Advertisment

କମିଲା EV ଦର, କାର୍ ମୂଲ୍ୟରେ ୧.୨୦ ଲକ୍ଷ ଟଙ୍କା ହ୍ରାସ କଲା ଏହି କମ୍ପାନୀ...

ଟାଟା ପାସେଞ୍ଜର ଇଲେକ୍ଟ୍ରିକ୍ ମୋବିଲିଟି ଲିମିଟେଡ୍ (TPEM) ଦ୍ୱାରା ମିଳିଥିବା ସୂଚନା ଅନୁସାରେ, କମ୍ପାନୀ ତା’ର ସବୁଠାରୁ ପପୁଲାର୍‌ ଇଲେକ୍ଟ୍ରିକ୍‌ କାର Nexon EVର ମୂଲ୍ୟକୁ ୧.୨୦ ଲକ୍ଷ ଟଙ୍କା ହ୍ରାସ କରିଛି।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
EV Car

EV Car

କମିଲା ଇଲେକ୍ଟ୍ରି କାର ମୂଲ୍ୟ। ଯଦି ଆପଣ କମ୍‌ ମୂଲ୍ୟରେ EV କାର୍‌ କିଣିବାକୁ ଯୋଜନା କରୁଛନ୍ତି, ତେବେ ବର୍ତ୍ତମାନ ଆପଣଙ୍କ ପାଇଁ ଉପଯୁକ୍ତ ସମୟ। କାହିଁକି ନା EV କାର ଉପରେ ୧.୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମୂଲ୍ୟ ହ୍ରାସ କରିଛି ଟାଟା। ଦେଶର ଅଗ୍ରଣୀ ଅଟୋମୋବାଇଲ କମ୍ପାନୀ ଟାଟା ମୋଟର୍ସ ଆଜି ଇଲେକ୍ଟ୍ରି କାର୍‌ର ମୂଲ୍ୟରେ ବ୍ୟାପକ ହ୍ରାସ କରିବାକୁ ଘୋଷଣା କରିଛି। ଟାଟା ତା’ର ସବୁଠୁ ପପୁଲାର୍‌ ଇଲେକ୍ଟ୍ରି ଏସ୍‌ୟୁଭି Nexon EVଠୁ ଆରମ୍ଭ କରି Tiago EV ର ମୂଲ୍ୟରେ ୧.୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ହ୍ରାସ କରିବାକୁ ଘୋଷଣା କରିଛି।

Advertisment

ଟାଟା ପାସେଞ୍ଜର ଇଲେକ୍ଟ୍ରିକ୍ ମୋବିଲିଟି ଲିମିଟେଡ୍ (TPEM) ଦ୍ୱାରା ମିଳିଥିବା ସୂଚନା ଅନୁସାରେ, କମ୍ପାନୀ ତା’ର ସବୁଠାରୁ ପପୁଲାର୍‌ ଇଲେକ୍ଟ୍ରିକ୍‌ କାର Nexon EVର ମୂଲ୍ୟକୁ ୧.୨୦ ଲକ୍ଷ ଟଙ୍କା ହ୍ରାସ କରିଛି। ବର୍ତ୍ତମାନ ଗ୍ରାହକମାନେ କେବଳ ୧୪.୪୯ ଲକ୍ଷରେ ନେକ୍ସନ୍‌ ଇଲେକ୍ଟ୍ରିକ୍‌ର ବେସ୍‌ ମଡେଲ କାରକୁ କିଣିପାରିବେ। ସେହିପରି ଟାଟା ନେକ୍ସନର ଟପ୍‌ ମଡେଲର ମୂଲ୍ୟ ୧୬.୯୯ ଲକ୍ଷ ଟଙ୍କାରେ(Ex-Showroom) ବିକ୍ରି ପାଇଁ ଉପଲବ୍ଧ।

ଟାଟା ମୋଟର୍ସର ସୂଚନା ଅନୁଯାୟୀ, ଦେଶର ସବୁଠୁ ବେଷ୍ଟ ସେଲିଂ ଇଲେକ୍ଟ୍ରିକ୍‌ କାର Tiago EVର ବେସ୍‌ ମଡେଲରେ ୭୦ ହଜାର ଟଙ୍କା ହ୍ରାସ କରାଯାଇଛି। ଏବେ ଏହି କାରର ମୂଲ୍ୟ ୭.୯୯ ଲକ୍ଷ ଟଙ୍କାରୁ (Ex-Showroom) ଆରମ୍ଭ ହେଉଛି। ତେବେ ଟାଟା ପାସେଞ୍ଜର ଇଲେକ୍ଟ୍ରିକ୍ ମୋବିଲିଟି ଲିମିଟେଡ୍ (TPEM)ର ଅନୁସାରେ ଦେଶରେ ଇଲେକ୍ଟ୍ରିକ୍‌ କାରକୁ ପ୍ରୋତ୍ସାହିତ କରିବା ପାଇଁ କମ୍ପାନୀ କାରର ମୂଲ୍ୟ ହ୍ରାସ କରିବାକୁ ନିଷ୍ପତ୍ତି ନେଇଛି।

Advertisment

ଟାଟା କମ୍ପାନୀର ମୂଲ୍ୟ ହ୍ରାସ ନେଇ TPEMର ଚିଫ୍‌ କମର୍ସିଆଲ୍ ଅଫିସର୍‌ ବିବେକ ଶ୍ରୀବାସ୍ତବ କହିଛନ୍ତି, ଗତ କିଛି ବର୍ଷ ମଧ୍ୟରେ ଦେଶରେ ବୈଦ୍ୟୁତିକ ଯାନଗୁଡ଼ିକର ଚାହିଦା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଏଭଳି ସ୍ଥିତିରେ ଆମ ଲକ୍ଷ୍ୟ ହେଉଛି ଇଭି କାରର ମୂଲ୍ୟକୁ ଆହୁରି ହ୍ରାସ କରି ଦେଶରେ ଅଧିକ ପ୍ରୋତ୍ସାହିତ କରିବା। ତେବେ ମୂଲ୍ୟ ହ୍ରାସ ପରେ ଆମେ ଭାବୁଛୁ କି ସ୍ୱଳ୍ପ ମୂଲ୍ୟରେ ଦେଶରେ ସବୁଠୁ ଅଧିକ ବିକ୍ରି ହେଉଥିବା Nexon EV ଓ Tiago EV ଅଧିକରୁ ଅଧିକ ଗ୍ରାହକଙ୍କୁ ଆକର୍ଷିତ କରିବାରେ ସକ୍ଷମ ହେବ।

Tata Motors Electric Car Tata Group
Advertisment
Advertisment