Advertisment

ବଜେଟରେ ବଡ଼ ଘୋଷଣା: ୩୫ ହଜାରରୁ ଅଧିକ ଶିକ୍ଷକଙ୍କୁ ମିଳିବ ନିଯୁକ୍ତି, ପ୍ରତିଷ୍ଠା ହେବ ନୂଆ ଏୟାରପୋର୍ଟ...

କେନ୍ଦ୍ର ବଜେଟ୍‌ ଉପସ୍ଥାପନା ବେଳେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅନେକ ବଡ଼ ଘୋଷଣା କରିଛନ୍ତି। ବଜେଟରେ ରେଳ ପାଇଁ ୨.୪୦ ଲକ୍ଷ କୋଟି ଟଙ୍କା ଘୋଷଣା କରାଯାଇଥିବା ବେଳେ ଏକଲବ୍ୟ ସ୍କୁଲ୍‌ ପାଇଁ ୩୮, ୮୦୦ ନୂଆ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବା ନେଇ ଘୋଷଣା ହୋଇଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Parliament Budget Session 2023

Union Budget 2023

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଲୋକସଭାରେ କେନ୍ଦ୍ର ବଜେଟ୍‌(Union Budget) ଉପସ୍ଥାପନା କରିଛନ୍ତି। ଏହି ଅବସରରେ ସେ ଅନେକ କିଛି ବଡ଼ ଘୋଷଣା କରାଯାଇଛି। ବଜେଟରେ ରେଳ ପାଇଁ ୨.୪୦ ଲକ୍ଷ କୋଟି ଟଙ୍କା ଘୋଷଣା କରାଯାଇଥିବା ବେଳେ ଏକଲବ୍ୟ ସ୍କୁଲ୍‌ ପାଇଁ ୩୮, ୮୦୦ ନୂଆ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି।

Advertisment

ନିର୍ମଳାଙ୍କ ବଜେଟ୍‌ ଉପସ୍ଥାପନ(Budget Highlights)...

  • ସହରାଞ୍ଚଳ ବିକାଶ ପାଇଁ ଅର୍ବାନ୍ ଇନ୍‌ଫ୍ରା ଫଣ୍ଡ୍‌ ଘୋଷଣା
  • ଅର୍ବାନ୍ ଇନ୍‌ଫ୍ରା ଫଣ୍ଡ୍‌ ପାଇଁ ୧୦ ହଜାର କୋଟିର ବ୍ୟବସ୍ଥା
  • ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ପାଇଁ ୩ଟି ସେଣ୍ଟର ଅଫ୍ ଏକ୍ସଲେନ୍ସ ପ୍ରତିଷ୍ଠା ହେବ
  • ଆକାଂକ୍ଷୀ ଜିଲ୍ଲା ଭଳି ୫୦୦ ବ୍ଲକ ହେବ ଆକାଂକ୍ଷୀ ବ୍ଲକ

Live Updates: ୫୦ଟି ପ୍ରମୁଖ ପର୍ଯ୍ୟଟନ କ୍ଷେତ୍ରର ବିକାଶ

  • ପ୍ରଧାନମନ୍ତ୍ରୀ ଅବଲୁପ୍ତପ୍ରାୟ ଜନଜାତି ଉନ୍ନୟନ ମିଶନ ଆରମ୍ଭ ହେବ
  • ମିଶନ ପାଇଁ ୩ ବର୍ଷରେ ଖର୍ଚ୍ଚ ହେବ ୧୫ ହଜାର କୋଟି ଟଙ୍କା
  • ଏକଲବ୍ୟ ସ୍କୁଲ୍‌ ପାଇଁ ୩୮, ୮୦୦ ନୂଆ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ
  • ୫୦ଟି ନୂଆ ଏୟାରପୋର୍ଟ, ହେଲି ପୋର୍ଟ ପ୍ରତିଷ୍ଠା କରାଯିବ
  • KYC ବ୍ୟବସ୍ଥାକୁ ଅଧିକ ସରଳୀକରଣ କରାଯିବ
  • ଫେଜ୍ ୩ ଇ-କୋର୍ଟ ବ୍ୟବସ୍ଥା ପାଇଁ ବଜେଟରେ ୭ ହଜାର କୋଟି
  • 5Gର ବିକାଶ ପାଇଁ ଇଂଜିନିୟରିଂ ଇନଷ୍ଟିଚ୍ୟୁଟରେ ୧୦୦ ଲ୍ୟାବ୍ ହେବ
Advertisment

ଅଧିକ ପଢ଼ନ୍ତୁ: ବଜେଟ୍ କ’ଣ; ଏହା କିପରି ଆପଣଙ୍କୁ ସହଯୋଗ କରିବ…

Nirmala Sitharaman Union Budget Budget Session
Advertisment
Advertisment