Advertisment

କେଉଁ ବର୍ଗର ପିଲାଙ୍କୁ କରୋନା ସଂକ୍ରମଣ ହେବାର ସମ୍ଭାବନା ଅଧିକ?

ଅନ୍ୟ ଟିକା କେବଳ ସଂପୃକ୍ତ ରୋଗ ରୋକିବନି, କରୋନାକୁ ବି ତଡ଼ିବ।

ଅଦ୍ୟତନ ହୋଇଛି
undefined

Vaccine for Children

Advertisment

ଭୁବନେଶ୍ୱର: କେଉଁ ବର୍ଗର ପିଲାଙ୍କୁ କରୋନା ସଂକ୍ରମଣ କରିବା ସମ୍ଭାବନା ଅଧିକ ଓ କମ୍‌। ଏନେଇ ଶିଶୁରୋଗ ବିଶେଷଜ୍ଞ ବିଭିନ୍ନ ପରାମର୍ଶ ଦେଇଛନ୍ତି। କଟକ ଶିଶୁଭବନର ବିଶେଷଜ୍ଞ ଡାକ୍ତର ସୁନୀଲ ଅଗ୍ରୱାଲ କହିଛନ୍ତି ଯେ ପିଲାଙ୍କୁ ସହଜରେ କରୋନା ହୁଏନି। ତେଣୁ ଡରିବାର କୌଣସି ଆବଶ୍ୟକ ନାହିଁ। ଏବେ ଦୈନିକ ଯେତିକି ପିଲା ସଂକ୍ରମିତ ହେଉଛନ୍ତି, ସେଥିରୁ ୯୫% ଲକ୍ଷଣହୀନ ଅଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ମାତ୍ର ୧% ପିଲାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବାକୁ ପଡୁଛି।

Advertisment

କିନ୍ତୁ ପିଲାଙ୍କ ମଧ୍ୟରେ ୧୨ରୁ ୧୮ ବର୍ଷ ବର୍ଗଙ୍କୁ ସଂକ୍ରମଣ ହେବା ସମ୍ଭାବନା ଅଧିକ ରହିଛି। ସାନ ସାନ ପିଲାଙ୍କୁ ସଂକ୍ରମଣ ହେବା ସମ୍ଭାବନା ବହୁତ କମ୍। ପିଲାଙ୍କୁ କାଶ, ଛିଙ୍କ, ଥଣ୍ଡା, ଦେହରେ ଲାଲ୍ ଚିହ୍ନ ବା ପତଳା ଝାଡ଼ା ହେବା ଏହାର ସବୁ ଲକ୍ଷଣ ଅଟେ। କିନ୍ତୁ ସବୁ କାଶ, ଛିଙ୍କ କରୋନା ନୁହେଁ ବୋଲି କହିଲେ ଡାକ୍ତର ଅଗ୍ରୱାଲ କହିଛନ୍ତି।

ପିଲାଙ୍କୁ ଜ୍ୱର ହେଲେ ପ୍ରଥମ ୨ ଦିନ ପାରାସିଟାମଲ ଦେବାକୁ ସେ ପରାମର୍ଶ ଦେଇଛନ୍ତି। ୫ ବର୍ଷରୁ କମ୍ ପିଲାମାନଙ୍କୁ ମାସ୍କ ପିନ୍ଧାଇବା ଦରକାର ନାହିଁ ବୋଲି ସେ କହିଛନ୍ତି। ପିଲାମାନଙ୍କ ଇମ୍ୟୁନିଟି ବହୁତ ଭଲ। ସେମାନଙ୍କୁ ସଂକ୍ରମଣ ହେବା ଆଶଙ୍କା କମ। ପିଲାଙ୍କର ଯଦି ଅନ୍ୟ କିଛି ଟିକା ବାକି ଥାଏ ଦେଇଦେବାକୁ ସେ ପରାମର୍ଶ ଦେଇଛନ୍ତି। ଅନ୍ୟ ଟିକା କେବଳ ସଂପୃକ୍ତ ରୋଗ ରୋକିବନି, କରୋନାକୁ ବି ତଡ଼ିବ। କୋଭିଡ଼ ପଜିଟିଭ ମା ପିଲାଙ୍କୁ ସ୍ତନ୍ୟପାନ କରାଇ ପାରିବେ ବୋଲି ସେ କହିଛନ୍ତି। 

Advertisment
COVID19 Omicron Variant
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ