• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ପରିବେଶକୁ ଗ୍ରୀନ୍‌ ଆଉ କ୍ଲିନ୍‌ ରଖିବା ପାଇଁ ଆଗାମୀ ଦିନରେ ଇଲେକ୍ଟ୍ରିକ୍‌ ଚାଳିତ ଯାନବାହାନ ଉପରେ ବେଶ୍‌ ଗୁରୁତ୍ୱ ଦେଉଛନ୍ତି ସରକାର । ପୂର୍ବରୁ ଇ-ସ୍କୁଟର୍‌ ଲଞ୍ଚ ହୋଇଥିବା ବେଳେ ଏବେ ଇ-ବାଇକ୍‌ ବଜାରରେ ଲଞ୍ଚ ହେବାକୁ ଯାଉଛି । ଉନ୍ନତ ଟେକ୍ନୋଲୋଜି ସହ ଗ୍ରାହକଙ୍କ ଚାହିଦାକୁ ନଜରରେ ରଖି ଇଲେକ୍ଟ୍ରିକ ବାଇକ୍‌ ମାର୍କେଟ୍‌ରେ ଲଞ୍ଚ ହେଉଛି ।

ଇ-ବାଇକ୍‌ Ultraviolette F77 ଖୁବଶୀଘ୍ର ବଜାରରେ ଉପଲବ୍ଧ ହେବ । କମ୍ପାନୀ ପକ୍ଷରୁ ଏହାର ବୁକିଂ ମଧ୍ୟ ଆରମ୍ଭ ହୋଇଯାଇଛି । ଗତକାଲି ଏହି ବାଇକ୍‌ ଲଞ୍ଚ କରାଯାଇଛି । ଦେଶରେ ଇ-ବାଇକ୍‌ର ଚାହିଦା ବଢ଼ୁଥିବା ବେଳେ ଏହି ବାଇକ୍‌ ଗ୍ରାହକଙ୍କ ଦୃଷ୍ଟି ଆକର୍ଷଣ କରିଛି । ଏହି ବାଇକ୍‌ର ବୁକିଂ ମଧ୍ୟ ଆରମ୍ଭ ହୋଇଯାଇଛି । ୧୦ ହଜାର ଟଙ୍କା ଦେଇ ଆପଣ ବାଇକ୍‌ ବୁକିଂ କରିପାରିବେ । ଏହାର ମୂଳ ଭାରିଆଣ୍ଟର ଏକ୍ସ ସୋ’ ରୁମ୍‌ ମୂଲ୍ୟ ୩.୮୦ ଲକ୍ଷ ରହିଥିବା ବେଳେ ରିକନ୍‌ ମଡେଲ୍‌ର ମୂଲ୍ୟ ୪.୫୫ ଲକ୍ଷ ରହିଛି । ଭାରତୀୟ ବଜାରରେ ଥିବା ଅନ୍ୟ ଇ-ବାଇକ୍‌ କମ୍ପାନୀ ସହ ପ୍ରତିଦ୍ୱନ୍ଦ୍ୱିତା କରିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ।

ଅଧିକ ପଢ଼ନ୍ତୁ: OLAର ଇଲେକ୍ଟ୍ରିକ୍ କାର୍ : ୪ ସେକେଣ୍ଡରେ ୧୦୦ କିମି

ଅଲ୍‌ଟ୍ରାଭାଓଲେଟ୍ F77 ଇଲେକ୍ଟ୍ରିକ୍ ବାଇକ୍ ତିନୋଟି ବିକଳ୍ପରେ ଉପଲବ୍ଧ - ଏୟାରଷ୍ଟ୍ରାଇକ୍, ଲେଜର ଏବଂ ସାଡୋ । ବାଇକ୍‌ର ଦୁଇଟି ମଡେଲ୍‌ରେ ଉପଲବ୍ଧ ହେବ । ଯଥା ରେକନ୍ ଏବଂ ଅରିଜିନାଲ । ଗ୍ରାହକଙ୍କର ଚାହିଦା ସହିତ ମେଳ ଖାଇବା ଭଳି ନିର୍ଦ୍ଦିଷ୍ଟ ବୈଶିଷ୍ଟ୍ୟ ଏବଂ ପାୱାର୍ ଆଉଟପୁଟ୍ ରହିଛି ।

ମୂଳ ଭାରିଆଣ୍ଟରେ ଆପଣ ଏକ 27kW ମୋଟର ପାଇପାରିବେ, ଯେଉଁଥିରେ 7.1kWh ବ୍ୟାଟେରୀ ପ୍ୟାକ୍ ରହିଛି । ଏହାର ଥରକେ ୨୦୬ କିଲୋମିଟର ରାସ୍ତା ଅତିକ୍ରମ କରିବ । ଅନ୍ୟ ଭାରିଆଣ୍ଟରେ 10.5 kWh ବ୍ୟାଟେରୀ ପ୍ୟାକ୍ ରହିଛି । ଯାହା ୩୦୭ କିଲୋମିଟର ରାସ୍ତା ଅତିକ୍ରମ କରିବ ବୋଲି କମ୍ପାନୀ ଦାବି କରିଛି । କମ୍ପାନୀର କହିବା ଅନୁଯାୟୀ, ଅଲଟ୍ରାଭାଇଓଲେଟ୍ F77 ହେଉଛି ଦେଶର ଦ୍ରୁତତମ ଇ-ବାଇକ୍, ଯାହା ଘଣ୍ଟା ପ୍ରତି ୧୫୦ କିଲୋମିଟର ବେଗରେ ଗତି କରିବ ।

ଏହି ବାଇକ୍‌ର ଲୁକ୍‌ ସମ୍ପୂର୍ଣ୍ଣ ଭାବରେ ସ୍ପୋର୍ଟ୍ସ ବାଇକ୍‌ ଭଲି ରହିଛି । ଆଗ ଏବଂ ପଛ ଡିସ୍କ ବ୍ରେକ୍ ମଧ୍ୟ ରହିଛି । ଏହି ପ୍ରିମିୟମ୍ ବାଇକ୍‌ରେ DRL ଷ୍ଟ୍ରିପ୍ ସହିତ ଏଲଇଡି ହେଡଲାଇଟ୍ ଏବଂ ଟେଲ୍ ଲ୍ୟାମ୍ପ ମଧ୍ୟ ରହିଛି ।