Advertisment

Today Gold Price 9th Dec 2022: ବିବାହ ସିଜିନ୍‌ରେ ବଢିଲା ସୁନାର ଦାମ୍ , ଜାଣନ୍ତୁ ଆଜିର ଦର

ଆନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ପରିବର୍ତ୍ତନ ଦେଖାଦେଇଛି । ଆନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୩ କ୍ୟାରେଟ୍ ସୁନା ଦର ୫୫,୪୦୦ ଟଙ୍କା ରହିଛି

author-image
Pallipuspa Samal
ଅଦ୍ୟତନ ହୋଇଛି
Today Gold Price 20th Dec 2022

gold price today

ବିବାହ ଋତୁ ଆରମ୍ଭ ହୋଇସାରିଛି । ଜୋରସୋରରେ ଗହଣା କିଣା ଚାଲିଛି ।  ଆଜି ସୁନା ଦରରେ ସାମାନ୍ୟ ପରିବର୍ତ୍ତନ ଘଟିଛି । ଗତକାଲି ୧୦ ଗ୍ରାମର ୨୩ କ୍ୟାରେଟ୍ ସୁନା ଦର ୫୫ ହଜାର ୨୫୦ ଟଙ୍କା ରହିଥିବା ବେଳେ ଆଜି ୫୫ ହଜାର ୪୦୦ ଟଙ୍କା ରହିଛି ।

Advertisment

ସେହିପରି ୨୨ କ୍ୟାରେଟ ସୁନାର ମୂଲ୍ୟ ବୃଦ୍ଧି ପାଇଛି । ଆଜି ୧୦ ଗ୍ରାମ ପିଛା ୫୧,୨୦୦ ଟଙ୍କା ରହିଛି । ସେହିଭଳି ୨୦ କ୍ୟାରେଟ୍‌ ସୁନାର ଦର ୪୬ ହଜାର ୩୦୦ ଟଙ୍କା ରହିଥିବା ବେଳେ ୧୮ କ୍ୟାରେଟ୍ ସୁନା ଦର ୪୨,୧୦୦ ରାହିଛି । ସେହିପରି ୧୪ କ୍ୟାରେଟ ସୁନା ମୂଲ୍ୟ ୩୩,୧୦୦ ଟଙ୍କା ରହିଛି ।  ଅନ୍ୟପଟେ ଗତକାଲି ତୁଳନାରେ ଆଜି ରୂପା ଦରରେ ପରିବର୍ତ୍ତନ ହୋଇଛି । ରୂପା ଦର ସାମାନ୍ୟ ବୃଦ୍ଧି ପାଇଛି । ଫଳରେ ଶୁଦ୍ଧ ରୂପା କିଲୋ ପିଛା ୬୮,୪୦୦ ଟଙ୍କାରେ କାରବାର ହେଉଛି ।

ତେବେ ଯଦି ଆପଣ ସୁନାର ଶୁଦ୍ଧତା ଯାଞ୍ଚ କରିବାକୁ ଚାହୁଁଛନ୍ତି, ତା’ହେଲେ ଆପଣ ‘BIS Care app’ରେ ଯାଞ୍ଚ କରିପାରିବେ । ସୁନାର ଲାଇସେନ୍ସ ନମ୍ବର, ହଲମାର୍କ କିମ୍ବା ପଞ୍ଜୀକରଣ ସଂଖ୍ୟା ଭୁଲ ଥିଲେ, ଆପଣ ସିଧାସଳଖ ସରକାରଙ୍କ ନିକଟରେ ଅଭିଯୋଗ କରିପାରିବେ । ଅଭିଯୋଗ କରିବା ପରେ ଏହି ପ୍ରସଙ୍ଗରେ କ’ଣ ପଦକ୍ଷେପ ନିଆଯାଇଛି ସେ ସମ୍ବନ୍ଧରେ ମଧ୍ୟ ସୂଚନା ପାଇପାରିବେ ।

Advertisment
Gold Price Silver Price Gold Price Today
Advertisment
Advertisment