Advertisment

Expensive Cow: ବିଶ୍ବର ସବୁଠାରୁ ମହଙ୍ଗା ଗାଇ, ରେଟ ଶୁଣିଲେ ହୋସ ଉଡିଯିବ

ବ୍ରାଜିଲରେ ରହିଥିବା ନେଲୋର ପ୍ରଜାତିର ଗାଇ ଭାୟାଟିନା-୧୯ ରେକର୍ଡ ମୂଲ୍ୟରେ ବିକ୍ରି ହୋଇଛି। ବ୍ରାଜିଲର ମିନେସ ଗେରିସରେ ଏହା ବିଶ୍ବର ସବୁଠାରୁ ମହଙ୍ଗା ଗାଇର ମାନ୍ୟତା ହାସଲ କରିଥିଲା। ଭାୟାଟିନା-୧୯କୁ ୪.୮ ମିଲିୟନ ଡଲାର ବା ଭାରତୀୟ ମୁଦ୍ରାରେ ୪୧ କୋଟି ଟଙ୍କାରେ ବିକ୍ରି କରାଯାଇଥିଲା।

cow

cow

Advertisment

ଗାଈଟିଏର ମୂଲ୍ୟ କେତେ ଟଙ୍କା ହେଇଥିବ। ଯଦି ଏହି ପ୍ରଶ୍ନ କାହାକୁ ପଚାରିବେ ଅତି ବେଶୀରେ ୫୦ ହଜାର ବା ଲକ୍ଷେ ଟଙ୍କା କହିବେ। ତେବେ ବ୍ରାଜିଲରେ ବିକ୍ରି ହେଇଛି ବିଶ୍ବର ସବୁଠାରୁ ମହଙ୍ଗା ଗାଇ। ଏହି ଗାଈର ମୂଲ୍ୟ ଶୁଣିଲେ ଆପଣଙ୍କ ହୋସ ଉଡିଯିବ। ନେଲୋର ପ୍ରଜାତିର ଏହି ଗାଈଟି ବ୍ରାଜିଲରେ ବିକ୍ରି ହୋଇଛି।

Advertisment

ଅଧିକ ପଢ଼ନ୍ତୁ: ଭୁବନେଶ୍ୱରରେ ଫିଲ୍ମ ଷ୍ଟାଇଲରେ ଦୁର୍ଘଟଣା; ଟ୍ରକ୍ ତଳେ ପଶିଗଲେ ବାଇକ ଚାଳକ

ସାଧାରଣତଃ ଯେଉଁ ଗାଈ ଗୁଡିଙ୍କର ଉଚ୍ଚ ଗୁଣବତ୍ତାଯୁକ୍ତ ଜେନେଟିକ ରହିଥାଏ ସେମାନଙ୍କର ମୂଲ୍ୟ ଅଧିକ ରହିଥାଏ। ଏହି ଧାରାରେ ବର୍ତ୍ତମାନ ସାମିଲ ହୋଇଛି ନେଲୋର ପ୍ରଜାତିର ଗାଈ। ଏହି ପ୍ରଜାତିର ଗାଈ ମୁଖ୍ୟତଃ ଭାରତର ଓଙ୍ଗୋଲ ଅଞ୍ଚଳରେ ଦେଖିବାକୁ ମିଳିଥାଏ। ଆନ୍ଧ୍ରପ୍ରଦେଶର ନେଲୋର ଜିଲ୍ଲା ଅନୁସାରେ ଏହି ଗାଈଙ୍କ ପ୍ରଜାତିର ନାମକରଣ କରାଯାଇଥାଏ। ମୁଖ୍ୟତଃ ଜେନେଟିକ କ୍ବାଲିଟି କାରଣରୁ ଜାପାନର ୱାଗୟୁ ଓ ଭାରତର ବ୍ରାହ୍ମଣ ପ୍ରଜାତିର ଗାଈ ଗୁଡିକ ଅଧିକ ମୂଲ୍ୟରେ ବିକ୍ରି ହୋଇଥାନ୍ତି। ଏହି ଦୁଇ ପ୍ରଜାତିର ଗାଇ ଅତ୍ୟଧିକ ଗରମ ପରସ୍ଥିତିରେ ନିଜକୁ ଆଡଜଷ୍ଟ କରି ପାରନ୍ତି।

Advertisment

ବ୍ରାଜିଲରେ ରହିଥିବା ନେଲୋର ପ୍ରଜାତିର ଗାଇ ଭାୟାଟିନା-୧୯ ରେକର୍ଡ ମୂଲ୍ୟରେ ବିକ୍ରି ହୋଇଛି। ବ୍ରାଜିଲର ମିନେସ ଗେରିସରେ ଏହା ବିଶ୍ବର ସବୁଠାରୁ ମହଙ୍ଗା ଗାଈର ମାନ୍ୟତା ହାସଲ କରିଥିଲା। ଭାୟାଟିନା-୧୯କୁ ୪.୮ ମିଲିୟନ ଡଲାର ବା ଭାରତୀୟ ମୁଦ୍ରାରେ ୪୧ କୋଟି ଟଙ୍କାରେ ବିକ୍ରି କରାଯାଇଥିଲା। ଏହି ଗାଇଟିର ଓଜନ ୧୧୦୧ କେଜି। ଏହି ବ୍ରିଡର ଅନ୍ୟ ଗାଈ ମାନଙ୍କ ଅପେକ୍ଷା ଏହାର ଓଜନ ଦୁଇ ଗୁଣ ଅଧିକ ରହିଛି ।

ଚାମ୍ପିୟନ୍ସ ଅଫ ଦ ୱାର୍ଲ୍ଡ ଚାମ୍ପିୟନଶିପରେ ଏହି ଗାଈଟି ମିସ ସାଉଥ ଆମେରିକା ଟାଇଟଲ ହାସଲ କରିଥିଲା। ଓଙ୍ଗଲ କ୍ୟାଟେଲ ନାମରେ ପରିଚିତ ଏହି ପ୍ରଜାତିର ଗାଇ ଆନ୍ଧ୍ରପ୍ରଦେଶରେ ହିଁ ଦେଖିବାକୁ ମିଳିଥାଏ। ଏହି ଗାଈ ଅତ୍ୟଧିକ ତାପମାତ୍ରାରେ ମଧ୍ୟ ବଞ୍ଚି ରହିବାର କ୍ଷମତା ରଖିଥାଏ। ଏହି କାରଣରୁ ବ୍ରାଜିଲକୁ ୧୮୦୦ ଶତାବ୍ଦୀରେ ଏହି ପ୍ରଜାତିର ଗାଈ ପ୍ରଥମ ଥର ଯାଇଥିଲା।

Advertisment

ପରବର୍ତ୍ତୀ ସମୟରେ ଓଙ୍ଗଲ କ୍ୟାଟେଲରୁ ଏହାର ନାମ ପରିବର୍ତ୍ତନ କରାଯାଇ ନେଲୋର କ୍ୟାଟେଲ କରାଯାଇଥିଲା। ଭାୟାଟିନା-୧୯ର ଡିମ୍ବାଣୁ ସମଗ୍ର ବିଶ୍ବରେ ବିଭିନ୍ନ ସ୍ଥାନକୁ ପ୍ରେରଣ କରାଯିବ ବୋଲି ଜଣାପଡିଛି। ସମଗ୍ର ବିଶ୍ବରେ ଏହି ପ୍ରଜାତିର ଗାଈ ସଂଖ୍ୟା ବୃଦ୍ଧି କରିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି।

ଅଧିକ ପଢ଼ନ୍ତୁ: ଉଡ଼ାଣ ବେଳେ ବିମାନରେ ଲାଗିଗଲା ନିଆଁ; ତା’ପରେ...

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ