Advertisment

ରାଜ୍ୟରେ ପ୍ରଥମ ଡୋଜ୍ ଟିକା ନେଇନାହାନ୍ତି ୪୬ ଲକ୍ଷ

ଭାରତରେ ୨ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କର୍ଣ୍ଣାଟକରେ ୨ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Mass gathering

Mass gathering

Advertisment

ଭୁବନେଶ୍ୱର: ଦେଶରେ ୨ କରୋନା ଆକ୍ରାନ୍ତ ଚିହ୍ନଟ ପରେ ଏବେ ଆଲର୍ଟ ହୋଇଛି ଓଡ଼ିଶା। ରାଜ୍ୟରେ ଏବେଯାଏଁ ୪କୋଟି ୩୮ ଲକ୍ଷ ଡୋଜ୍ ଟିକାକରଣ ହେଲାଣି  ୨କୋଟି ୭୯ ଜଣ ପ୍ରଥମ ଡୋଜ୍ ଟିକା ନେଇସାରିଛନ୍ତି ଯାହା ୮୬ ପ୍ରତିଶତ। ସେହିପରି ୧କୋଟି ୫୯ ଜଣ ଦ୍ୱିତୀୟ ଡୋଜ୍ ଟିକା ନେଇଛନ୍ତି। ହର ଘର ଦସ୍ତକ କାର୍ଯ୍ୟକ୍ରମରେ ନଭେମ୍ବର ମାସ ଶେଷ ସୁଦ୍ଧା ୯୦ ପ୍ରତିଶତ ଲୋକଙ୍କୁ ଟିକା ଦେବାକୁ ଲକ୍ଷ୍ୟ ଥିଲା। ହେଲେ ୮୬ ପ୍ରତିଶତ ଲୋକଙ୍କୁ ଟିକା ଦିଆଯାଇଛି ବୋଲି ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ।

Advertisment

ତେବେ ଡିସେମ୍ବର ଶେଷ ସୁଦ୍ଧା ଶତ ପ୍ରତିଶତ ପ୍ରଥମ ଡୋଜ୍ ଟିକାକରଣ କରିବାକୁ ଲକ୍ଷ୍ୟ ରହିଥିବା ସେ ସୂଚନା ଦେଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୪୬ ଲକ୍ଷ ପ୍ରଥମ ଡୋଜ୍ ଟିକା ନେଇନାହାନ୍ତି। ସେହିପରି ଅବଧି ହୋଇଥିଲେ ବି ୩୧ ଲକ୍ଷ ଲୋକ ଦ୍ୱିତୀୟ ଡୋଜ୍ ଟିକା ନେଇନଥିବା ପରିବାର କଲ୍ୟାଣ ନିର୍ଦ୍ଦେଶକ କହିଛନ୍ତି।  ଓମିକ୍ରମ ଭାରିଆଣ୍ଟ ସଂକ୍ରମଣ ଚିନ୍ତା ଓ ରାଜ୍ୟର କିଛି ସ୍ଥାନରେ କୋଭିଡ୍ ସଂକ୍ରମଣ ବଢୁଥିବାରୁ ସମସ୍ତଙ୍କୁ ଟିକା ନେବାକୁ ସେ ଅନୁରୋଧ କରିଛନ୍ତି। ତେବେ ଆଦୌ କରୋନା ଟିକା ନେଇନଥିବା କିମ୍ବା ଦ୍ୱିତୀୟ ଡୋଜ୍‌ ନେଇନଥିବା ବ୍ୟକ୍ତିଙ୍କ ଠାରେ ଓମିକ୍ରନ୍‌ ଭୂତାଣୁ ଅଧିକ ବିପଜ୍ଜନକ ହୋଇପାରେ ବୋଲି ବିଶେଷଜ୍ଞ ଆଶଙ୍କା କରିଛନ୍ତି।  

ଗତକାଲି କରୋନାର ନୂଆ ଭ୍ୟାରିଆଣ୍ଟ ପରେ ରାଜ୍ୟରେ କୋଭିଡ୍ ସ୍ଥିତି ନେଇ ସମୀକ୍ଷା କରିବା ସହ କୋଭିଡ଼ ନିୟମ କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବରିଷ୍ଠ ଅଧିକାରୀଙ୍କ ସହ ସମୀକ୍ଷା ବେଳେ ପୋଲିସକୁ ମଧ୍ୟ ସଜାଗ ପାଇଁ ଡିଜିପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଓମିକ୍ରନ ଭାରିଆଣ୍ଟ୍ ସମ୍ପର୍କରେ ସ୍ୱତନ୍ତ୍ର କ୍ୟାମ୍ପେନ କରି ସଚେତନତା ସୃଷ୍ଟି କରିବା ସହ ଲୋକଙ୍କୁ ମାସ୍କ ପିନ୍ଧିବା, ସାମାଜିକ ଦୂରତ୍ୱ ବଜାୟ ରଖିବା, ହାତ ଧୋଇବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

Advertisment

କରୋନା ଭାଇରସ୍‌ର ନୂଆ ଭାରିଏଣ୍ଟ୍‌ ଓମିକ୍ରନ୍‌ ରିସ୍କ ଦେଶରୁ ଓଡ଼ିଶା ଫେରିଛନ୍ତି ୩୮୦ ଜଣ। ସେମାନଙ୍କ ମଧ୍ୟରୁ  ୨୮ ତାରିଖ ସୁଦ୍ଧା ଓଡ଼ିଶାକୁ ୨୨୪ ଜଣ ଆସିଥିବା ବେଳେ ୨୯ ତାରିଖରେ ରାଜ୍ୟକୁ ଆସିଛନ୍ତି ୧୫୬ ଜଣ। ସମସ୍ତେ କୋଭିଡ୍ ଟେଷ୍ଟ କରି ଆସୁଛନ୍ତି ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି।

Bhubaneswar Covid New Varriant Omicorn
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ