Advertisment

ରାଜ୍ୟରେ ତଳ ଉପର ହେଉଛି କରୋନା ସଂକ୍ରମଣ

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୩୨ ହଜାର ୬୭୩କୁ ବୃଦ୍ଧି ହୋଇଛି। ଆକ୍ଟିଭ୍ ୫,୧୪୧ ଥିବା ବେଳେ ସୁସ୍ଥ ହେଲେଣି ୧୦ ଲକ୍ଷ ୧୯ ହଜାର ୨୧୮। ଏନେଇ ଟ୍ୱିଟ୍‌ ଯୋଗେ ସୂଚନା ଦେଇଛି ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ।

undefined

covid situation in odisha

Advertisment

ଭୁବନେଶ୍ୱର: ରାଜ୍ୟରେ ୨୪ ଘଣ୍ଟାରେ ୫୨୯ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଚିହ୍ନଟଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୬୨ ଆକ୍ରାନ୍ତ ହୋଇଛନ୍ତି। କ୍ୱାରେଣ୍ଟିନରୁ ୩୦୮ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍- ୨୨୧ ଚିହ୍ନଟ ହୋଇଛନ୍ତି। ଏନେଇ ଟ୍ୱିଟ୍‌ ଯୋଗେ ସୂଚନା ଦେଇଛି ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ। ଆଜି ଖୋର୍ଦ୍ଧାରୁ ସର୍ବାଧିକ ୨୭୪, କଟକ- ୩୭, ମୟୂରଭଞ୍ଜରୁ ୨୩ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୩୨ ହଜାର ୬୭୩କୁ ବୃଦ୍ଧି ହୋଇଛି। ଆକ୍ଟିଭ୍ ୫,୧୪୧ ଥିବା ବେଳେ ସୁସ୍ଥ ହେଲେଣି ୧୦ ଲକ୍ଷ ୧୯ ହଜାର ୨୧୮। 

Advertisment

ଗତକାଲି ରାଜ୍ୟରେ ୪୪୮ ସଂକ୍ରମିତ ଚିହ୍ନଟ ହୋଇଥିଲେ। ଯେଉଁଥିରେ କେବଳ ଖୋର୍ଦ୍ଧାରୁ ୨୦୮ ଚିହ୍ନଟ ହୋଇଥିଲେ। ସେହିପରି ୧୧ ତାରିଖରେ ୩୩୧ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ।

ରାଜଧାନୀରେ ବଢୁଥିବା ସଂକ୍ରମଣକୁ ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି ଯେ ଦୈନିକ ସଂକ୍ରମଣର ୪୦% କେବଳ ଭୁବନେଶ୍ୱରରୁ ଆସୁଛି। ସଚେତନ କରାଇବା ସତ୍ତ୍ୱେ ହାଟ ଓ ବଜାରରେ ପ୍ରବଳ ଭିଡ଼ ହେଉଛି। ଭୁବନେଶ୍ୱରରେ ସଂକ୍ରମଣ ଉପରମୁହାଁ ହୋଇଥିବା ନଜିର ସାମ୍ନାକୁ ଆସିଛି। ଲୋକମାନେ ସଚେତନ ହେଉ ନଥିବାରୁ କଟକଣା ବଢ଼ାଇବାକୁ କୁହାଯାଇଛି। ଭିଡ଼ ରୋକିବାକୁ ପ୍ଲାନ କରିବାକୁ କମିଶନରେଟ୍ ପୋଲିସକୁ କୁହାଯାଇଛି।

Advertisment
Odisha Corona Update
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ