Advertisment

Gold Price Fluctuations in Bhubaneswar: ସୁନା ମୂଲ୍ୟରେ ହେଲା ବଡ଼ ପରିବର୍ତ୍ତନ; ଜାଣନ୍ତୁ ଦର...

ଗତକାଲି କଟକରେ ୨୪ କ୍ୟାରେଟ୍ ସୁନା  ୧୦ ଗ୍ରାମକୁ ୯୫,୭୧୦ ଟଙ୍କା ରହିଥିଲା । ଆଜି କଟକରେ ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୨୭୩୦ ଟଙ୍କା ବୃଦ୍ଧି ପାଇ ୯୮,୪୬୦ ଟଙ୍କା ରହିଛି ।

ଅଦ୍ୟତନ ହୋଇଛି
undefined

Gold Price Today

Advertisment

ଆକାଶ ଛୁଆଁ ସୁନା ଦର । ଗହଣା ଦୋକାନ ଯିବାକୁ ଡରୁଛନ୍ତି ଗ୍ରାହକ । ଯଦିଓ କିଛି ଦିନ ହେଲା ସୁନା ଦରରେ ହ୍ରାସ ହୋଇଛି ତଥାପି ୧୦ ଗ୍ରାମ୍ ପିଛା ମୂଲ୍ୟ ୯୫ ହଜାରରୁ ଊର୍ଦ୍ଧ୍ୱ ରହିଛି । ତେବେ ଆଜି ସୁନା ଦରରେ ବଡ଼ ପରିବର୍ତ୍ତନ ହୋଇଛି। ଆଜି ଭୁବନେଶ୍ୱରରେ ୨୪ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୯୮,୪୬୦ ଟଙ୍କା ଏବଂ ୨୨ କ୍ୟାରେଟ୍‌ ସୁନାର ମୂଲ୍ୟ ୧୦ ଗ୍ରାମ ପିଛା ୯୦,୨୫୦ ଟଙ୍କାରେ ବିକ୍ରୟ ହେଉଛି । 

Advertisment

ସେହିପରି ଗତକାଲି କଟକରେ ୨୪ କ୍ୟାରେଟ୍ ସୁନା  ୧୦ ଗ୍ରାମକୁ ୯୫,୭୧୦ ଟଙ୍କା ରହିଥିଲା । ଆଜି କଟକରେ ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୨୭୩୦ ଟଙ୍କା ବୃଦ୍ଧି ପାଇ ୯୮,୪୬୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ୍‌ ସୁନାର ମୂଲ୍ୟ ଆଜି ୧୦ ଗ୍ରାମ ପିଛା ୨୫୦୦ ଟଙ୍କା ବୃଦ୍ଧି ପାଇ ୮୭,୭୫୦ ଟଙ୍କାରୁ ୯୦,୨୫୦ ଟଙ୍କା ହୋଇଛି । ଏବେ ଚାଲିଛି ବିବାହ ଋତୁ । ଏହି ସମୟରେ ୨୨ କ୍ୟାରେଟ୍ ସୁନା ପାଖାପାଖି ୯୦ ହଜାର ରହିବା କାରଣରୁ ମଧ୍ୟବିତ୍ତ ପରିବାରକୁ ଭାରି ବାଧୁଛି । ଗରିବଙ୍କ କଥା ତ ନକହିବା ଭଲ । ବାହାଘରରେ ସୁନା କିଣିବା ଜୀବନଯାକର ସଞ୍ଚିତ ପୁଞ୍ଜି ଲଗାଇବା କରିବା ଭଳି ହେଉଛି । ଖାସ୍ ଏଥିପାଇଁ ବିବାହ, ଜନ୍ମଦିନ ଆଦିରେ ସମ୍ପର୍କୀୟଙ୍କୁ ସୁନା ଗହଣା ଉପହାର ଦେବାକୁ ପଛାଉଛନ୍ତି ଲୋକେ ।

ଅଧିକ ପଢ଼ନ୍ତୁ: ମଧ୍ୟବିତ୍ତଙ୍କ ପାଇଁ ଆସିଲା Alto 800ର ନୂଆ ମଡେଲ: ମାଇଲେଜ୍ ଜାଣିଲେ ଆଉ କିଣିବେନି ଦୁଇ ଚକିଆ

Advertisment

ସଠିକ୍ ଦାମ୍‌ରେ କେମିତି କିଣିବେ ସୁନା...

ସୁନାର ଦାମ୍ ବୃଦ୍ଧି ଓ ହ୍ରାସ ଲାଗି ରହିଥାଏ । ନିୟମିତ ସୁନାର ଦାମ୍ ଚେକ୍ କରନ୍ତୁ ଯାହାଦ୍ୱାରା ଆପଣ ସୁନାର ଦାମ୍ ହ୍ରାସ ବେଳେ ଗହଣା କିଣିପାରିବେ । ସୁନା କିଣିବା ବେଳେ ହଲ୍‌ମାର୍କ ଦେଖି ସୁନା କିଣନ୍ତୁ । ସୁନା କିଣିବା ବେଳେ ମେକିଂ ଚାର୍ଜ ଉପରେ ଧ୍ୟାନ ଦିଅନ୍ତୁ ।

କେମିତି ଜାଣିବେ ସୁନାର ଶୁଦ୍ଧତା ? ଜାଣନ୍ତୁ...

ଯଦି ଆପଣ ସୁନାର ଶୁଦ୍ଧତା ଯାଞ୍ଚ କରିବାକୁ ଚାହୁଁଛନ୍ତି, ତେବେ ଆପଣ ‘BIS Care app’ରେ ଯାଞ୍ଚ କରିପାରିବେ। ସୁନାର ଲାଇସେନ୍ସ ନମ୍ବର, ହଲମାର୍କ କିମ୍ବା ପଞ୍ଜୀକରଣ ସଂଖ୍ୟା ଭୁଲ ଥିଲେ, ଆପଣ ସିଧାସଳଖ ସରକାରଙ୍କ ନିକଟରେ ଅଭିଯୋଗ କରିପାରିବେ। ଅଭିଯୋଗ କରିବା ପରେ ଏହି ପ୍ରସଙ୍ଗରେ କ’ଣ ପଦକ୍ଷେପ ନିଆଯାଇଛି ସେ ସମ୍ବନ୍ଧରେ ମଧ୍ୟ ସୂଚନା ପାଇପାରିବେ ।

Advertisment
Gold Price Gold Price Increased Gold Rate Today Gold Rate
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ