• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଆପଣ ଆଜି ଯାଏଁ ମାର୍କେଟରୁ EMI ଜରିଆରେ ବିଭିନ୍ନ ଜିନିଷ କିଣିଥିବେ । ଘରକୁ ଫ୍ରିଜ୍‌, ଟିଭି ଓ ଏସି ପରି ଅନେକ ସାମଗ୍ରୀ ଆଣିଥିବେ । ହେଲେ ଘରକୁ କେବେ EMIରେ କୌଣସି ଖାଦ୍ୟ ଜିନିଷ ଆଣିଛନ୍ତି କି ? ତାହାପୁଣି ଫଳ, ହଁ ଆଜ୍ଞା ବର୍ତ୍ତମାନ ବଜାରରେ ଆମ୍ବ EMIରେ ମିଳୁଛି ।

ଆଜି ଆମେ ଆପଣଙ୍କୁ ଏମିତି ଜଣେ ବ୍ୟବସାୟୀଙ୍କ ବିଷୟରେ କହିବାକୁ ଯାଉଛୁ ଯିଏକି EMIରେ ଆମ୍ବ ବିକ୍ରି କରୁଛନ୍ତି । ବଜାରରେ ଆମ୍ୱର ଦାମ୍‌ ଅଧିକ ଥିବାରୁ ଗ୍ରାହକଙ୍କୁ EMIରେ ଆମ୍ବ ଯୋଗାଇଦେଉଛନ୍ତି ବ୍ୟବସାୟୀ ।

ପୁଣେର ଜଣେ ବ୍ୟବସାୟୀ EMIରେ ଆମ୍ୱ ବିକ୍ରି କରୁଛନ୍ତି । ପ୍ରସିଦ୍ଧ ଆଲଫୋନ୍ସୋ ଆମ୍ବ କିଣିବା ପାଇଁ ଗ୍ରାହକମାନଙ୍କୁ ସହଜ ମାସିକ କିସ୍ତିର ଏକ ଅନନ୍ୟ ସୁବିଧା ଯୋଗାଇ ଦେଇଛନ୍ତି ବ୍ୟବସାୟୀ ଜଣକ । ମହାରାଷ୍ଟ୍ର ଦେଓଗଡ଼ ଏବଂ ରତ୍ନାଗିରିରେ ଆଲଫୋନ୍ସୋ ହାପୁସ୍‌ ନାମକ ଏକ ଆମ୍ବ ବିକ୍ରି କରାଯାଇଥାଏ । ଯାହାକି ସମସ୍ତ ଆମ୍ୱଠାରୁ ସର୍ବୋତ୍ତମ ବୋଲି କୁହାଯାଏ ।

ହେଲେ ଏହି ଆମ୍ୱର ଉତ୍ପାଦନ କମ୍‌ ରହିଥିବାରୁ ତେଣୁ ଆଲଫୋନ୍ସୋକୁ ଚଢ଼ା ଦରରେ ବଜାରରେ ବିକ୍ରି କରାଯାଏ । ଯାହାକି ଜଣେ ସାଧାରଣ ଲୋକ କିଣିବାକୁ ଅସମର୍ଥ ହୋଇଥାଏ ।

ଆଲଫୋନ୍ସୋର କିଲୋ ପ୍ରାୟ ୮୦୦ ଟଙ୍କାରୁ ୧୩୦୦ ଟଙ୍କା ରହିଥାଏ । ତେଣୁ ପୁଣେର ମାନସ ନାମକ ଜଣେ ବ୍ୟବସାୟୀ ସାଧାରଣ ଲୋକ ଓ ଗରିବଙ୍କ ପାଇଁ EMIର ବ୍ୟବସ୍ଥା କରିଛନ୍ତି । ଯାହାଦ୍ୱାରା ସାଧାରଣ ଲୋକମାନେ ଏହି ଆମ୍ବକୁ ସହଜରେ କିଣି ପାରିବେ ।

ମାନସଙ୍କ ଏହି ଆମ୍ୱ ବିକ୍ରିକୁ ନେଇ ଚର୍ଚ୍ଚା ହେବା ପରେ ସେ ପ୍ରତିକ୍ରିୟା ରଖିଛନ୍ତି । ମାନସ କହିଛନ୍ତି, ଯଦି ଫ୍ରିଜ୍‌, ଟିଭି ପରି ସାମଗ୍ରୀକୁ ଆମେ EMIରେ କିଣିପାରୁଛୁ ତେବେ ଆମ୍ୱ କାହିଁକି କିଣିପାରିବା ନାହିଁ । EMIର ବ୍ୟବସ୍ଥା ଦ୍ୱାରା ସମସ୍ତେ ଆମ୍ୱ ପାଇପାରିବେ । କେବଳ ଏଥିପାଇଁ କ୍ରେଡିଟ୍‌ କାର୍ଡର ଆବଶ୍ୟକତା ରହିଛି । ୩ରୁ ୬ କିମ୍ୱା ୧୨ ମାସ ମଧ୍ୟରେ କିସ୍ତି ସୁଝିପାରିବେ ବୋଲି ସେ କହିଛନ୍ତି ।