Advertisment

Stock Market Crashed: ସେୟାର ମାର୍କେଟ୍ ରକ୍ତପାତ; ଚିନ୍ତାରେ ନିବେଶକ, କଣ କହୁଛନ୍ତି ବିଶେଷଜ୍ଞ ? ଜାଣନ୍ତୁ...

କିଏ କହୁଛି ବ୍ଲାକ୍ ମଣ୍ଡେ ଟୁ ପଏଣ୍ଟ୍ ଓ ପୁଣି କିଏ କହୁଛି ଦଲାଲ୍ ଷ୍ଟ୍ରିଟ୍ ବ୍ଲଡ୍ ବାଥ୍  । ୧୦ ସେକେଣ୍ଡ୍ ଭିତରେ ନିବେଶକଙ୍କ ୨୦ ଲକ୍ଷ କୋଟି ସ୍ବାହା । ଖାଲି ଭାରତ ନୁହେଁ, ସାରା ବିଶ୍ବ ବଜାରରେ ହାହାକାର ।

 Indian Stock Market Crashed

Indian Stock Market Crashed

Advertisment

ଖୋଲୁଖୋଲୁ ୩ ହଜାରରୁ ଅଧିକ ପଏଣ୍ଟ ହ୍ରାସ ପାଇଥିବା ବେଳେ, ନିଫ୍ଟି-୫୦ ଇଣ୍ଡେକ୍ସ ୧୧ ଶହ ପଏଣ୍ଟ ହ୍ରାସ ପାଇଥିଲା। ତେବେ ଦ୍ରୁତ ହ୍ରାସ ପରେ କାରବାର ଶେଷ ହେବା ବେଳକୁ ବଜାର ସାମାନ୍ୟ ସୁଧୁରିଛି। ସେନସେକ୍ସ ୨.୯୫ ପ୍ରତିଶତ ଖସି ପ୍ରାୟ ୭୩ ହଜାର ପଏଣ୍ଟରେ ଏବଂ ନିଫ୍ଟି ୩.୨୪ ପ୍ରତିଶତ ଖସି ପ୍ରାୟ ୨୨ହଜାର ପଏଣ୍ଟରେ କ୍ଲୋଜ୍ ହୋଇଛି ।

Advertisment

କିଏ କହୁଛି ବ୍ଲାକ୍ ମଣ୍ଡେ ଟୁ ପଏଣ୍ଟ୍ ଓ ପୁଣି କିଏ କହୁଛି ଦଲାଲ୍ ଷ୍ଟ୍ରିଟ୍ ବ୍ଲଡ୍ ବାଥ୍  । ୧୦ ସେକେଣ୍ଡ୍ ଭିତରେ ନିବେଶକଙ୍କ ୨୦ ଲକ୍ଷ କୋଟି ସ୍ବାହା । ଖାଲି ଭାରତ ନୁହେଁ, ସାରା ବିଶ୍ବ ବଜାରରେ ହାହାକାର । ଆଜି ଆରମ୍ଭରୁ କ୍ରାଶ୍ କରିଥିଲା ଭାରତୀୟ ସେୟାର୍ ମାର୍କେଟ୍। ବଜାର ଖୋଲୁ ଖୋଲୁ ସେନସେକ୍ସ ଧଡ଼୍ କରି ଖସିଥିଲା ୩ହଜାରରୁ ଅଧିକ ପଏଣ୍ଟ୍, ଆଉ ନିଫ୍ଟି ୧୧ଶହ ପଏଣ୍ଟ। ଯେଉଁ ଝଡ଼କୁ ଡର ଥିଲା, ସେଇ ଝଡ଼ ହିଁ ତାଣ୍ଡବ ରଚିଲା ସେୟାର ବଜାରରେ। ଟ୍ରମ୍ପଙ୍କ ଟାରିଫ୍ ମାଡ଼ ଭୟରେ ଏସୀୟ ଇକ୍ବିଟି ଗୁଡ଼ିକ ଅଧିକ ଖସିବା ଆଗରୁ ପାନିକ୍-ସେଲ୍ କଲେ ନିବେଶକ।ଯାହାର ସିଧା ପ୍ରଭାବ ପଡ଼ିଲା ଏସିଆ ମାର୍କେଟ ଉପରେ। ହଂକଂର ହାଙ୍ଗ୍ ସେଙ୍ଗ୍ ଇଣ୍ଡେକ୍ସ ୧୦ ପ୍ରତିଶତରୁ ଅଧିକ ଖସିଥିବା ବେଳେ, ତାଇୱାନର ୧୦ ପ୍ରତିଶତ, ସିଙ୍ଗାପୁରର ୮ ପ୍ରତିଶତ, ଜାପାନର ନିକ୍କେଇ ଇଣ୍ଡେକ୍ସ ୭ ପ୍ରତିଶତ, ଦକ୍ଷିଣ କୋରିଆର କୋସ୍ପି ଇଣ୍ଡେକ୍ସ ୫ ପ୍ରତିଶତ, ଅଷ୍ଟ୍ରେଲିଆର ଇଣ୍ଡେକ୍ସ ୬ ପ୍ରତିଶତରୁ ଅଧିକ ହ୍ରାସ ପାଇଛି। 

ଅଧିକ ପଢ଼ନ୍ତୁ: ସେୟାର ବଜାରରେ ଭୂକମ୍ପ, ୧୦ ସେକେଣ୍ଡରେ ଉଡ଼ିଗଲା ୧୯ ଲକ୍ଷ କୋଟି

ବିଶ୍ବ ବଜାର କଥା ଦେଖିଲେ ପ୍ରାୟ ସବୁ ଦେଶରେ ମାର୍କେଟ୍ ୩ ରୁ ୧୦ ପ୍ରତିଶତ ଖସିଛି। ୟୁରୋପୀୟ ଦେଶ ଭିତରେ ଜର୍ମାନୀରେ ୧୦ ପ୍ରତିଶତ, ଫ୍ରାନ୍ସରେ ୪ ପ୍ରତିଶତ ଓ ଲଣ୍ଡନରେ ୬ ପ୍ରତିଶତ ମାର୍କେଟ୍ ଖସିଛି। ଆମେରିକା ବଜାର ବି ୫ ଟ୍ରିଲିୟନ ଡଲାରରୁ ଅଧିକ କ୍ଷତି ସହିଛି। ୨୦୨୪ ଲୋକସଭା ନିର୍ବାଚନ ରେଜଲ୍ଟ ଘୋଷଣା ଦିନ ଖସିଥିବା ଭାରତୀୟ ବଜାର,  ବିଗତ ୧୦ ମାସ ଭିତରେ ସବୁଠୁ ଖରାପ ସ୍ଥିତିରେ ପହଞ୍ଚିଛି। ଲାର୍ଜକ୍ୟାପ୍ ଭଳି ମିଡ୍ ଓ ସ୍ମଲ୍ କ୍ୟାପ୍ ସେୟାରର ବି ହାଲତ୍ ଖରାପ ରହିଛି। ଭାରତର ୪ ବଡ଼ ବିଲିୟନେଆର୍ ମୁକେଶ ଅମ୍ବାନୀ, ଗୌତମ ଆଦାନୀ, ସାବିତ୍ରୀ ଜିନ୍ଦଲ ଓ ଶିବ ନାଦାରଙ୍କ ମୋଟ୍ ସଂପତ୍ତି ୧୦ ବିଲିୟନ ଡଲାର୍ କମିଯାଇଛି।

Advertisment

୧୯୮୭ ମସିହା ଅକ୍ଟୋବର ୧୯ରେ ଆମେରିକାର ସେୟାର ବଜାର ଦେଖିଥିଲା କଳା ସୋମବାର । ଡାଓ ଜୋନ୍ସ ୨୨ ପ୍ରତିଶତ ହ୍ରାସ ପାଇବା ପରେ ବ୍ଲାକ୍ ମଣ୍ଡେ ଭାବେ ଏହା ଛାପ ଛାଡ଼ିଗଲା ସେୟାର ମାର୍କେଟ୍ ଇତିହାସରେ। ତେବେ ଆଜି ଦିନକୁ ମଧ୍ୟ ଦ୍ବିତୀୟ କଳା ସୋମବାର ବା ବ୍ଲାକ୍ ମଣ୍ଡେ ଟୁ ପଏଣ୍ଟ୍ ଓ ବୋଲି କହୁଛନ୍ତି ବଜାର ବିଶେଷଜ୍ଞ। କିନ୍ତୁ ଆଜି ଏଭଳି ସେୟାର ମାର୍କେଟରେ ଅଚାନକ ସିଭିୟର କ୍ରାଶ୍ ପଛର କାରଣ କଣ ? ବିଶେଷଜ୍ଞଙ୍କ ମତରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ୍ ୱାର୍ ହିଁ ସବୁ ନାଟର ଗୋବର୍ଦ୍ଧନ। ଯେସାକୁ ତେସା ନୀତିରେ ସେ ୧୮୦ ଦେଶ ଉପରେ ମାତ୍ରାଧିକ ଆମଦାନୀ ଶୁଳ୍କ ଘୋଷଣା କରିବା ପରେ ମାନ୍ଦା ଚାଲିଥିଲା ବଜାର। ହେଲେ ଏବେ ଚୀନ ଓ ଅନ୍ୟ କେତେକ ଦେଶ ମଧ୍ୟ ଆମେରିକା ଉପରେ ଜବାବୀ ପଦକ୍ଷେପ ଭାବେ ଶୁଳ୍କକୁ ଆହୁରି ବଢ଼ାଇ ଦେଇଛନ୍ତି। ଏହାର ପ୍ରଭାବରେ ପୁରା ବିଶ୍ବ ବଜାର ଧରାଶାୟୀ ହୋଇପଡ଼ିଛି। ଶୁଳ୍କ ବୃଦ୍ଧି ଫଳରେ ବିଶ୍ବ ବାଣିଜ୍ୟ ସଂକୁଚିତ ହେବ ଏବଂ ଆମେରିକା ସହିତ ବିଶ୍ବ ଅର୍ଥନୀତି ମାନ୍ଦାବସ୍ଥା ମଧ୍ୟକୁ ଚାଲିଯିବ ବୋଲି ଅର୍ଥନୀତିଜ୍ଞମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି। ସେପଟେ ବଜାର ଖସିବା ପ୍ରସଙ୍ଗରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି କିଛି ଜିନିଷ ଫିକ୍ସ କରିବାକୁ ହେଲେ ମେଡିସିନ୍ ଆବଶ୍ୟକ। ମୁଁ ବଜାର ଖସୁ ବୋଲି ଚାହୁଁନାହିଁ ।

ଆଜିର ରକ୍ତପାତ ପରେ ଚିନ୍ତାରେ ନିବେଶକ । କଣ କରିବେ, କଣ ନକରିବେ ? କେଉଁ ଦିଗରେ ମୁହାଁଉଛି ମାର୍କେଟ୍ ? ତେବେ ବିଶେଷଜ୍ଞଙ୍କ ମତରେ, ଏବେ ଆତଙ୍କିତ ନ ହୋଇ ହାତେ ମାପି ଚାଖଣ୍ଡେ ଚାଲିବାର ବେଳ। ନିବେଶକଙ୍କୁ ପ୍ୟାନିକ୍ ସେଲ୍ ନକଲେ ମଧ୍ୟ, ବଜାର ଆଗକୁ ବି ଅସ୍ଥିର ରହିବାର ଆଶଙ୍କା ଥିବାରୁ ଲମ୍ପସମ୍ ନିବେଶ ନକରିବାକୁ ପରାମର୍ଶ ଦେଇଛନ୍ତି। ନିକଟ ଭବିଷ୍ୟତରେ ବଜାର ସୁଧୁରିବାର ସେଭଳି ଆଶା ନଥିବା ବେଳେ, ଆଗାମୀ ୬ ମାସ ଭିତରେ ଏନେଇ କିଛି ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିପାରେ ବୋଲି ଅନୁମାନ କରାଯାଉଛି ।

Advertisment

ଅଧିକ ପଢ଼ନ୍ତୁ: ଭାରତର ଏହି ପ୍ରଥମ ଭର୍ଟିକାଲ୍ ଲିଫ୍ଟ ସି-ବ୍ରିଜ୍, ଉପରେ ଯିବ ହାଇସ୍ପିଡ୍ ଟ୍ରେନ୍, ତଳେ ଯିବ ଜାହାଜ

Sensex Stock Market
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ