• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଟାଟା ଟେକ୍ ସହ ଇନଭେଷ୍ଟମେଣ୍ଟ କରିଥିବା ନିବେଶକଙ୍କ ଖୋଲି ଯାଇଛି ଭାଗ୍ୟ । ଗତକାଲି ଅର୍ଥାତ ନଭେମ୍ବର ୩୦ ରେ ଟାଟା ଟେକ୍ନୋଲୋଜି ଷ୍ଟକରେ ସେୟାର ଇନଭେଷ୍ଟ କରିଥିଲା । ବର୍ତ୍ତମାନ ପର୍ଯ୍ୟନ୍ତ ଏହାର IPO ମୂଲ୍ୟରେ ୧୪୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ପାଇ ସାରିଲାଣି । ତେବେ ଷ୍ଟକର ମୂଲ୍ୟ ପ୍ରାରମ୍ଭରେ ମାତ୍ର ୫୦୦ ଟଙ୍କା ଥିବା ବେଳେ ବର୍ତ୍ତମାନ ଏହା NSE ରେ ୧୨୦୦ ଓ BSE ରେ ୧,୧୯୯.୯୫ ରେ ଟ୍ରେଡ କରୁଛି ।

ଷ୍ଟକର ମୂଲ୍ୟରେ ଦୁଇ ଗୁଣ ବୃଦ୍ଧି ହୋଇ ଥିବାରୁ ନିବେଶକଙ୍କ ମଧ୍ୟରେ ଆନନ୍ଦ ଖେଳି ଯାଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଷ୍ଟକରେ ପ୍ରାୟ ୭୩ ଲକ୍ଷ ନିବେଶକ, ନିବେଶ କରି ସାରିଲେଣି । ଅନ୍ୟପଟେ ଏହି ଅଫରକୁ ୬୯.୪୩ ଥର ସବସ୍କ୍ରାଇବ କରା ଯାଇସାରିଲାଣି । ତେବେ ଏଥିରେ ଯୋଗ୍ୟ ଅନୁଷ୍ଠାନ କ୍ରେତା (QIB) ପାଇଁ କୋଟା ସଂରକ୍ଷିତ ହୋଇ ରହିଛି । ଏହା ବର୍ତ୍ତମାନ ସୁଦ୍ଧା ୨୦୩.୪୧ ଥର ରେକର୍ଡ ହୋଇ ସାରିଲାଣି । ଅଣ ଅନୁଷ୍ଠାନିକ ନିବେଶକ (NII) ଏବଂ ଖୁଚୁରା ନିବେଶକାରୀଙ୍କ ପାଇଁ ପୃଥକ ଅଂଶ ଯଥାକ୍ରମେ ୬୨.୧୧ ଥର ଏବଂ ୧୬.୫୦ ଥର ପାଇଁ ସଂରକ୍ଷିତ କରା ଯାଇଛି ।

ଉଭୟ ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜ (NSE) ଏବଂ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ (ବିଏସ୍ଇ) ରେ ଟାଟା ଟେକ୍ନୋଲୋଜିର ସେୟାର ୧୪୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ପାଇଛି । ଏହି ତାଲିକା ଟାଟା ଟେକ୍ନୋଲୋଜିର ବଜାର ପୁଞ୍ଜିକୁ ପ୍ରବଳ ମାତ୍ରାରେ ଆର୍ଥିକ ଲାଭ ଯୋଗାଇ ଦେଇଛି ।

ଟାଟା ଟେକ୍ନୋଲୋଜିର ୩,୦୪୨ କୋଟି ଟଙ୍କାର ଆଇପିଓ ୧.୫ ଲକ୍ଷ କୋଟିରୁ ଅଧିକ ବିଡ୍ ସଂଗ୍ରହ କରିଛି, ଯେଉଁଥିରେ ସମୁଦାୟ ସବସ୍କ୍ରିପସନ୍ ପ୍ରାୟ ୭୦ ଗୁଣ ଉପଲବ୍ଧ ରହିଛି । ଖୁଚୁରା ବ୍ୟକ୍ତିଗତ ନିବେଶକ (RIIs) ୧୬ ଥର, ଯୋଗ୍ୟ ଅନୁଷ୍ଠାନ କ୍ରେତା ୨୦୩ ଥର ଏବଂ ଅଣ-ଅନୁଷ୍ଠାନ ନିବେଶକ ୬୨ ଥର ଏହି ଅଫରକୁ ସବସ୍କ୍ରାଇବ କରିଛନ୍ତି ।