Advertisment

Highest Paid CEO: ସର୍ବାଧିକ ବେତନ ପାଉଥିବା ୧୦ ସିଇଓ

କୌଣସି କମ୍ପାନୀର ସଫଳତା ବା ବିଫଳତା ଏହାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(ସିଇଓ)ଙ୍କ ଉପରେ ନିର୍ଭର କରିଥାଏ। ତେଣୁ ସିଇଓ ମାନେ ହିଁ ସବୁଠାରୁ ଅଧିକ ଦରମା ହାସଲ କରିଥାନ୍ତି। ସେମାନେ କେବଳ ନିଜ କମ୍ପାନୀର ନୁହନ୍ତି ବରଂ ଏହାର ସମ୍ପୂର୍ଣ୍ଣ ଅର୍ଥନୀତିର ଭାର ନିଜ କାନ୍ଧରେ ବୋହିଥାନ୍ତି। ଏମାନଙ୍କର ଗୋଟିଏ ନିଷ୍ପତ୍ତି ସମଗ୍ର କମ୍ପାନୀର ଭବିଷ୍ୟତ ବଦଳାଇବାର କ୍ଷମତା ରଖିଥାଏ।

ଅଦ୍ୟତନ ହୋଇଛି
Highest Paid Ceo

Ceo

Advertisment

କୌଣସି କମ୍ପାନୀର ସଫଳତା ବା ବିଫଳତା ଏହାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(ସିଇଓ)ଙ୍କ ଉପରେ ନିର୍ଭର କରିଥାଏ। ତେଣୁ ସିଇଓ ମାନେ ହିଁ ସବୁଠାରୁ ଅଧିକ ଦରମା ହାସଲ କରିଥାନ୍ତି। ସେମାନେ କେବଳ ନିଜ କମ୍ପାନୀର ନୁହନ୍ତି ବରଂ ଏହାର ସମ୍ପୂର୍ଣ୍ଣ ଅର୍ଥନୀତିର ଭାର ନିଜ କାନ୍ଧରେ ବୋହିଥାନ୍ତି। ଏମାନଙ୍କର ଗୋଟିଏ ନିଷ୍ପତ୍ତି ସମଗ୍ର କମ୍ପାନୀର ଭବିଷ୍ୟତ ବଦଳାଇବାର କ୍ଷମତା ରଖିଥାଏ।

Advertisment

କେବଳ ବ୍ୟବସାୟ ନୁହେଁ ସିଇଓ ମାନଙ୍କୁ ଦୂରଦର୍ଶୀ ହେବାକୁ ପଡିଥାଏ। ଏହା ସହିତ ସେମାନଙ୍କୁ ଦୂରଦର୍ଶିତା ଓ ନେତୃତ୍ବ ନେବାର ଦକ୍ଷତା ପ୍ରତିପାଦନ କରିବାକୁ ପଡିଥାଏ। କମ୍ପାନୀର ସମସ୍ତଙ୍କ ବେତନ ମଧ୍ୟ ସିଇଓଙ୍କ ଉଦ୍ୟମରୁ ମିଳିଥାଏ। ବିଶ୍ବରେ ଅନେକ କମ୍ପାନୀ ଏମିତି ରହିଛନ୍ତି ଯେଉଁମାନେ ନିଜର ସିଇଓଙ୍କୁ ଅପର୍ଯ୍ୟାପ୍ତ ଅର୍ଥ ପ୍ରଦାନ କରିଥାନ୍ତି।

ଏହି ତାଲିକାର ପ୍ରଥମ ସ୍ଥାନରେ ରହିଛି ସ୍ପେଶ ଏକ୍ସ ଓ ଟେସଲା। ଏହାର ସିଇଓ ଏଲନ ମସ୍କ ବିଶ୍ବର ସର୍ବାଧିକ ବେତନ ପ୍ରାପ୍ତ ସିଇଓ ରହିଛନ୍ତି। ଟେସଲା ସିଇଓ ମସ୍କ ୨୩.୫ ବିଲିୟନ ଡଲାରର ବେତନ ଗ୍ରହଣ କରିଥାନ୍ତି। ତାଲିକାର ଦ୍ବିତୀୟ ସ୍ଥାନରେ ରହିଛନ୍ତି ଆପଲ ସିଇଓ ଟିମ କୁକ। ସେ ବାର୍ଷକ ୭୭୦.୫ ମିଲିୟନ ଡଲାରର ବେତନ ଗ୍ରହଣ କରିଥାନ୍ତି।

Advertisment

ଗୁଗଲର ମୂଳ କମ୍ପାନୀ ଆଲ୍ଫାବେଟର ସିଇଓ ସୁନ୍ଦର ପିଚାଇ ୨୮୦ ମିଲିୟନର ଦରମା ସହ ଦଶମ ସ୍ଥାନରେ ଅଛନ୍ତି। ସେହିପରି ଏନଭିଡିଆ ସିଇଓ ଜେନସେନ ହୁଆଙ୍ଗ ୫୬୧ ମିଲିୟନ ଡଲାରର ଦରମା ସହ ତୃତୀୟ ସ୍ଥାନରେ ରହିଛନ୍ତି। ତାଲିକାର ଚତୁର୍ଥ ସ୍ଥାନରେ ଅଛନ୍ତି ରିଡ ହେଷ୍ଟିଙ୍ଗ୍ସ। ସେ ୪୫୩.୫ ମିଲିୟନର ବାର୍ଷିକ ବେତନ ସହିତ ଚତୁର୍ଥ ସ୍ଥାନରେ ଅଛନ୍ତି। ରେ ଜେନେରନ ଫାର୍ମସ୍ୟୁଟିକାଲର ସିଇଓ ଲିଓନାର୍ଡ ସ୍କି‍ଫଲ୍ଡର ୪୫.୯ ମିଲିୟନର ବେତନ ସହ ପଞ୍ଚମ ସ୍ଥାନରେ ରହଛନ୍ତି। ସେଲ୍ସଫୋର୍ସ ସିଇଓ ମାର୍କ ବେନିଓଫ ୪୩୯.୪ ମିଲିୟନ ଡଲାର ସହିତ ଷଷ୍ଠ ସ୍ଥାନରେ ଅଛନ୍ତି।

ଅନ୍ୟତମ ଭାରତୀୟ ତଥା ମାଇକ୍ରୋସଫ୍ଟ ସିଇଓ ସତ୍ୟ ନାଡେଲା ୩୦୯.୪ ମିଲିୟନ ଡଲାରର ବେତନ ସହ ସପ୍ତମ ସ୍ଥାନରେ ଅଛନ୍ତି। ରବର୍ଟ ଏ କଟିକ ଓ ହକ ଏ ଟାନ ଯଥାକ୍ରମେ ଅଷ୍ଟମ ଓ ନବମ ସ୍ଥାନରେ ଅଛନ୍ତି। ଆକ୍ଟିଭିଜନ ବିଜାର୍ଡ ସିଇଓ ରବର୍ଟ ୨୯୬.୭ ମିଲିୟନ ଓ ବ୍ରୋଡାକମ ସିଇଓ ହକ ଏ ଟାନ ୨୮୮ ମିଲିୟନ ଡଲାର ବେତନ ପାଉଛନ୍ତି।

Advertisment
Elon Musk Sundar Pichai
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ