/odishatv-khabar/media/post_attachments/uploadimage/library/16_9/16_9_0/s_1675230925.jpg)
Union Budget 2023: Free Anna Yojana For One Year
କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଲୋକସଭାରେ କେନ୍ଦ୍ର ବଜେଟ୍(Union Budget) ଉପସ୍ଥାପନା କରିଛନ୍ତି। ଏହି ଅବସରରେ ସେ ସରକାରଙ୍କ ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଛନ୍ତି। ସେ କହିଛନ୍ତି, ମହାମାରୀକୁ ସଫଳ ଏବଂ ଦୃଢ଼ତାର ସହ ମୁକାବିଲା କରାଯାଇଛି। ସାରା ଦେଶରେ ଟିକାକରଣ ପ୍ରୋଆକ୍ଟିଭ ମୋଡ୍ରେ କରାଯାଇଛି। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ମାଗଣା ରାସନ ଦିଆଯାଉଛି ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ସୂଚନା ଦେଇଛନ୍ତି।
Advertisment
Live Updates: ମୋବାଇଲ ଉପକରଣ ଏବଂ ପୋଷାକରୁ ଟିକସ ହ୍ରାସ
ନିର୍ମଳାଙ୍କ ବଜେଟ୍ ଉପସ୍ଥାପନ(Budget Highlights)...
- ମୁଣ୍ଡପିଛା ଆୟ ଦ୍ୱିଗୁଣିତ ହୋଇ ୧.୯୭ ଲକ୍ଷରେ ପହଞ୍ଚି ପାରିଛି
- ସାରା ବିଶ୍ୱରେ ଭାରତ ପଞ୍ଚମ ବୃହତ୍ତମ ଅର୍ଥନୀତି ହୋଇପାରିଛି
- ୧୨୦ କୋଟି ଲୋକଙ୍କୁ ୨୨୦ କୋଟି ଡୋଜ୍ ଟିକା ଦିଆଯାଇଛି। ୯.୬ କୋଟି ଏଲ୍ପିଜି କନେକ୍ସନ ଦିଆଯାଇଛି।
- ୯.୬ କୋଟି ଏଲ୍ପିଜି କନେକ୍ସନ ଦିଆଯାଇଛି
- ୪୭ କୋଟି ପ୍ରଧାନମନ୍ତ୍ରୀ ଜନଧନ ଆକାଉଣ୍ଟ ଖୋଲା ଯାଇଛି
- ଚାଷୀ, ମହିଳା, ଓବିସି, SC/ST, ବଞ୍ଚିତ ସମସ୍ତଙ୍କ ବିକାଶ ପାଇଁ ବଜେଟ
ଅଧିକ ପଢ଼ନ୍ତୁ: ବଜେଟ୍ କ’ଣ; ଏହା କିପରି ଆପଣଙ୍କୁ ସହଯୋଗ କରିବ…
- ଆଉ ବର୍ଷେ ଯାଏ ମାଗଣା ଅନ୍ନ ଯୋଜନା
- ଶ୍ରୀଅନ୍ନ ଉତ୍ପାଦନ କ୍ଷେତ୍ରରେ ଭାରତ ନଂ୧, ରପ୍ତାନୀରେ ୨
- ମିଲେଟକୁ ପ୍ରୋତ୍ସାହନ ପାଇଁ ଆରମ୍ଭ ହେବ 'ଶ୍ରୀଅନ୍ନ'
- ମତ୍ସ୍ୟଚାଷକୁ ଅଧିକ ପ୍ରୋତ୍ସାହନ ପାଇଁ ୬ ହଜାର କୋଟି ବ୍ୟବସ୍ଥା ହୋଇଛି
- ୧୫୭ ମେଡିକାଲ କଲେଜରେ ୧୫୭ ନର୍ସିଂ କଲେଜ ସ୍ଥାପନ ହେବ
- ଶିକ୍ଷକମାନଙ୍କୁ ଗୁଣାତ୍ମକ ଶିକ୍ଷା ନେଇ ଟ୍ରେନିଂ ଦିଆଯିବ
- ଶିଶୁ ଓ କିଶୋରମାନଙ୍କ ପାଇଁ ନ୍ୟାସନାଲ ଡିଜିଟାଲ ଲାଇବ୍ରେରୀ ହେବ
- ଆଗ୍ରି ଷ୍ଟାର୍ଟଅପ୍ ପ୍ରୋତ୍ସାହନ ପାଇଁ ଆଗ୍ରି ଆକ୍ସିଲେରେଟର ଫଣ୍ଡ ବ୍ୟବସ୍ଥା
- ଆତ୍ମନିର୍ଭର କ୍ଲିନ ପ୍ଲାଣ୍ଟ ପ୍ରୋଗ୍ରାମ ଆରମ୍ଭ ନେଇ ଅର୍ଥମନ୍ତ୍ରୀଙ୍କ ଘୋଷଣା
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)