Advertisment

‘ସାରା ଦେଶରେ ସଂକ୍ରମଣ ଓ ମୃତ୍ୟୁହାର କମୁଥିବା ବେଳେ ଓଡ଼ିଶାରେ କାହିଁକି ବଢ଼ୁଛି ?’

ରାଜ୍ୟରେ କରୋନା ସଂକ୍ରମଣରେ ଏବଂ ମୃତ୍ୟୁହାରକୁ ନେଇ ରାଜ୍ୟ ସରକାରଙ୍କୁ ପୁଣି ଟାର୍ଗେଟ୍‌ କଲା ବିଜେପି । ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ଆଜି ରାଜ୍ୟରେ କରୋନା ଜନିତ ମୃତ୍ୟୁକୁ ନେଇ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି ।

undefined

lekhashree

Advertisment

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣରେ ଏବଂ ମୃତ୍ୟୁହାରକୁ ନେଇ ରାଜ୍ୟ ସରକାରଙ୍କୁ ପୁଣି ଟାର୍ଗେଟ୍‌ କଲା ବିଜେପି । ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ଆଜି ରାଜ୍ୟରେ କରୋନା ଜନିତ ମୃତ୍ୟୁକୁ ନେଇ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି । ସେ ସିଧା ସିଧା ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ଯେ, ସାରା ଦେଶରେ କରୋନା ସଂକ୍ରମଣ କମୁଥିବା ବେଳେ ରାଜ୍ୟରେ କାହିଁକି ବଢ଼ୁଛି ? ଏହାସହ ସେ କହିଛନ୍ତି ରାଜ୍ୟ ସରକାର କରୋନା ମୁକାବିଲାରେ ବିଫଳ ହୋଇଛନ୍ତି । ଏମିତିକି ପ୍ରାୟ ୯୬ ପ୍ରତିଶତ କରୋନା ସଂକ୍ରମିତଙ୍କୁ ସଙ୍ଗରୋଧରେ ରଖାଯାଉଛି । ଯାହାର ଅର୍ଥ ହେଉଛି ରାଜ୍ୟ ସରକାର କରୋନା ରୋଗୀଙ୍କୁ ସଠିକ୍‌ ଚିକିତ୍ସା ଯୋଗାଇପାରୁ ନାହାନ୍ତି । ସେ ଆହୁରି କହିଛନ୍ତି, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ଝାଡ଼ଖଣ୍ଡ ଆଦି ରାଜ୍ୟରେ ସଂକ୍ରମଣ କମୁଥିବା ବେଳେ ଓଡ଼ିଶାରେ କିନ୍ତୁ ଉପରମୁହାଁ ରହୁଛି କରୋନା । ଏମିତିକି ସାରାଦେଶରେ ଓଡ଼ିଶା ଅଷ୍ଟମ ସ୍ଥାନରେ ରହିଛି ବୋଲି ଅଭିଯୋଗ କରିଛନ୍ତି ଲେଖାଶ୍ରୀ ।

Advertisment

ଦେଶରେ ମାତ୍ର ୨.୫ ପ୍ରତିଶତ କରୋନା ମୃତ୍ୟୁହାର ରହିଥିବା ବେଳେ ରାଜ୍ୟରେ କରୋନା ମୃତ୍ୟୁହାର ୪.୫୪ ପ୍ରତିଶତ ରହିଛି ବୋଲି କହିଛନ୍ତି ଲେଖାଶ୍ରୀ । ତାସହ କହିଛନ୍ତି ରାଜ୍ୟରେ ଶୂନରୁ ୧୮ ବର୍ଷ ବୟସ ବର୍ଗରେ ସଂକ୍ରମଣ ହାର ୧୫.୧୨ ପ୍ରତିଶତ ରହୁଛି ।

Advertisment

ତେବେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଭେଣ୍ଟିଲେଟରଠୁ ଆରମ୍ଭ କରି ଅକ୍ସିଜେନ ସିଲିଣ୍ଡର ଆଦି ଯୋଗାଇ ଦିଆଯାଉଥିବା ବେଳେ ରାଜ୍ୟ ସରକାର ଏହାର କାର୍ଯ୍ୟକାରିତା ସଠିକ ଭାବେ କରିପାରୁନାହାନ୍ତି । ଏଭଳି ସଂଙ୍ଗିନ ଅଭିଯୋଗ ଆଣିଛନ୍ତି ଲେଖାଶ୍ରୀ ।

ସୂଚନାଯୋଗ୍ୟ, ରାଜ୍ୟରେ ଗତ୨୪ ଘଣ୍ଟାରେ ୫୮୫ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୫ ଜଣ ପ୍ରାଣ ହରାଇଛନ୍ତି । ଆଜି ଚିହ୍ନଟଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୯୬ ଆକ୍ରାନ୍ତ ଅଛନ୍ତି । ସେହିପରି କ୍ୱାରେଣ୍ଟିନରୁ ୩୪୨ ଜଣ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ରହିଛି ୨୪୩ । ସବୁଦିନ ପରି ଆଜି ବି ଖୋର୍ଦ୍ଧାରୁ ସର୍ବାଧିକ ଆକ୍ରାନ୍ତ ବାହାରିଛନ୍ତି । ଜିଲ୍ଲାରୁ ୨୦୬ ଜଣ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତ ସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୨୪ ହଜାର ୩୨୦କୁ ବୃଦ୍ଧି ପାଇଛି । ଅନ୍ୟପକ୍ଷରେ ଆଜି ଖୋର୍ଦ୍ଧାରୁ ୨, ପୁରୀ, କୋରାପୁଟ ଓ କେନ୍ଦୁଝରରରୁ ଜଣେ ଲେଖାଏଁ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଫଳରେ ରାଜ୍ୟରେ ମୋଟ୍ କରୋନା ମୃତ୍ୟୁ ସଂଖ୍ୟା ୮,୧୭୫କୁ ବୃଦ୍ଧି ପାଇଛି ।

Advertisment

୫୮୫ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୁଳରୁ ୧୩ଜଣ, ବାଲେଶ୍ୱରରୁ ୩୮ଜଣ, ବରଗଡ଼ରୁ ୨ଜଣ, ଭଦ୍ରକରୁ ୭ଜଣ, ବଲାଙ୍ଗୀରରୁ ୬ଜଣ, କଟକରୁ ୬୭ଜଣ, ଦେବଗଡ଼ରୁ ୩ଜଣ, ଢେଙ୍କାନାଳରୁ ୫ଜଣ, ଗଞ୍ଜାମରୁ ୬ଜଣ, ଜଗତସିଂହପୁରରୁ ୨୬ଜଣ, ଯାଜପୁରରୁ ୩୬ଜଣ, ଝାରସୁଗୁଡ଼ାରୁ ୭ଜଣ, କଳାହାଣ୍ଡିରୁ ଜଣେ, କନ୍ଧମାଳରୁ ୨ଜଣ, କେନ୍ଦ୍ରାପଡ଼ାରୁ ୧୨ଜଣ, କେନ୍ଦୁଝରରୁ ୭ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ଖୋର୍ଦ୍ଧାରୁ ୨୦୬ଜଣ, କୋରାପୁଟରୁ ୪ଜଣ, ମାଲକାନଗିରିରୁ ୩ଜଣ, ମୟୁରଭଞ୍ଜରୁ ୨୫ଜଣ, ନୟାଗଡ଼ରୁ ୪ଜଣ, ନୂଆପଡ଼ାରୁ ଜଣେ, ପୁରୀରୁ ୨୨ଜଣ, ରାୟଗଡ଼ରୁ ୨ଜଣ, ସମ୍ବଲପୁରରୁ ୧୯ଜଣ, ସୋନପୁରରୁ ଜଣେ, ସୁନ୍ଦରଗଡ଼ରୁ ୧୩ଜଣ ଓ ଷ୍ଟେଟପୁଲରୁ ୪୭ଜଣ ଚିହ୍ନଟ ହୋଇଛନ୍ତି ।

COVID-19 Lekhashree Samantsinghar Corona
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ