Advertisment

ଦେଶରେ ବଢ଼ୁଛି କରୋନା ଭୟ ! କାୟା ମେଲାଇଲାଣି ଓମିକ୍ରନ୍, ଟେଷ୍ଟିଂ ବଢ଼ିଲେ ପଜିଟିଭ୍ ବଢ଼ୁଛି

ବର୍ତ୍ତମାନ ସୁଦ୍ଧା ଯେତିକି ମାମଲା ଚିହ୍ନଟ ହୋଇଛି, ସମସ୍ତଙ୍କ ପାଖରେ କମ୍ ଲକ୍ଷଣ ରହୁଛି । ସେପଟେ ଓମିକ୍ରନ ଭ୍ୟାରିଆଣ୍ଟକୁ ନେଇ ଚିନ୍ତା ବଢୁଥିବା ବେଳେ ନିତି ଆୟୋଗର ସ୍ୱାସ୍ଥ୍ୟ ସଦସ୍ୟ ଡକ୍ଟର ଭି.କେ.ପଲ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ।

ଅଦ୍ୟତନ ହୋଇଛି
undefined

coronavirus

Advertisment

ଭାରତରେ ପ୍ରତିଦିନ କାୟା ମେଲାଇ ଚାଲିଥିବା ଓମିକ୍ରନ୍ ଭ୍ୟାରିଆଣ୍ଟ ଏବେ ଶିଶୁଙ୍କୁ ଛୁଇଁଲାଣି । ପ୍ରଥମ ଥର ପାଇଁ ଭାରତରେ ଜଣେ ୩ ବର୍ଷିୟ ଶିଶୁ ଓମିକ୍ରନ୍ ଦ୍ୱାରା ସଂକ୍ରମିତ ହୋଇଥିବା ସୂଚନା ମିଳିଛି । ସଂପୃକ୍ତ ଶିଶୁ ସଂକ୍ରମିତଙ୍କୁ ମିଶାଇ ଦେଶରେ ମୋଟ୍ ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା ପହଞ୍ଚିଛି ୩୨ରେ । ନ୍ୟାସନାଲ୍ ଇମ୍ୟୁନିଟି ଅଫ୍ ଭାଇରୋଲୋଜିର ତଥ୍ୟ କହୁଛି, ଆଜି ୭ଟି ନୂଆ ମାମଲା ସାମ୍ନାକୁ ଆସିଛି ।

Advertisment

ତେବେ ବର୍ତ୍ତମାନ ସୁଦ୍ଧା ଯେତିକି ମାମଲା ଚିହ୍ନଟ ହୋଇଛି, ସମସ୍ତଙ୍କ ପାଖରେ କମ୍ ଲକ୍ଷଣ ରହୁଛି । ସେପଟେ ଓମିକ୍ରନ ଭ୍ୟାରିଆଣ୍ଟକୁ ନେଇ ଚିନ୍ତା ବଢୁଥିବା ବେଳେ ନିତି ଆୟୋଗର ସ୍ୱାସ୍ଥ୍ୟ ସଦସ୍ୟ ଡକ୍ଟର ଭି.କେ.ପଲ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି । ସେ କହିଛନ୍ତି, ଓମିକ୍ରନ୍ ଯୋଗୁଁ ଆମେ ଏକ ବିପଜ୍ଜନକ ସ୍ଥତିରେ ରହିଛେ । ଏଥିରୁ ରକ୍ଷା ପାଇବା ପାଇଁ ଉଭୟ ମାସ୍କ ଓ ଭ୍ୟାକ୍ସିନ୍ ଜରୁରୀ । ତେଣୁ ମୁହଁରୁ ମାସ୍କ ନଖୋଲିବା ଲାଗି WHO ଚେତାବନୀ ଦେଇଛନ୍ତି ନିତି ଆୟୋଗର ସ୍ୱାସ୍ଥ୍ୟ ସଦସ୍ୟ ।

ଅନ୍ୟପଟେ ମହାରାଷ୍ଟ୍ରରୁ ଚିହ୍ନଟ ହୋଇଥିବା ୭ ଜଣଙ୍କ ମଧ୍ୟରୁ ୪ ଜଣ ଟିକା ନେଇସାରିଛନ୍ତି । ଜଣେ କୋଭିଡ୍‌ ଟିକାର ଗୋଟିଏ ଡୋଜ୍ ନେଇଥିବା ବେଳେ ଅନ୍ୟଜଣେ ଟିକା ନେଇନାହାନ୍ତି । ସେହିପରି ଚିହ୍ନଟ ହୋଇଥିବା ଶିଶୁଟି ଟିକାକରଣ ପାଇଁ ଯୋଗ୍ୟ ହୋଇନାହିଁ । ଚିହ୍ନଟ ହୋଇଥିବା ୪ ଜଣଙ୍କ ଭିତରେ କୌଣସି ଲକ୍ଷଣ ଥିବା ବେଳେ ତିନିଜଣଙ୍କ ଭିତରେ ସାମାନ୍ୟ ଲକ୍ଷଣ ଦେଖା ଦେଇଛି ।

Advertisment

କରୋନା ଭାଇରସର ନୂଆ ଭ୍ୟାରିଏଣ୍ଟ ଓମିକ୍ରନର ବର୍ତ୍ତମାନ ସ୍ଥିତିକୁ ନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଶୁକ୍ରବାର ପ୍ରେସ୍ କନଫରେନ୍ସ କରି କହିଛି ଯେ, ଏପର୍ଯ୍ୟନ୍ତ ୫୯ଟି ଦେଶରେ କରୋନାର ଏହି ନୂଆ ଭ୍ୟାରିଏଣ୍ଟ ବ୍ୟାପି ସାରିଛି। ଅନ୍ୟପକ୍ଷରେ ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୨୫ରେ ପହଞ୍ଚିଥିବା ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି। ହେଲେ ମହାରାଷ୍ଟ୍ରରେ ଆଉ ୭ ଜଣ ଚିହ୍ନଟ ହେବା ପରେ ଏହି ସଂଖ୍ୟା ଏବେ ୩୨ରେ ପହଞ୍ଚି ଯାଇଛି ।

ଆଜି ଗୁଜରାଟରୁ ୨ ଜଣଙ୍କ ଭିତରେ ଓମିକ୍ରନ ଚିହ୍ନଟ ହୋଇଛି । ପୂର୍ବରୁ ଗୁଜରାଟର ଜାମନଗରରୁ ଜଣେ ଜିମ୍ବାୱେ ଫେରନ୍ତା ଓମିକ୍ରନରେ ଆକ୍ରାନ୍ତ ହୋଇଥିଲେ ।

Advertisment
COVID-19 Corona Corona Updates Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ