Saurabh Mukherjea: ଡିଗ୍ରୀ ପଛରେ ପଡ଼ନି, ଏଭଳି କରନ୍ତୁ ପାଇବେ ସଫଳତା

ଇଂରେଜ ଚାଲିଗଲେ କିନ୍ତୁ ସେ ଛାଡିଯାଇଥିବା ଖରାପ ପରମ୍ପରା ଆମ ବ୍ୟବସ୍ଥାର ଏକ ଅଙ୍ଗ ପାଲଟିଗଲା । ସେମାନେ ଆମ ଭିତରେ ବିଶ୍ବାସ ଜନ୍ମାଇ ଦେଲେ ସବୁଠୁ ଭଲ ଜୀବନ ଘୋଷିକି ଶିଖିବା ଓ ଡିଗ୍ରୀ ଦ୍ବାରା ହାସଲ କରାଯାଏ ।

Saurabh Mukherjea

ଏବେ ଷ୍ଟାର୍ଟଅପର ସମୟ । ଲୋକମାନେ ଚାକିରି ପଛରେ ନଧାଇଁ ନିଜର ଷ୍ଟାର୍ଟଅପ କରୁଛନ୍ତି । ଆଉ ନିଜର ପରିଚୟ ତିଆରି କରୁଛନ୍ତି । ସମୟ ଥିଲା ଲୋକମାନେ ପାଠପଢି ଚାକିରି ପଛରେ ଧାଉଁଥିଲେ । ଯେଉଁମାନେ ଚାକିରି ପାଉନଥିଲେ ସେମାନେ ବ୍ୟବସାୟ କରୁଥିଲେ । ଏହି ଧାରା ଅନେକ ବର୍ଷ ହେବ ଚାଲିଥିଲା । ଏବେ ସେଥିରେ ବିରାମ ଲାଗିଲା ଭଳି ଲାଗୁଛି । 

Marcellus Investmentର ମ୍ୟାନେଜର ସୌରଭ ମୁର୍ଖାଜୀ କହିଛନ୍ତି ଭାରତୀୟ ଅଭିଭାବକଙ୍କୁ ନିଜ ପିଲାଙ୍କୁ ପାଠ ପଢି ଡିଗ୍ରୀ ପାଇବାର ରେସରୁ ମୁକ୍ତ କରିବା ଉଚିତ । ଭାରତରେ ଷ୍ଟାର୍ଟଅପର କ୍ଷେତ୍ର ଦୃତ ଗତିରେ ବଢୁଛି । ଏହା ସହ ଆଜିକାଲିର ଯୁବପିଢି ପାରମ୍ପରିକ ଚାକିରିକୁ ପ୍ରତ୍ୟାଖାନ କରୁଛନ୍ତି ।

ଅଧିକ ପଢ଼ନ୍ତୁ: କାଶ୍ମୀର ଛାତ୍ରଙ୍କ ମେଡିକାଲ ପଢିବା ପାଇଁ ପ୍ରଥମ ପସନ୍ଦ ଇରାନ, କଣ ରହିଛି ଏହା ପଛର କାରଣ

ଇଂରେଜ ଅମଳରୁ ଭାରତରେ ପାଠ ପଢିବାର ଏକ ଢାଞ୍ଚାକୁ ଅନୁସରଣ କରାଯାଉଛି । ଯାହା ପୁରୁଣା ହୋଇଗଲାଣି ଆଉ ଏହାର ଆବଶ୍ୟକତା ନାହିଁ । ଆଜିର ବଦଳୁଥିବା ସମୟରେ ବଡ ବଡ଼ କଲେଜର ଡିଗ୍ରୀ ଆଉ ସଫଳତାର ଚାବି କାଠି ନୁହଁ ବୋଲି ସୌରଭ ମୁଖାର୍ଜୀ କହିଛନ୍ତି ।

ଏକ ପୋଡକାଷ୍ଟରେ ସୌରଭ କହିଛନ୍ତି ପ୍ରତିଷ୍ଠିତ କଲେଜରୁ ଡିଗ୍ରୀ ଓ ଶିକ୍ଷାକୁ ଲମ୍ବା ସମୟ ଧରି କ୍ୟାରିଅରରେ ଉପରକୁ ଯିବାର ଟିକେଟ ଧରାଯାଉଥିଲା । ଯାହା ଏବେ ବଦଳିଛି । ଡିଗ୍ରୀକୁ ଭୁଲିଯାଆନ୍ତୁ । ଭାବିବା ଶକ୍ତି, କ୍ରିଏଟିଭିଟି ଓ କମ୍ୟୁନିକେସନ ସ୍କିଲ ଉପରେ ଫୋକସ କରନ୍ତୁ । ଏସବୁ ବଞ୍ଚିବା ଓ ସଫଳତା ପାଇବାର ଅସଲ ସାଧନ ଅଟେ ।

ଇଂରେଜ ମାନେ ଭାରତକୁ ଆସି ଭାରତରେ ସିଭିଲ ସେବା ଓ କ୍ଲରିକାଲ ସେବାର ଆରମ୍ଭ କରିଥିଲେ । ଦେଶ ସ୍ବାଧିନ ହେବା ପରେ ବି ଭାରତରେ ଏହି ମଡେଲକୁ ଅନୁସରଣ କରାଯାଉଛି । ଏହି ମଡେଲ ବିଭିନ୍ନ କାର୍ଯ୍ୟାଳୟରେ କାମ କରିବାକୁ କର୍ମଚାରୀ ପ୍ରସ୍ତୁତ କରଥାଏ । ସେହି କର୍ମଚାରୀମାନେ ଚ୍ୟାଲେଞ୍ଜ ନେବାରେ ସେତିକି ସମର୍ଥ ନୁହଁନ୍ତି ।

ସୌରଭ ମୁଖାର୍ଜୀ କହିଛନ୍ତି ଆମକୁ ଅନେକ ବର୍ଷ ଧରି ସ୍କୁଲ ଓ କଲେଜରେ ବଡ଼ ବଡ଼ କଂପାନୀର ଉପଯୁକ୍ତ କର୍ମଚାରୀ ତିଆରି କରିବାକୁ ପ୍ରସ୍ତୁତ କରାଯାଇଥିଲା । ସେ ସମୟ ଏବେ ସରିଯାଇଛି ଓ ଯେଉଁ ପରିବର୍ତ୍ତନ ଘଟିଛି ତାହା ସକରାତ୍ମକ । ଚାକିରି କରି ରୋଜଗାର କରିବାର ଯେଉଁ ଚଳଣି ମାତ୍ର ୨୦୦ବର୍ଷ ପୁରୁଣା । ଏହା ପୂର୍ବରୁ ଆମ ସମାଜରେ ଲୋକମାନେ ନିଜ ଗୋଡରେ ନିଜେ ଠିଆ ହେଉଥିଲେ । ଆଉ ଏବେ ଆମକୁ ସେହି ରାସ୍ତାରେ ଯିବାର ଅଛି ।

ଇଂରେଜ ଚାଲିଗଲେ କିନ୍ତୁ ସେ ଛାଡିଯାଇଥିବା ଖରାପ ପରମ୍ପରା ଆମ ବ୍ୟବସ୍ଥାର ଏକ ଅଙ୍ଗ ପାଲଟିଗଲା । ସେମାନେ ଆମ ଭିତରେ ବିଶ୍ବାସ ଜନ୍ମାଇ ଦେଲେ ସବୁଠୁ ଭଲ ଜୀବନ ଘୋଷିକି ଶିଖିବା ଓ ଡିଗ୍ରୀ ଦ୍ବାରା ହାସଲ କରାଯାଏ । ଏହି ମାନସିକତା ୭୫ବର୍ଷ ଧରି ଚାଲିଥିଲା ଯାହା ଏବେ ଭାଙ୍ଗୁଛି ।

ଭାରତରେ ଷ୍ଟାର୍ଟଅପର କ୍ଷେତ୍ର ଦିନକୁ ଦିନ ବଢିବାରେ ଲାଗିଛି । ସେଥିପାଇଁ ଆମକୁ ଆମର ପୁରୁଣା ଦିନକୁ ଫେରିଯିବାର ଅଛି । ‍‍‍‍ବିଳମ୍ବ ହେଉ ପଛେ କିନ୍ତୁ ତାହା ଅପରିହାର୍ଯ୍ୟ ଅଟେ । ଆଗାମୀ ପିଢିକୁ ସେ ପରାମର୍ଶ ଦେଇ କହିଛନ୍ତି ପ୍ରମାଣପତ୍ର ଦ୍ବାରା ନିଜର ଯୋଗ୍ୟତାକୁ ପ୍ରମାଣ କରିବାର ସଂଘର୍ଷକୁ ବନ୍ଦ କର । କିଛି ଅଲଗା ଭାବ ଓ ନିଜ ଭବିଷ୍ୟତର ମାଲିକ ହୁଅ ।

ଅଧିକ ପଢ଼ନ୍ତୁ: ସେୟାର ବଜାରରେ ଭୂକମ୍ପ; ଖସିଲା ୫୦୦ପଏଣ୍ଟ ସେନସେକ୍ସ