୍ଟେଲର ୫୩ ଛାତ୍ରୀ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଜଣେ ଛାତ୍ରୀ ପଜିଟିଭ୍ ହେବାପରେ କଣ୍ଟାକ୍ଟ ଟ୍ରେସିଂରୁ ଅନ୍ୟ ୫୨ ଛାତ୍ରୀ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଅନ୍ୟପଟେ ବୁର୍ଲା ଭିମସାରର ଡାକ୍ତରୀ ଛାତ୍ରଛାତ୍ରୀ ବି କରୋନା କବଳରୁ ବାଦ୍ ପଡ଼ିନାହାନ୍ତି। ବର୍ତ୍ତମାନ ସୁଦ୍ଧା ୩୧ ଜଣ ପଜିଟିଭ୍ ଚିହ୍ନଟ ହେଲେଣି। ଉଭୟ ଶିକ୍ଷାନୁଷ୍ଠାନରେ ପ୍ରାୟ ସବୁ ଆକ୍ରାନ୍ତ ସ୍ୱଳ୍ପ ଲକ୍ଷଣଯୁକ୍ତ ବା ଲକ୍ଷଣ ବିହୀନ ଅନ୍ୟ ଛାତ୍ରଛାତ୍ରୀଙ୍କ କଣ୍ଟାକ୍ଟ ଟ୍ରେସିଂ ବି ଜାରି ରହିଛି। ସୁନ୍ଦରଗଡ଼ ସେଣ୍ଟ ମେରୀ ହାଇସ୍କୁଲର ସମସ୍ତ କ୍ଲାସ୍‌କୁ ବାତିଲ କରାଯାଇଛି ବୋଲି ସୂଚନା ଦେଇଛନ୍ତି ପ୍ରଧାନ ଶିକ୍ଷୟିତ୍ରୀ।

Advertisment

ସେପଟେ ଭିମସାରରେ ସ୍ୱତନ୍ତ୍ର ଆଇସୋଲେସନ ୱିଙ୍ଗ୍‌ରେ ଚାଲିଛି ଆକ୍ରାନ୍ତ ଛାତ୍ରଛାତ୍ରୀଙ୍କ ଚିକିତ୍ସା। ହଷ୍ଟେଲ ବାହାରକୁ ନ ଯିବାକୁ ସମସ୍ତ ଛାତ୍ରଛାତ୍ରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଅଫଲାଇନ୍ କ୍ଲାସ୍ ବି ବନ୍ଦ କରାଯାଇଛି। ତେବେ ଅନଲାଇନ୍ କ୍ଲାସ ଓ ପରୀକ୍ଷା ହେବ। ହଷ୍ଟେଲଗୁଡ଼ିକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିବାକୁ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରିଛନ୍ତି ଭିମସାର କର୍ତ୍ତୃପକ୍ଷ।

ବର୍ତ୍ତମାନର କୋଭିଡ୍ ଲକ୍ଷଣ ବଦଳିଛି। ଯଦିଓ ଟିକାକରଣ ଯୋଗୁ ସ୍ୱଳ୍ପ ଲକ୍ଷଣ ଦେଖାଯାଉଛି, ଜ୍ୱର କିମ୍ବା ଥଣ୍ଡା ଅନୁଭବ କଲେ, ତୁରନ୍ତ କୋଭିଡ୍ ଟେଷ୍ଟ କରାଇନେବା ଉଚିତ। ତାହାଛଡ଼ା କୋଭିଡ୍ ନିୟମକୁ କଡ଼ାକଡ଼ି ମାନିବା ଉପରେ ଗୁରୁତ୍ୱ ଦେଇଛନ୍ତି ଡିଏମ୍ଇଡି। ସେହିଭଳି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, ସୁନ୍ଦରଗଡ଼ ସ୍କୁଲ ଓ ଭିମସାର ଘଟଣା ଉପରେ ସ୍ଥାନୀୟ ପ୍ରଶାସନ ନଜର ରଖିଛନ୍ତି। ନିୟମ ନମାନିଲେ ପୁଣି ଥରେ କୋଭିଡ୍ କଟକଣା କଡ଼ାକଡ଼ି ହେବ ବୋଲି ସେ ଚେତାଇ ଦେଇଛନ୍ତି। ଗୋଟେ ପଟେ ପାଠ ପଢ଼ାରେ ସ୍ୱାଭାବିକତା ଆଣିବାକୁ ପ୍ରୟାସ। ଅନ୍ୟପଟେ ସଂକ୍ରମଣର ଭୟ। ଏହା ଭିତରେ ସନ୍ତୁଳନ ରଖି, କେମିତି ଆଗକୁ ବଢ଼ିହେବ, ତାହା ଏବେ ସମସ୍ତଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ।

Advertisment

ରିପୋର୍ଟ: ବିଜୟ ବରୁଆ, ସଞ୍ଜୟ ଜେନା, କପିଳେନ୍ଦ୍ର ପ୍ରଧାନ

Sambalpur COVID19 OdishaFightsCorona
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ