Advertisment

ଖୁବ୍‌ ଶୀଘ୍ର ରାଜ୍ୟରେ ଖୋଲିବ ଆଉ ୧୪ RTPCR ଲାବ୍‌

କୋଭିଡ ମହାମାରୀ ତାଣ୍ଡବ ଥମିନି। ଏବେ ବି ୨ୟ ଲହରର ଭୟାବହତା ଭିତରେ ବଞ୍ଚିଛନ୍ତି ରାଜ୍ୟବାସୀ। ତା ଭିତରେ ତୃତୀୟ ଲହର  ଅଗଷ୍ଟରେ ଆସିବ ବୋଲି ଚେତାବନୀ ଦିଆଗଲାଣି।

ଖୁବ୍‌ ଶୀଘ୍ର ରାଜ୍ୟରେ ଖୋଲିବ ଆଉ ୧୪ RTPCR ଲାବ୍‌

Health Director Bijay Mohapatra

Advertisment

ଭୁବନେଶ୍ୱର: କୋଭିଡ ମହାମାରୀ ତାଣ୍ଡବ ଥମିନି। ଏବେ ବି ୨ୟ ଲହରର ଭୟାବହତା ଭିତରେ ବଞ୍ଚିଛନ୍ତି ରାଜ୍ୟବାସୀ। ତା ଭିତରେ ତୃତୀୟ ଲହର  ଅଗଷ୍ଟରେ ଆସିବ ବୋଲି ଚେତାବନୀ ଦେଇଛନ୍ତି ହାଇଦ୍ରାବାଦ ଓ କାନପୁର  ଆଇଆଇଟି। ଏହାକୁ ଦୃଷ୍ଟରେ ରଖି  ରାଜ୍ୟରେ ଆଉ ୧୪ଟିସ୍ଥାନରେ RTPCR ଟେଷ୍ଟ ଲାବ ସ୍ଥାପନ କରାଯିବ  ବୋଲି ସେ ସୂଚନ ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ର।

Advertisment

ରାଜ୍ୟରେ ତୃତୀୟ ଲହର ଆସିବା ପୂର୍ବରୁ ସଚେତନ ହୋଇଛନ୍ତି ସରକାର। ତେଣୁ ୩ୟ ଲହର ପ୍ରଭାବ ରୋକିବାକୁ ସରକାର ପର୍ଯ୍ୟାପ୍ତ  ବ୍ୟବସ୍ଥା କରିଥିବା ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ସେ କହିଛନ୍ତି, ତୃତୀୟ ଲହର ରୋକିବାକୁ ଦୁଇଟି ଜିନିଷ ଆବଶ୍ୟକ।  ପ୍ରଥମତଃ ରୋଗୀ ଚିହ୍ନଟ, ସର୍ଭେଲାନ୍ସ ଜାରି ରଖିବା ଏବଂ  ଦ୍ୱିତୀୟରେ ଗୁରୁତରଙ୍କର ସଠିକ୍ ଟ୍ରିଟମେଣ୍ଟ କରିବା।

 ରାଜ୍ୟ ସରକାର ଏହି ଦୁଇଟି ଦିଗ ସହ ଟିକାକରଣ ଉପରେ ଗୁରୁତ୍ୱ ଦେଉଛନ୍ତି। ସେହିଭଳି ଏବେ ଯେଉଁ ମୃତ୍ୟୁ ହାର ସାମ୍ନାକୁ ଆସୁଛି ରହୁଛି, ତାହା ପୁରୁଣା ତଥ୍ୟରୁ ଅଡିଟେଡ଼ ହୋଇ ଆସୁଛି । ଯେତେବେଳେ ମହାମାରୀ ଶେଷ ହେବ, ସେତେବେଳେ ହିଁ ବାସ୍ତବ ମୃତ୍ୟୁ ସଂଖ୍ୟା ଜଣାପଡିବ ବୋଲି ସେ କହିଛନ୍ତି।  

Advertisment

ସୂଚନାଥାଉ କି,  ସ୍ୱାସ୍ଥ୍ୟ ବିଶେଷଜ୍ଞ ନିରଜ ମିଶ୍ର କରୋନାର ତୃତୀୟ ଲହର ବିଷୟରେ ସୂଚନା ଦେଇ କହିଥିଲେ,  ବର୍ତ୍ତମାନ ସୁଦ୍ଧା ଦେଶରେ ତୃତୀୟ ଲହର ଆସିନି । କିନ୍ତୁ ସଂକେତ ଆସୁଛି  ୧୧ ସପ୍ତାହ ପରେ ସାପ୍ତାହିକ ସଂକ୍ରମଣ ହାର ବଢିଛି।  ଆରୋଗ୍ୟ ତୁଳନାରେ ନୂଆ କୋଭିଡ ମାମଲା ଅଧିକ ରହିଛି । ଆର ଭାଲ୍ୟୁ 1ରୁ ଅଧିକ ଅଛି  । ଏହି  ୩ଟି ସୂଚକାଙ୍କ କହୁଛି, ଆଗକୁ ଦେଶରେ କେସ ଲୋଡ଼ ବଢିବ ।  ଯାହାକି ତୃତୀୟ ଲହର ସମ୍ଭାବନାକୁ ସ୍ପଷ୍ଟ କରୁଛି ବୋଲି ସେ କହିଥିଲେ। 

Advertisment

 ତା ଛଡ଼ା ଆଇଆଇଟି ହାଇଦ୍ରାବାଦ ଓ କାନପୁରର ପକ୍ଷରୁ ହୋଇଥିବା ମିଳିତ ଷ୍ଟଡିରେ ଅଗଷ୍ଟରେ ତୃତୀୟ ଲହର ଆସିବ ବୋଲି କୁହାଯାଇଛି । ତେଣୁ ଏବେଠୁ ଏହାର ତୀବ୍ରତା ଆକଳନ କରିବା କଷ୍ଟକର, ତୃତୀୟ ଲହର ରୋକିବାକୁ ପୂର୍ବଭଳି କୋଭିଡ ଅନୁରୂପ ନିୟମକୁ ଶତ ପ୍ରତିଶତ ପାଳନ କରିବାକୁ ହେବ ଏବଂ  ଟିକା ନେଇଥିବା ଲୋକଙ୍କୁ ବି ଏହା ମାନିବାକୁ ପଡ଼ିବ ବୋଲି କୁହାଯାଇଛି। 

ସେହିପରି କେରଳ, ମହାରାଷ୍ଟ୍ରରେ କରୋନା ଉପର ମୁହାଁ  ହେଉଥିବା ଦେଖି  ଏହା ୩ୟ ଲହର ସଂକେତ ବୋଲି ଏହା କହିଥିଲେ DMET ମୁଖ୍ୟ ଡାକ୍ତର ସିବିକେ ମହାନ୍ତି। କରୋନାର ୩ୟ ଲହର ଓ ଡେଲ୍ଟା ଭାଇରସ ନେଇ DMET ସୂଚନା ଦେଇଛନ୍ତି ଅଗଷ୍ଟରେ ୩ୟ ଲହର ଆସିବା ନେଇ ବିଶେଷଜ୍ଞ ଆକଳନ କରିଛନ୍ତି। ସେପ୍ଟେମ୍ବର ଓ ଅକ୍ଟୋବରରେ ଶୀର୍ଷକୁ ଯିବ ବୋଲି ଆକଳନ ହୋଇଛି। ରାଜ୍ୟରେ ଡାଉନ ୱାର୍ଡ ଟ୍ରେଣ୍ଡରେ ଅଛି, ୩ୟ ଲହର ପ୍ରଭାବ କମ୍ ରହିବ ବୋଲି ସେ କହିଥିଲେ।

COVID-19 Covid Third Wave
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ